ଭୁବନେଶ୍ବର: କେଉଁଠି ଦୁର୍ଘଟଣା ତ କେଉଁଠି ହତ୍ୟା ଉଦ୍ୟମ ତ ପୁଣି କେଉଁଠି ଦୁଷ୍କର୍ମ । ପୁଣି କେଉଁଠି ଘର ଭିତରେ ଜଳିଗଲା ଜୀବନ । ଆଜି ସକାଳ ହେବା ପର ଠାରୁ ଅପରାହ୍ମ ଯାଏଁ ସାରା ଓଡ଼ିଶାରୁ ଖାଲି ଅଶୁଭ... ଅଘଟଣ ଆଉ ଅଭାବନୀୟ ଘଟଣା ସବୁ ଆସିବାରେ ଲାଗିଛି...

Advertisment

ସକାଳୁ ସକାଳୁ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । ଆଉ ଏହି ଦୁର୍ଘଟଣା ଜଣେ କି ଦୁଇ ଜଣ ନୁହେଁ ବରଂ ୭ ଜଣଙ୍କ ଜୀବନ ନେଇଛି । ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ପାଇଁ ୭ ଜଣଙ୍କ ଜୀବନ ଯାଇଛି । ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ଅକାଳ ମୃତ୍ୟୁ। ନୟାଗଡ଼ ଜିଲ୍ଲା ବୋଦସାରେ ଘଟିଛି ଅଭାବନୀୟ ଘଟଣା । ମୃତ ଯୁବକ ୨ ଜଣ ହେଲେ ଭାପୁର ବ୍ଲକର ଧାନଚେଙ୍ଗଡା ପଞ୍ଚାୟତ ଅଧୀନ କଳଟାଙ୍ଗୀ ଗ୍ରାମର ମଦନ ଧଳଙ୍କ ପୁଅ ବୀର କିଶୋର ଧଳ ଓ ତାରେଶ୍ବର ବିଶ୍ବାଳଙ୍କ ପୁଅ ଶଙ୍କର ବିଶ୍ବାଳ ବୋଲି ସୂଚନା ମିଳିଛି। ଯୁବକ ୨ ଜଣ ଏକ ବାଇକ ଯୋଗେ ମର୍ଦ୍ଦରାଜପୁର ଗ୍ରାମରୁ ବୋଦସା ଦେଇ କଳଟାଙ୍ଗୀ ଗ୍ରାମକୁ ଯାଉଥିଲେ। ତେବେ ବେପରୁଆ ବାଇକ ଚାଳନା ଯୋଗୁଁ ଭାରସ୍ୟାମ ହରାଇ ରାସ୍ତା ପାଖ ଗଛରେ ମାଡ଼ ହୋଇ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଗ୍ରାମବାସୀ ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଉଭୟଙ୍କର ମୃ୍ତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ। ଖବରପାଇ ପୁଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରିବା ସହ ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ବାଇକଟିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି। ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଆହୁରି ପଢନ୍ତୁ- Amit Shah: ଶେଷ ନିଶ୍ବାସ ନେବ ମାଓବାଦ: ଓଡ଼ିଶା ମାଟିରୁ ମାଓମୁକ୍ତ ଭାରତର ସ୍ବପ୍ନ ପୂରଣ ନେଇ ଦମ୍ଭ ଦେଖାଇଲେ ଶାହ

New Project (4)
accident Photograph: (sambad.in)

ଘରେ ପଶିଗଲା ମୃତ୍ୟୁ

ସେହିପରି  ଘରେ ପଶିଗଲା ଟ୍ରକ। ଶୋଇଥିବା ସମୟରେ ଜଣଙ୍କର ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ କରମୂଳ ହାତିବାରୀ ଗ୍ରାମରେ ଘଟିଛି ଅଘଟଣ । ଗ୍ରାମର ଅସ୍ଥିର ତରାଇଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଗୋଟେ ଅଠର ଚକିଆ ଟ୍ରକ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକଟରକୁ ଧକ୍କା ଦେବା ପରେ ନିକଟସ୍ଥ ଏକ କୋଠା ଘରେ ପଶି ଯାଇଥିଲା । ଘରର କାନ୍ଥ ଭାଙ୍ଗି ପଶିଯିବାରୁ ଘରେ ଶୋଇଥିବା ଅବସ୍ଥାରେ ଅସ୍ଥିର ତରାଇଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

New Project (2)
chendipada mla Photograph: (sambad.in)

ବାଡ଼େଇଦେଲା ବିଧାୟକଙ୍କ ଗାଡ଼ି

ଛେଣ୍ଡିପଦା ବିଧାୟକଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ । ଢେଙ୍କାନାଳ ୫୫ନ ଜାତୀୟ ରାଜପଥ ପାଞ୍ଚ କାହାଣୀ ଛକ ନିକଟରେ ଛେଣ୍ଡିପଦା ବିଧାୟକଙ୍କ ଗାଡି ଧକ୍କାରେ ଜଣେ ଯୁବକ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।  ସୂଚନା ମୁତାବକ ଏକ ବୁଲେଟକୁ ପଛରୁ ଧକ୍କା ଦେଇଥିଲା ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ଗାଡି । ଯାହାଦ୍ୱାରା ସହରର ଦକ୍ଷିଣ କାଳୀ ଅଞ୍ଚଳର ଯୁବକ ସନ୍ତୋଷ ସାହୁ ଆହତ ହୋଇଥିଲେ । ଦୁର୍ଘଟଣା ପରେ ବିଧାୟକ ଆହତଙ୍କୁ ନିଜ ଗାଡିରେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇ ନିଜର ମାନବିକତାର ପ୍ରମାଣ ଦେଇଛନ୍ତି । ଆହତଙ୍କ ବାମ ଗୋଡରେ ଆଘାତ ଲାଗିଥିବା ଜଣାପଡ଼ିଛି।

ଦୁର୍ଘଟଣା ନେଲା ଜୀବନ

ସେପଟେ ପିପିଲିରେ କେନାଲକୁ ଖସିଲା କାର୍। ଦୁର୍ଘଟଣାରେ ୫ରୁ ଅଧିକ ଆହତ। ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥ ନିର୍ମଳା ଛକ ଠାରେ ଘଟିଛି କାର ଦୁର୍ଘଟଣା। କାରଟି ଦୃଘଟଣା ଗସ୍ତ ହୋଇ ଜାତୀୟ ରାଜପଥ ବ୍ରିଜ ତଳ କେନାଲକୁ ଖସି ପଡିଛି । ଦ୍ରୁତ ଗତିରେ ଭାରସାମ୍ୟ ହରାଇ ଆସି ଦୂର୍ଘଟଣା ହୋଇଥିବା ସୂଚନା। ସମସ୍ତେ ଏବେ ଭୁବନେଶ୍ୱର ହସ୍ପିଟାଲ ସ୍ଥାନାନ୍ତର । ଅନ୍ୟପଟେ ଭୁବନେଶ୍ୱର - ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାର ଦାଣ୍ଡମୁକୁନ୍ଦପୁର ଠାରେ ଗୁରୁବାର ବିଳମ୍ବିତ ରାତିରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏକ ବାଇକରେ ୩ ଜଣ ଯୁବକ ଯାଉଥିବା ବେଳେ କୌଣସି ଏକ ଗାଡି ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଏଥିରେ ୨ ଜଣଙ୍କର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା । ଅନ୍ୟ ଗୁରୁତର ଆହତକୁ ପିପିଲି ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ପିପିଲି ମେଡିକାଲ ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଆହୁରି ପଢନ୍ତୁ- Hezbollah attack on Haifa port: ହାଇଫା ବନ୍ଦର ଉପରେ ହିଜବୁଲ୍ଲାର ଆକ୍ରମଣ, ବାହାରିନରେ ଇସ୍ରାଏଲ ଦୂତାବାସ ହେଲା ଆକ୍ରମଣର ଶିକାର

ସେହିପରି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଶ୍ରାନିକେତା ପଞ୍ଚାୟତର ସିର୍ସାମାହାଠାରେ ଏକ ଦୁର୍ଘଟଣା ଘଟିଯାଇଛି। ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କର ମୃ୍ତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଦାରିଙ୍ଗବାଡି ବ୍ଲକ ତିଲୋରୀ ଶ୍ରୀରାମନଗର ସାହିର ଦୟା ନାୟକଙ୍କ ପୁଅ ନାନୁ ନାୟକ। ବିଳମ୍ବିତ ରାତିରେ ନାନୁ ବାଇକ ଯୋଗେ ଦାରିଙ୍ଗବାଡିରୁ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ସିର୍ସାମାହା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡି ତାଙ୍କୁ ଜୋରଦାର ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇବା ପରେ ଗାଡିଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ନାନୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ ନିଶ୍ଚିତ କରିଛନ୍ତି। ଖବର ପାଇ ଦାରିଙ୍ଗବାଡି ଥାନା ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଶ୍ରୀରାମନଗର ସାହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

New Project (3)
7 dead Photograph: (sambad.in)

ଖଲ୍ଲିକୋଟରୁ ଆସିଛି ବି ଦୁର୍ଘଟଣାର ଖବର । ୧୬ ନଂ ଜାତୀୟ ରାଜପଥ ଚଣ୍ଡୀ ଢ଼ାବା ନିକଟ ଗୁଡ଼ିଢିପ ନିକଟରେ ବାଇକ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ମୃତକ ଜଣକ ସାଙ୍ଗରେ ରମ୍ଭା ନିକଟରୁ ବାର୍‌ହା ମାଂସ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଦୂର୍ଘଟଣା ଘଟିଛି। ଘଟଣା ସ୍ଥଳରେ ପଡ଼ିଛି ବଡ଼ ବଡ଼ ବାର୍‌ହା ମାଂସ ଖଣ୍ଡ। ଯୁବକ ଜଣକୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ପରେ ମୃତ ଘୋଷଣା କରିଥିଲେ ଡାକ୍ତର। ଘଟଣା ସ୍ଥଳରେ ଖଲ୍ଲିକୋଟ ପୁଲିସ ଓ ଏନଏଚଆଇ ପାଟ୍ରୋଲିଂ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଯୁବକ ଜଣକ କେଉଁଠୁ ବାର୍‌ହା ମାଂସ ଆଣିଲେ ଓ କେଉଁଠିକୁ ନେଇ ଯାଇଥିଲେ ତାହା ସ୍ପଷ୍ଟ ହୋଇ ନାହିଁ।

ସେପଟେ ନୀଳଗିରିରେ ଓଲଟିଲା ପଥର ବୋଝେଇ ଟିପ୍ପର। ଦୁର୍ଘଟଣାରେ ଚାଳକ ଗୁରୁତର। ନୀଳଗିରି ଥାନା ଅଧୀନ କେନ୍ଦୁଖୁଣ୍ଟା ଛକ ନିକଟରେ ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଭୋର ପ୍ରାୟ ୪ଟା ସମୟରେ ବେଆଇନ ଭାବରେ ପଥର ଚୋରା ଚାଲଣ କରୁଥିବା କାରଣରୁ ଗାଡ଼ିଟି ଦ୍ରୁତ ଗତିରେ ଯାଉଥିଲା। ଫଳରେ ଭାରସାମ୍ୟ ହରାଇ ଟିପ୍ପରଟି ରାସ୍ତା ପାର୍ଶ୍ବକୁ ଓଲଟି ପଡିଥିଲା। ଗାଡି ଚାଳକ ଜଣକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲକୁ ନେଇଛନ୍ତି।

crime
crime Photograph: (sambad.in)

କଲେଜ ଛାତ୍ରୀଙ୍କୁ ବ୍ଲେଡରେ କାଟିଦେଲେ

ଖାଲି ଦୁର୍ଘଟଣା ନୁହେଁ ଆକ୍ରମଣର ଖବର ବି ଆସିଛି । କଲେଜ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ପରୀକ୍ଷା ଦେବାକୁ ଯାଉଥିବା ସମୟରେ ବ୍ଲେଡରେ ଆକ୍ରମଣ କଲେ ଦୁର୍ବୃତ୍ତ । ଛାତ୍ରୀର ନିଜ ଓଢଣିରେ ତଣ୍ଟି ଚିପି ମାରିଦେବାକୁ ହୋଇଥିଲା ଉଦ୍ୟମ । ଗୋପ ଥାନା ନାଗପୁରରେ ଘଟିଛି ଅଘଟଣ ।ତେବେ ଛାତ୍ରୀ ଜଣକ ଗୋପ କଲେଜରେ ଯୁକ୍ତ ୨ ପରୀକ୍ଷା ଦେବାକୁ ଯାଉଥିଲେ । ଘର ଠାରୁ ଦୁଇ ଶହ ମିଟର ଦୂରରେ ତାଙ୍କ ଉପରେ ଆକ୍ରମଣ ହୋଇଛି । ଆକ୍ରମଣ ପରେ ଛାତ୍ରୀ ଜଣକ ଚିତ୍କାର କରିବା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଂଚି ଉଦ୍ଧାର କରିବା ସହିତ ପ୍ରଥମେ ନାଗପୁର ମେଡିକାଲ ଓ ପରେ ଗୁରୁତର ଅବସ୍ଥାରେ ଗୋପ ମେଡିକାଲରେ ଭର୍ତ୍ତି କରିଛନ୍ତି । ଡାକ୍ତରଙ୍କ ଚିକିତ୍ସା ସମୟରେ ଛାତ୍ରୀ ଜଣକ ବେକରେ ଗଭୀର କ୍ଷତ ରହିଥିବା ଜାଣିବାକୁ ମିଳିଛି । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି ।

ଜଙ୍ଗଲରେ ଯୁବତୀଙ୍କ ଶବ

ସେପଟେ ରାଉରକେଲା ବେଦବ୍ୟାସ ସ'ମିଲ ଛକ ନିକଟ ସରକାରୀ ବିଦ୍ୟାଳୟ ପାର୍ଶ୍ଵ ଜଙ୍ଗଲରୁ ଯୁବତୀଙ୍କ ଶବ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ବ୍ରାହ୍ମଣୀତରଙ୍ଗ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଆଜି ସକାଳୁ ସ୍ଥାନୀୟ ଅଞ୍ଚଳ କିଛି ଲୋକ ଶୌଚ ଯାଇଥିବା ବେଳେ ଯୁବତୀଙ୍କ ଶବ ପଡ଼ିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ ।

୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ !

ସୁନ୍ଦରଗଡ଼ରେ ଶିଶୁ କନ୍ୟାକୁ ଦୁଷ୍କର୍ମ ! ୫ ବର୍ଷର ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କଲା ଗାଁ ଯୁବକ । ଶିଶୁ କନ୍ୟାର ପରିବାର ଲୋକଙ୍କ ଅଭିଯୋଗ ପାଇ ମାମଲା ରୁଜୁ କଲା ହେମଗିରି ପୋଲିସ । ଦୁଷ୍କର୍ମକାରୀ ଯୁବକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ । ହେମଗିରି ମେଡିକାଲରେ ଶିଶୁ କନ୍ୟାର ଚାଲିଛି ଚିକିତ୍ସା ।

ବିଚାରାଧୀନ କଏଦୀର ମୃତ୍ୟୁ 

ସୁନ୍ଦରଗଡରେ ବିଚାରାଧୀନ କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେରେ ମୃତ୍ୟୁ ଅଭିଯୋଗ । ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ କିଡନୀ ଜନିତ ରୋଗରେ ପୀଡ଼ିତ ହୋଇ ଗତ ୧୪ ଫେବୃଆରୀ ରୁ ଚିକିତ୍ସିତ ହେଉଥିଲେ । ମୃତକ କଏଦୀ ଜଣକ ହେମଗିରି ଥାନା ବରପାଲି ଗ୍ରାମର ସରୋଜ ରାଉତ। ଗତ ମାସ ବରପାଲି ଗ୍ରାମର  ପରିବା ବେପାରୀ ସତ୍ୟାରାମ ହତ୍ୟା ଘଟଣା ରେ ବିଚାର ବିଭାଗୀୟ ହାଜତରେ ଅନ୍ୟ ଅଭିଯୁକ୍ତଙ୍କ ସହ  ଥିଲେ ସରୋଜ । ହଠାତ୍ ଦେହ ଅସୁସ୍ଥ ହେବାରୁ ଜେଲ କର୍ତ୍ତୃପକ୍ଷ ସରୋଜକୁ ମେଡିକାଲ କଲେଜ୍ ରେ ଭର୍ତ୍ତି କରାଇଥିଲେ ।

ସାମନ୍ତରାପୁରରେ ମିଠା ଦୋକାନୀଙ୍କୁ ହାଣିଲେ

ବିଗିଡ଼ି ଗଲାଣି ରାଜଧାନୀର ଆଇନଶୃଙ୍ଖଳା ବ୍ୟବସ୍ଥା।  ଅପରାଧୀମାନେ ସହର ଭିତରେ ଘୂରି ବୁଲି ଅପରାଧ ଘଟାଉଛନ୍ତି। ଆଜି ରାତି ପ୍ରାୟ ୯ଟା ବେଳେ ରାଜଧାନୀ ରାଜରାସ୍ତାରେ ଜଣେ ମିଠା ଦୋକାନୀଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ସାମନ୍ତରାପୁରରେ ଏହାର ସଦ୍ୟତମ ପ୍ରମାଣ। ଜନଗହଳିପୂର୍ଣ୍ଣ ସାମନ୍ତରାପୁର ଛକ ନିକଟରେ ଏହି ଆପରାଧିକ ଘଟଣା ଘଟିଛି। ୩ଜଣ ଦୁର୍ବୃତ୍ତ ଆସି ଏକ ଖଣ୍ଡାରେ ମିଠା ବ୍ୟବସାୟୀଙ୍କୁ ହାଣିଛନ୍ତି। ତାଙ୍କର ବାମ ହାତରେ ଗଭୀର ଆଘାତ ଲାଗିଛି। ଆହାତ ଜଣକ ‌ହେଲେ ବେହେରା ମିଠା ଦେକାନୀ ମାଲିକ ଦିଲ୍ଲୀପ କୁମାର ବେହେରା(୫୨)। ଏହି ଚାଞ୍ଚଲ୍ୟକର ଘଟଣା ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ଏହି ଘଟଣାକୁ କେନ୍ଦ୍ର କରି ଦୋକାନ ବଜାର ଭୟରେ କରିଦେଇଛନ୍ତି। ତେବେ ଉକ୍ତ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। 

ହୀରାଖଣ୍ଡ ଟ୍ରେନରେ ମୃତଦେହ

କୋରାପୁଟ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନରୁ ମୃତଦେହ ଉଦ୍ଧାର। ମୃତକ ହେଲେ ମନୀଷ ଦାସ। ତାଙ୍କ ଘର କଟକ କଣ୍ଟିଲୋ ଅଂଚଳର ବୋଲି ଜଣାପଡ଼ିଛି। ମନୀଷ ରାୟଗଡା ଅଞ୍ଚଳ ଟିକିରି କମ୍ପାନୀରେ ଚାକିରୀ କରନ୍ତି। ମନୀଷ ଗତକାଲି ଭୁବେନସ୍ୱରରୁ ହୀରାଖଣ୍ଡ ଟ୍ରେନ ଯୋଗ ଟିକିରୀ ଆସୁଥିଲେ। ଆସିବା ସମୟରେ ହୃଦଘାତ ହୋଇଥିବା ସୂଚନା। ବର୍ତ୍ତମାନ କୋରାପୁଟ ଆରପିଫ ଓ ଜିଆରପି ପୋଲିସ୍ ପହଞ୍ଚି ଶବ କୁ ଜବତ କରି ଅଧିକ ତଦନ୍ତ କରୁଛି।

ଘରେ ଶୋଇଥିଲେ, ଜଳିଗଲା ଜୀବନ

ଘର ପୋଡିଗଲା, ଜଳିଗଲେ ଯୁବକ l ଆନନ୍ଦପୁର ମୁନ୍ସିପାଲିଟି ୬ନମ୍ବର ୱାର୍ଡ ବଡଦାଣ୍ଡ ନିକଟରେ ଘଟିଛି ଘଟଣା l ମୃତ ଯୁବକ ହେଉଛନ୍ତି ଦେବେନ୍ଦ୍ର ମିଶ୍ର (୪୦) l ଘରେ ଶୋଇଥିବା ବେଳେ ରାତି ୧୨ଟା ରେ ନିଆଁ ଲାଗି ଯାଇଥିଲା l ଘର ଭିତରେ ଦେବେନ୍ଦ୍ର ପୋଡି ହୋଇ ମୃତ୍ୟୁ ବରଣ କରିଥିଲେ l ଆନନ୍ଦପୁର ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଡାକ୍ତରଖାନା କୁ ପଠାଇଛି l