Advertisment

ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟକ୍ତିଙ୍କୁ ଜଳୁଥିବା ଦେଖି ଭୋଭୋ ହୋଇ କାନ୍ଦୁଥିଲେ ସ୍ତ୍ରୀ ଓ ପିଲା

Advertisment
ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟକ୍ତିଙ୍କୁ ଜଳୁଥିବା ଦେଖି ଭୋଭୋ ହୋଇ କାନ୍ଦୁଥିଲେ ସ୍ତ୍ରୀ ଓ ପିଲା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶାହଜହାପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ନ୍ୟାୟ ଆଶାରେ ଜଣେ ବ୍ୟକ୍ତି ଥାନାକୁ ଆସିଥିଲେ। ତେବେ ସେ ନିରାଶ ହେବାରୁ ନିଜ ଶରୀରରେ କିରୋସିନ ଢ଼ାଳି ନିଆ ଲଗାଇ ଦେଇଥିଲେ।

ମିଳିଥିବା ଖବର ମୁତାବକ, ଅନେକ ଦିନ ହେବ ପୀଡ଼ିତଙ୍କ ପିକଅପ ଗାଡ଼ିକୁ ଗ୍ରାମର ଜଣେ ଅସାମାଜିକ ଯୁବକ ତାଙ୍କ ଠାରୁ ଛଡ଼ାଇ ନେଇଛି। ନିଜର ପିକଅପ ଭ୍ୟାନକୁ ପାଇବା ପାଇଁ ପୀଡିତ ପୁଲିସକୁ ଅନେକ ଦିନ ହେବ ଗୁହାରି କରି ଆସୁଥିଲେ। କିନ୍ତୁ ପୁଲିସ ପୀଡିତଙ୍କ ଅଭିଯୋଗର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।

ଶେଷରେ ନିରାଶ ହୋଇ ପୀଡ଼ିତ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କେହି କିଛି ବୁଝିବା ପୂର୍ବରୁ ସେ ଏସପିଙ୍କ କାର୍ଯ୍ୟାଳୟ ବାହାରେ ଛିଡ଼ା ହୋଇ ଶରୀରରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଏଦୃଶ୍ୟ ଦେଖି କିଛିଦୂରରେ ଛିଡ଼ା ହୋଇଥିବା ପୀଡିତଙ୍କ ସ୍ତ୍ରୀ ପିଲା ଭୋଭୋ ହୋଇ କାନ୍ଦିଥିଲେ। ବାପାଙ୍କୁ ଏଭଳି ଜଳୁଥିବା ଦେଖି ଛୁଆଟି ବ‌ାପା .. ବାପା ଡାକି ତାଙ୍କ ପାଖକୁ ଯିବାକୁ ଚେଷ୍ଟା କରୁଥିବା ବଳେ ସ୍ତ୍ରୀ ସ୍ବାମୀଙ୍କୁ ବଞ୍ଚାଇବାକୁ ପୁଲିସବାବୁୂମାନଙ୍କୁ ଗୁହାରି କରୁଥିଲେ।

ପୁଲିସ କୌଶଳକ୍ରମେ ପୀଡିତଙ୍କ ଉପରେ ଏକ କମ୍ବଳ ପକାଇ ନିଆଁକୁ ଲିଭାଇଥିଲା। ସଙ୍ଗେସଙ୍ଗେ ଗୁରୁତର ଅବସ୍ଥାରେ ପୀଡ଼ିତଙ୍କୁ ଘଟଣାସ୍ଥଳରୁ ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରିଛି।

ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ରାଜ୍ୟ ସରକାରଙ୍କୁ ପୀଡିତଙ୍କୁ ଉତ୍ତମ ଚିକିତ୍ସା ଦେବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe