‘ସିରିଏଲ କିସର୍’ ଭୟରେ ମହିଳା ଓ ଯୁବତୀ, ସିସିଟିଭି ଫୁଟେଜ୍ ଥାଇ ବି ଧରିପାରୁନି ପୁଲିସ୍

Advertisment
‘ସିରିଏଲ କିସର୍’ ଭୟରେ ମହିଳା ଓ ଯୁବତୀ, ସିସିଟିଭି ଫୁଟେଜ୍ ଥାଇ ବି ଧରିପାରୁନି ପୁଲିସ୍

ନୂଆଦିଲ୍ଲୀ: ଆପଣ ସିରିଏଲ କିଲର ବିଷୟରେ ଅନେକ ସମୟରେ ଶୁଣିଥିବେ। ଏହି କ୍ରମରେ ବିହାରର ଜମୁଇ ଅଞ୍ଚଳରେ ଜଣେ ସିରିଏଲ କିସରକୁ ନେଇ ସ୍ଥାନୀୟ ମହିଳା ଓ ଯୁବତୀଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଛି। ଏହି ସିରିଏଲ କିସର ଜଣେ ଯୁବକ, ଯିଏକି ରାସ୍ତାରେ ଏକା ଯାଉଥିବା ଅଜଣା ମହିଳା ଓ ଯୁବତୀଙ୍କୁ ଦେଖିବାମାତ୍ରେ ଦୌଡ଼ି ଆସି ଜୋରଜବରଦସ୍ତ ସେମାନଙ୍କୁ ଚୁମ୍ବନ ଦେଇଦେଉଛି। ଆଉ ହଠାତ ଘଟଣାସ୍ଥଳରୁ ଚମ୍ପଟ ମାରୁଛି।

ଜମୁଇରୁ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଯେଉଁଥିରେ ସଦର ହସ୍ପିଟାଲ ପରିସରରେ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ କୌଣସି ଜଣେ ବ୍ୟକ୍ତିଙ୍କ ସହିତ ‌ଫୋନରେ କଥା ହେଉଛନ୍ତି। ଏହି ସମୟରେ ଉକ୍ତ ସିରିଏଲ କିସର ଦୌଡ଼ି ଆସି ତାଙ୍କୁ ଜୋରଜବରଦସ୍ତ ଚୁମ୍ବନ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରୁଥିବା ଦେଖିବାକୁ ମିଳୁଛି।

ଏହି ଘଟଣାକୁ ନେଇ ପୀଡିତା ଟାଉନ ଥାନାରେ ଅଭିଯୋଗ କରି ନ୍ୟାୟର ଗୁହାରି କରିଛନ୍ତି। ଜମୁଇ ଥାନାରେ ଉକ୍ତ ସିରିଏଲ କିସରଙ୍କ ବିରୋଧରେ  ମାମଲା ରୁଜୁ କରିଥିଲେ ହେଁ ପୁଲିସ ଉକ୍ତ ଯୁବକଙ୍କୁ ଏଯାଏଁ ଗିରଫ କରି ପାରି ନାହିଁ।

ତେଣୁ ପ୍ରଶ୍ନ ଉଠୁଛି କି ସିସିଟିଭିରେ ସ୍ପଷ୍ଟ ଭାବେ ଅଭିଯୁକ୍ତ ଚିହ୍ନା ପଡ଼ୁଥିବା ବେଳେ ପୁଲିସକୁ ଗିରଫ କରିବା ପାଇଁ ଏତେ ସମୟ କେମିତି ଲାଗୁଛି? ନା ସବୁ ଜାଣି ପୁଲିସ ଅଜଣା ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe