ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ପ୍ରେମ, ସେକ୍ସ, ଧୋକା। ପ୍ରଥମେ ପ୍ରେମ ଏବଂ ପରେ ବିବାହର ପ୍ରଲୋଭନ ଦେଖାଇ ନିଜର ଲାଳସା ମେଣ୍ଟାଇବା ପରେ ଏବେ ପ୍ରତାରିତ କରିବା ପ୍ରେମିକ ପାଇଁ ମହଙ୍ଗା ପଡ଼ିଛି। ପ୍ରେମିକ ଦୁଆରେ ପ୍ରେମିକା ଧାରଣା ଦେଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧିନସ୍ଥ ଏନଏସିର ୧୫ ନମ୍ୱର ୱାର୍ଡ ତେନ୍ତୁଳିପାଟଣା ଗ୍ରାମରେ। ଶେଷରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପ୍ରେମିକାଙ୍କୁ ଉଦ୍ଧାର କରି ଥାନାକୁ ନେଇଛି।
ଅଭିଯୋଗ ଅନୁଯାୟୀ ୩ ବର୍ଷ ତଳେ ତେନ୍ତୁଳିପାଟଣା ଗ୍ରାମର ଅଜୟ ସାହୁଙ୍କ ପୁଅ ସୌମ୍ୟ ରଞ୍ଜନ ସାହୁ ଓରଫ ଲିକୁନ ଏକ ଅଜଣା ନମ୍ବରକୁ କଲ୍ କରିଥିଲେ। ଏହି କଲ ନୂଆଗାଁ ଥାନା ଅଧିନସ୍ଥ ଶିଖରଗୋଚ୍ଛା ଗ୍ରାମର ନିରଞ୍ଜନ ବେହେରାଙ୍କ ଝିଅ ସୁମିତ୍ରା (୨୩)ଙ୍କ ପାଖକୁ ଲାଗିଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଧୀରେଧୀରେ କଥା ଆଗକୁ ବଢିବା ସହ ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି କ୍ରମରେ ଲିକୁନ ମଧ୍ୟ ନିଜ ପରିବାର ଲୋକଙ୍କୁ କହିବା ସହିତ ଝିଅକୁ ପରିବାର ଲୋକଙ୍କ ସହିତ କଥା କରାଇଥିଲେ। ପରିବାର ଲୋକ ମଧ୍ୟ ଝିଅ ସହିତ ନିୟମିତ କଥା ହୋଇ ଘରେ ଥିବା ଝିଅର ବିବାହ ପରେ ବୋହୁ କରି ଆଣିବା ପାଇଁ ପ୍ରତିଶୃତି ଦେଇଥିଲେ।
ଆହୁରି ପଢ଼ନ୍ତୁ: Trump Action Against India: ଇରାନ ସହ ବନ୍ଧୁତା ଭାରତକୁ ମହଙ୍ଗା ପଡ଼ିବ: ୨୫% ଶୁଳ୍କ ଲଗାଇଲେ ଟ୍ରମ୍ପ
୪ଘଣ୍ଟା ଧରି ଧାରଣାରେ ବସିଲେ
ଏସବୁ ମଧ୍ୟରେ ଲିକୁନ ଓ ଝିଅ ମିଶି ବିଭିନ୍ନ ଯାନିଯାତ୍ରା ବୁଲିଛନ୍ତି। ଏପରିକି ନିଜ ଭଉଣୀର ବିବାହ ଉତ୍ସବରେ ପ୍ରେମିକା ଆସି ଯୋଗ ଦେଇଥିଲେ। ମାତ୍ର ଏବେ ବିବାହ ପାଇଁ ଲିକୁନ ଓ ପରିବାର ଲୋକ ଧରାଛୁଆଁ ଦେଉ ନଥିବା ହେତୁ ଆଜି ବାଧ୍ୟହୋଇ ପ୍ରେମିକା ପ୍ରେମିକ ଘର ଲୋକଙ୍କୁ ଫୋନ୍ କରି ଘରେ ପହଞ୍ଚିଥିଲେ। ହେଲେ ପ୍ରେମିକା ପହଞ୍ଚିବା ବେଳକୁ ପ୍ରେମିକ ଘରେ ତାଲା ଝୁଲୁଥିଲା। କୌଣସି ଉପାୟ ନପାଇ ଘର ସମୁଖରେ ଅପରାହ୍ନ ୨ଟାରୁ ଧାରଣାରେ ବସି ରହିଥିଲେ। ପ୍ରାୟ ୪ଘଣ୍ଟା ଧରି ଧାରଣାରେ ବସି ରହିବା ପରେ ଖବର ପାଇ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ପହଞ୍ଚି ପ୍ରେମିକାଙ୍କୁ ବୁଝାସୁଝା କରି ଥାନାକୁ ଆଣିଛନ୍ତି। ଏପଟେ ପ୍ରତାରିତ ପ୍ରେମିକ ଓ ପରିବାର ଲୋକଙ୍କୁ ଥାନାକୁ ଡକା ଯାଇଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣାର ସମାଧାନ ପାଇଁ ଆଲୋଚନା ଚାଲିଥିବା ଥାନା ଅଧିକାରୀ ଶ୍ରୀ ପରିଡ଼ା କହିଛନ୍ତି।
ଆହୁରି ପଢ଼ନ୍ତୁ: Railway Denied: ଟିକଟ ହିସାବ ପଦ୍ଧତି ଜଣାଇବାକୁ ମନାକଲା ରେଳବାଇ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/13/untitled-31-2026-01-13-20-03-24.jpg)