ଶିକ୍ଷାଗତ ଯୋଗ୍ୟତାକୁ ନେଇ ମିଥ୍ୟ ତଥ୍ୟ ଦେଇଥିବାରୁ ଆପ୍‌ ବିଧାୟକଙ୍କ ନାମରେ ମାମଲା ରୁଜୁ

ଶିକ୍ଷାଗତ ଯୋଗ୍ୟତାକୁ ନେଇ ମିଥ୍ୟ ତଥ୍ୟ ଦେଇଥିବାରୁ ଆପ୍‌ ବିଧାୟକଙ୍କ ନାମରେ ମାମଲା ରୁଜୁ

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ବିଧାୟକ ଫତେହ ସିଂହ ନୋମିନେସନ୍‌ କାଗଜରେ ନିଜର ଶିକ୍ଷାଗତ ଯୋଗ୍ୟତାକୁ ନେଇ ମିଥ୍ୟା ସୂଚନା ଦେଇଥିବାରୁ ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି ବୋଲି ଶନିବାର ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି।

ଜୁଲାଇ ୧୯ ତାରିଖରେ ଗୋକଲପୁରୀର ବାସିନ୍ଦା ଅଭିଯୋଗକାରୀ ପୋଲେରାମ(୪୨)ଉତ୍ତର ଦିଲ୍ଲୀର ନନ୍ଦ ନଗରୀ ପୁଲିସ୍‌ ଥାନାରେ ଏକ ଅଭିଯୋଗ ଆଣିଥିଲେ।

ବିଧାୟକ ସିଂହଙ୍କ ନୋମିନେସନ୍‌ କାଗଜ ଅନୁଯାୟୀ, ସିଂହ ୟୁପି ବୋର୍ଡରୁ ଦ୍ୱାଦଶ ପାସ୍‌ କରିଛନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ଚୌଧୁରୀ ଚରଣ ସିଂହ ୟୁନିଭରସିଟିରୁ ସେ ଗ୍ରାଜୁଏସନ୍‌ କରିଛନ୍ତି।

ମାତ୍ର ଅଭିଯୋଗକାରୀ ଏହାକୁ ମିଛ ବୋଲି କହି ବିଧାୟକ ସିଂହଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ସିଂହ ଜମା କରାଇଥିବା କାଗଜପତ୍ରର ଯାଞ୍ଚ୍‌ କରାଯାଉଛି।

ନିଜ ଶିକ୍ଷାଗତ ଯୋଗ୍ୟତାକୁ ନେଇ କୌଣସି ବି ଆବଶ୍ୟକୀୟ ସ୍ଥାନରେ ଭୁଲ୍‌ ତଥ୍ୟ ଦେବା ଆଇନ୍‌ଗତ ଅପରାଧ ହୋଇଥାଏ। ଯଦି ଏହି ଅଭିଯୋଗ ସତ ହୁଏ ତେବେ ଏଥିପାଇଁ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe