ଏସି କମ୍ପ୍ରେସର ତାର ଚୋର ଗିରଫ

Advertisment
ବନ୍ଧା ହେଲା ଦୁର୍ଦ୍ଦାନ୍ତ ମକରା

ପୁରୁଣା ଭୁବନେଶ୍ୱର: ଦୀର୍ଘ ଦିନ ଧରି ରାଜଧାନୀର ବିଭିନ୍ନ ସ୍ଥାନରୁ ଏସି କମ୍ପ୍ରେସରରେ ବ୍ୟବହାର ହେଉଥିବା ତମ୍ବା ତାର ଚୋରି କରିବା ଅଭିଯୋଗରେ ଆଜି ବଡ଼ଗଡ ଥାନା ପୁଲିସ୍ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ବଡ଼ଗଡ ଥାନା ଅଧୀନ ମହିଷାଖାଲ ବସ୍ତିରେ ରହୁଥିବା ବଲାଙ୍ଗୀରର ଇସ୍ରାଲ ବାଗ(୨୬)। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ଗତ ୨୬ ତାରିଖରେ ବଡ଼ଗଡ ପୋଡ଼ାସାହିର ଅନୁ ସିଂଙ୍କ ଏତଲା ଆଧାରରେ ତଦନ୍ତ ଚାଲିଥିବା ବେଳେ ହସ୍ତଗତ ଏକ ସିସିଟିଭି ଫୁଟେଜ୍‌ରୁ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିବା ପୁଲିସ କହିଛି। ସେ ଚୋରି ତାରକୁ କିଲୋଗ୍ରାମ୍‌ ପିଛା‌ ୨ଶହରୁ ୩ଶହ ଟଙ୍କାରେ ବିକ୍ରି କରୁଥିବା କହିଛି।

ସୂଚନା ମୁତାବକ, କୋର୍ଟ ପରିସରରେ ଥିବା ସବ୍‌ରେଜିଷ୍ଟ୍ରାର ଓ ଅନ୍ୟାନ୍ୟ ଅଫିସ୍‌ରୁ ମଧ୍ୟ ଏସି ତାର ଚୋରି ହେଉଥିଲା। ସରକାରୀ ଅଫିସ୍‌ ସବୁ ରାତିରେ ବନ୍ଦ ରହୁଥିବାରୁ ସେ ଏହି ସବୁ ଅଫିସ୍‌କୁ ଟାର୍ଗେଟ କରିଥିଲା। ଏହି ତାରର ମୂଲ୍ୟ କେଜି ପିଛା ହଜାରେ ଟଙ୍କାରୁ ଊର୍ଦ୍ଧ୍ବ ଥିବା ବେଳେ ସେ ଏହାକୁ କବାଡ଼ିବାଲାଙ୍କୁ ୨ଶହରେ ବିକୁଥିଲା। ଏକ ସିସିଟିଭି ଫୁଟେଜ୍‌ରେ ତାର କାର୍ଯ୍ୟକଳାପ ରେକର୍ଡିଂ ହୋଇ ରହିଯାଇଥିଲା। ପୁଲିସ ଏହାକୁ ପାଇବା ପରେ ତାକୁ ଠାବ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe