ଲକଡାଉନ ନିୟମ ଭଙ୍ଗ କରି ୩୦୦ ଥର ଉଠ-ବସ ହେଉହେଉ ଯୁବକଙ୍କ ଉଡ଼ିଗଲା ପ୍ରାଣବାୟୁ

ଲକଡାଉନ ନିୟମ ଭଙ୍ଗ କରି ୩୦୦ ଥର ଉଠ-ବସ ହେଉହେଉ ଯୁବକଙ୍କ ଉଡ଼ିଗଲା ପ୍ରାଣବାୟୁ

ମାନିଲା: ସାରା ବିଶ୍ବରେ ପୁଣିଥରେ କରୋନା ଦ୍ବିତୀୟ ଲହର ଭୟ ସୃଷ୍ଟି କରିଛି। ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଗଲାଣି। ଏଭଳି ପରିସ୍ଥିତିରେ ଫିଲିପାଇନ୍ସରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।

ଫିଲିପାଇନ୍ସରେ କରୋନା ସଂକ୍ରମଣ ହେତୁ ଲକଡାଉନ ଲାଗୁ କରାଯାଇଛି। ଏପ୍ରିଲ ୬ ତାରିଖ ସୁଦ୍ଧା ଏଠାରେ ୮ଲକ୍ଷରୁ ଊର୍ଧ୍ବ କରୋନା ସାମାଲା ସାମ୍ନାକୁ ଆସିଥିବା ବେଳେ ୧୩ହଜାରରୁ ଊର୍ଧ୍ବ ଲୋକଙ୍କ ଏଥିରେ ମୃତ୍ୟୁ ହୋଇଛି। ଏଭଳି ପରିସ୍ଥିତିରେ ଯିଏ ଲକଡାଉନ ନିୟମ ଭଙ୍ଗ କରୁଛି ସେମାନଙ୍କୁ କଡ଼ା ଦଣ୍ଡ ଦିଆଯାଉଛି।

ଲକଡାଉନ ନିମୟ ଭଙ୍ଗ କରିବା ସମୟରେ ଧରାପଡ଼ିଲେ କାହାକୁ ଟାଣ ଖରାରେ ଛିଡ଼ା କରାଯାଉଛି ତ ଆଉ କାହାକୁ ପିଞ୍ଜରା ଭିତରେ ରଖାଯାଉଛି। ଏହି କ୍ରମରେ ଜଣେ ଯୁବକଙ୍କୁ କରୋନା କଟକଣା ନିୟମ ଭାଙ୍ଗିବା ମହଙ୍ଗା ପଡ଼ିଛି।

୨୮ବର୍ଷୀୟ ଡେରେନ ନାମକ ଯୁବକ ପାଣି ପାଇଁ ଘରୁ ବାହାରିଥିବା ବେଳେ ପୁଲିସ ହାତରେ ଧରା ପଡ଼ି ଯାଇଥି‌ଲେ। ବାରମ୍ବାର ସଚେତନ କରାଯାଉଥିଲେ ବି ଲୋକ ନମାନିବାରୁ ପୁଲିସ ବିରକ୍ତ ହୋଇ ଡେରେନଙ୍କୁ ୩୦୦ଥର ଉଠ-ବସ କରିବାକୁ କହିଥିଲା। ଏହି ଉଠ-ବସ ହେଉଥିବା ବେଳେ ଡେରେନଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପରେ ପୁଅର ପରିବାର ଲୋକେ ଏହି ଘଟଣାର ଯାଞ୍ଚ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe