ଷଣ୍ଢ ସାମ୍ନାରେ ବାହୁବଳୀ ହେବା ଯୁବକଙ୍କୁ ମହଙ୍ଗା ପଡ଼ିଲା

Advertisment
ଷଣ୍ଢ ସାମ୍ନାରେ ବାହୁବଳୀ ହେବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଓ ଫଟୋ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ ଅନେକ ଭିଡିଓରେ ଲୋକେ ନିଜ ଜୀବନକୁ ବାଜି ଲଗାଇ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଥାଏ। ଏମିତି ଷ୍ଟଣ୍ଟ କରିବା ହେତୁ ଅନେକ ଥର ଲୋକେ ଗୁରୁତର ଆହତ ବି ହୋଇଛନ୍ତି। ଆଉ କେତେକଙ୍କ ଜୀବନ ବି ଚାଲି ଯାଇଛି। ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି।

ଏହି ଭିଡିଓରେ ଜଣେ ବ୍ୟକ୍ତି ଷଣ୍ଢର ଶିଙ୍ଘ ଧରି ବାହୁବଳୀ ବନୁଥିଲେ। କିନ୍ତୁ ଏହା ତାଙ୍କୁ ମହଙ୍ଗା ପଡ଼ିଯାଇଛି। ସେ ସମସ୍ତଙ୍କ ସାମ୍ନାରେ ହିରୋ ହେବା ପାଇଁ ରାସ୍ତାରେ ଯାଉଥିବା ଏକ ଷଣ୍ଢର ଶିଙ୍ଘ ଧରି ଷ୍ଟଣ୍ଟ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଆଖି ପିଛୁଳାକେ ଷଣ୍ଢ ତାଙ୍କୁ ଶିଙ୍ଘରେ ବୁଲାଇ ତଳେ ପକେଇ ଦେଇଥିଲା। ଏଥିରେ ବ୍ୟକ୍ତି ଜଣକଙ୍କ ମୁଣ୍ଡ ଓ ଅଣ୍ଟାରେ ଆଘତ ଲାଗିଛି। ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ତେବେ କୁହାଯାଉଛି ଷଣ୍ଢ ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ରିଲ୍ସ କରିବା ପାଇଁ ଏଭଳି ବିପଦପୂର୍ଣ୍ଣ କାମ କରିଥିଲେ। ଏହି ଭିଡିଓକୁ ଦେଖିବା ପରେ ‌ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ତେବେ ଏହି ଭିଡିଓ ଦେଖି ଷ୍ଟଣ୍ଟ କରୁଥବା ଲୋକେ କିଛି ଶିଖିବାକୁ ପାଇଥିବା କୁହାଯାଉଛି।

ଭାଇରାଲ ହୋଇଥିବା ଏହି ଭିଡିଓକୁ ଟୁଇଟରରେ ପୋଷ୍ଟ କରାଯାଇଛି। ଯାହାକୁ ଦ ବେଷ୍ଟ ଭାଇରାଲ ନାମକ ପେଜରୁ ସେୟାର କରାଯାଇଛି। ରିପୋର୍ଟ ‌ଲେଖାହେଲା ପର୍ଯ୍ୟନ୍ତ ଏହି ଭିଡିଓକୁ ୪୦ହଜାରରୁ ଅଧିକ ଲୋକ ଦେଖି ସାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe