ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫତାବ ଡେଟ୍ କରିଥିବା ମହିଳା ଜଣେ ଡାକ୍ତର, ଏଭଳି ପୁଲିସକୁ ମିଳିଲା ପରିଚୟ

ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫତାବ ଡେଟ୍ କରିଥିବା ମହିଳା ଜଣେ ଡାକ୍ତର, ଏଭଳି ପୁଲିସକୁ ମିଳିଲା ପରିଚୟ

ନୂଆଦିଲ୍ଲୀ: ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫତାବ ଡେଟ୍ କରିଥିବା ମହିଳା ଜଣେ ଡାକ୍ତର ଥିଲେ। ତଦନ୍ତ କରିବା ପରେ ଏବେ ଜାଣିବାକୁ ପାଇଛି ପୁଲିସ। ଦିଲ୍ଲୀର ହୃଦୟ ଥରା ହତ୍ୟା ଘଟଣାର ଅଭିଯୁକ୍ତ ଅଫତାବ ପୁନାୱାଲା ନିଜ ପ୍ରେମିକା ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ୩୫ଖଣ୍ଡ କରିଥିଲା। ପ୍ରେମିକାର ଖଣ୍ଡ ବିଖଣ୍ଡିତ ଶରୀରକୁ ଫ୍ରିଜରେ ରଖିଥିବା ‌ଅଫତାବ ଆଉ ଜଣେ ମହିଳାଙ୍କୁ ଡେଟ କରିବା ଆରମ୍ଭ କରିଥିଲା। ପୂର୍ବରୁ ଯେଉଁ ଡେଟିଂ ଆପ୍ ମାଧ୍ୟମରେ ଅଫତାବ ଶ୍ରଦ୍ଧାଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲା, ସେହି ଡେଟିଂ ଆପ୍ ମାଧ୍ୟମରେ ଅନ୍ୟ ଜଣେ ମହିଳାଙ୍କୁ ଫସାଇଥିଲା ଅଫତାବ।

ପୂର୍ବରୁ ଏହି ସୂଚନା ପୁଲିସକୁ ମିଳିଥିବା ବେଳେ ଏବେ ମହିଳାଜଣକ ଜଣେ ଡାକ୍ତର ବୋଲି ଜାଣିପାରିଛି ପୁଲିସ। ଡେଟିଂ ଆପକୁ ପୁଲିସ ତଦନ୍ତର ପରିସରଭୁକ୍ତ କରି ଅଫତାବ ସହ ଜଡ଼ିତ ତଥ୍ୟ ମାଗିଥିବା ବେଳେ ଡେଟିଂ ଆପ ପୁଲିସକୁ ସମ୍ପୂର୍ଣ୍ଣ ତଥ୍ୟ ଦେଇଥିଲା। ତଥ୍ୟର ଯାଞ୍ଚ କରାଯିବା ପରେ ମହିଳାଙ୍କ ପରିଚୟ ଏବଂ ପେସା ବିଷୟରେ ଜାଣିପାରିଛି ପୁଲିସ। ପରିଚୟ ମିଳିବା ପରେ ପୁଲିସ ମହିଳାଙ୍କ ସହ ଯୋଗାଯୋଗ କରି ପଚରାଉଚରା ପାଇଁ ଡାକିଥିବା କୁହାଯାଇଛି।

ତେବେ ଶୁକ୍ରବାର(ନଭେମ୍ବର ୨୫)ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ଆମିନ ପୁନାୱାଲାର ପଲିଗ୍ରାଫ ଟେଷ୍ଟ୍‌ କରାଯାଇଥିଲା। ୮ ଘଣ୍ଟା ପର୍ଯ୍ୟନ୍ତ ଅଫତାବର ପଲିଗ୍ରାଫ୍‌ ‌ଟେଷ୍ଟ କରାଯାଇଥିଲା। ପଲିଗ୍ରାଫ ଟେଷ୍ଟ୍‌ ସମୟରେ ଅଫତାବକୁ ବିଭିନ୍ନ ପ୍ରଶ୍ନ କରାଯାଇଥିଲା। ସେ କିଭଳି ଅପରାଧ ଘଟାଇଥିଲା, ଶ୍ରଦ୍ଧା ସହ ତା’ର ସମ୍ପର୍କ କ’ଣ ଥିଲା , କିଭଳି ସେ ପ୍ରମାଣ ଲୁଚାଇବାକୁ ଚେଷ୍ଟା କରିଥିଲା ଏବଂ ତା’ ପିଲାଦିନ ଓ ପରିବାର ସଂକ୍ରାନ୍ତରେ ଅଫତାବକୁ ବିଭିନ୍ନ ପ୍ରଶ୍ନ କରାଯାଇଥିଲା। ପଲିଗ୍ରାଫ ଟେଷ୍ଟ୍‌ ଗତକାଲି ସକାଳ ୧୧.୫୦ରେ ଆରମ୍ଭ ହୋଇଥିଲା। ଅଫତାବକୁ ସମସ୍ତ ପ୍ରଶ୍ନ ହିନ୍ଦୀରେ କରାଯାଇଥିଲେ ମଧ୍ୟ ସେ ଏହାର ଉତ୍ତର ଇଂରାଜିରେ ଦେଇଥିଲା। ମିଳିଥିବା ସୂଚନାନୁଯାୟୀ ଅଫ୍‌ତାବ ପଲିଗ୍ରାଫ ଟେଷ୍ଟ୍‌ ସମୟରେ ସହଯୋଗ କରିଛି ଏବଂ ତାକୁ ୫୦ଟି ପ୍ରଶ୍ନ କରାଯାଇଛି। ଶ୍ରଦ୍ଧାଙ୍କୁ ହତ୍ୟା କରିବାପରେ ତାଙ୍କ ଶରୀରକୁ କାଟିବାପାଇଁ ସେ କେଉଁ ଅସ୍ତ୍ର ବ୍ୟବହାର କରିଥିଲା ସେନେଇ ମଧ୍ୟ ତାଙ୍କୁ ପ୍ରଶ୍ନ କରାଯାଇଛି। ଆଜି ମଧ୍ୟ ପୁଣିଥରେ ଅଫତାବର ପଲିଗ୍ରାଫ ଟେଷ୍ଟ୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe