ରାଜଗାଙ୍ଗପୁର(ଜିତେନ୍ଦ୍ର ନାରାୟଣ ଦାସ): ସୁନ୍ଦରଗଡ଼ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଫେରାର ପରେ ମଧ୍ୟ ପୁଲିସ କବ୍ଜାରୁ ଖସିପାରି ନାହିଁ। ସଂପୃକ୍ତ ବ୍ୟକ୍ତିକୁ ପୁଲିସ ୧୭ ବର୍ଷ ପରେ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ହେଲା ମଙ୍ଗଲୁ ରାଉତ (୪୨)।
ରାଜଗାଙ୍ଗପୁର ଥାନା ଅଧୀନ ତରକେରା ଗାଁର ମଙ୍ଗଲୁ ରାଉତ ଏକ ହତ୍ୟାକାଣ୍ଡ ମାମଲାରେ ନ୍ୟାୟାଳୟ ଦ୍ୱାରା ଦଣ୍ଡିତ ହୋଇଥିଲା। ସେ ୧୮ ବର୍ଷ ତଳେ ଜେଲରୁ ପେରୋଲରେ ଆସିଥିଲା। କିନ୍ତୁ ପାରୋଲ ଅବଧି ଶେଷ ହେବା ପରେ ପୁଣି ଥରେ ଜେଲ୍କୁ ଫେରିବା ବଦଳରେ ଫେରାର ମାରିଥିଲା। ମଙ୍ଗଲୁ ଫେରାର ମାରିବା ପରେ ପୁଲିସର ଚିନ୍ତା ବଢ଼ି ଯାଇଥିଲା। କିନ୍ତୁ ମଙ୍ଗଲୁ କେଉଁଆଡ଼େ ଯାଇଥିବ, ଘରକୁ ଆସୁଛି କି, କୌଣସି ବନ୍ଧୁ ବାନ୍ଧବଙ୍କ ମାଧ୍ୟମରେ ପରିବାର ଲୋକଙ୍କର ସହିତ ଯୋଗାଯୋଗ କରୁଛି କି? ଏସବୁ ଉପରେ ତୀକ୍ଷ୍ମଣ ନଜର ରଖିଥିଲା। ତେବେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଆଜି ସକାଳୁ ରାଜଗାଙ୍ଗପୁର ପୁଲିସ ତାକୁ ଧରିବାରେ ସଫଳ ହୋଇଛି।
ଆହୁରି ପଢ଼ନ୍ତୁ: Stones vande bharat: ରାଉରକେଲା-ହାୱଡା ବନ୍ଦେ ଭାରତ ଟ୍ରେନ୍କୁ ପଥରମାଡ଼
ପୁଲିସର ଅଭିଯାନ ଜାରି
ପୁଲିସ କହିଛି, ମଙ୍ଗଲୁ ରାଉତ ୨୦୦୨ରେ ଜମି ବିବାଦକୁ ନେଇ ନିଜ ସମ୍ପର୍କୀୟ ଗୋପାଳ ରାଉତଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା। ଏହି ହତ୍ୟା ମାମଲାରେ ଅଭିଯୁକ୍ତ ମଙ୍ଗଲୁକୁ ପୁଲିସ ଗିରଫ କରିଥିଲା। ୨୦୦୫ରେ ଦୋଷୀ ସାବ୍ୟସ୍ତ ହେବାରୁ ଅଦାଲତ ତାଙ୍କୁ ୧୪ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୦୭ରେ ସେ ଏକ ମାସ ପାଇଁ ପେରୋଲରେ ସୁନ୍ଦରଗଡ଼ ଜେଲରୁ ମୁକୁଳି ଥିଲା। କିନ୍ତୁ ପେରୋଲ ଅବଧି ଶେଷ ହେବା ପରେ ମଧ୍ୟ ସେ ଜେଲ୍ରେ ହାଜିର ନ ହୋଇ ଫେରାର ଥିଲା। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ରାଜଗାଙ୍ଗପୁର ପୁଲିସ ବିଭିନ୍ନ ଅପରାଧୀକ ମାମଲାରେ ଫେରାର ଥିବା ଅଭିଯୁକ୍ତକୁ ଧରିବାକୁ ଅଭିଯାନ ଜାରି ରାଖିଛି। ଫେରାର ମଙ୍ଗଲୁ ନିଜ ଗ୍ରାମରେ ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ କାଂଶବାହାଲ ବିଳାଇଗଡ଼ ଅଞ୍ଚଳରେ ଚଢଉ କରି ଗିରଫ କରିଛି। ପୁଲିସ ଏକ ମାମଲା ରୁଜୁ କରି ଗିରଫ କଏଦୀକୁ କୋର୍ଟ ଚାଲାଣ କରିଛି।
ଆହୁରି ପଢ଼ନ୍ତୁ: Bihar : ହତ୍ୟା କରି ଫେରାର ହେଉଥିଲେ ଅପରାଧୀ, ପିଟି ପିଟି ମାରିଦେଲେ ଗାଁ ଲୋକେ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/26/sundargarh-2025-11-26-21-28-12.jpg)