ମାଲକାନଗିରି: କୋର୍ଟଚାଲାଣ ପୂର୍ବରୁ ଅଭିଯୁକ୍ତ ଚମ୍ପଟ

Advertisment
ଛତିଶଗଡ଼ ସୀମାନ୍ତରେ କାରରୁ ୩୦ ଲକ୍ଷ ଜବତ:

kalinga tv

ମାଲକାନଗିରି: ମେଡିକାଲରୁ ଅଭିଯୁକ୍ତ ଫେରାର ହୋଇଥିବାର ଖବର ମିଳିଛି। ନିକଟ ଜଙ୍ଗଲରୁ ଜଣେ ଧରାପଡ଼ିଥିବା ବେଳେ ଅନ୍ୟ ଜଣେ ଏବେ ବି ଫେରାର ଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ ଗଂଜେଇ ଚୋରା ଚାଲାଣ ମାମଲାରେ ବୁଧବାର ଦିନ ଦୁଇ ଜଣଙ୍କୁ କାଲିମେଳା ପୁଲିସ ଗିରଫ କରିଥିଲା। ଗତକାଲି କୋର୍ଟ ଚାଲାଣ କରିବା ପୂର୍ବରୁ ମେଡିକାଲ ଚେକ ଅପ ପାଇଁ ନେଇ ଡାକ୍ତରଙ୍କୁ ଦେଖାଇବା ସମୟରେ ପୁଲିସକୁ ଧକ୍କା ଦେଇ ଫେରାର ହୋଇଯାଇଥିଲେ ଦୁଇ ଅଭିଯୁକ୍ତ।

ଗତକାଲି ରାତିରେ ନିକଟ ଜଙ୍ଗଲରୁରୁ ଜଣକୁ ପୁଲିସ ଧରିବାରେ ସଫଳ ହୋଇଥିବା ବେଳେ ଏବେ ବି ଅନ୍ୟ ଜଣେ ମୁଦଲା ଫେରାର ରହିଛି। ଧରାପଡିଥିବା ଅଭିଯୁକ୍ତ ହେଉଛି ଦୀପକ ପାଟିଲ। ତାର ଘର ମହାରାଷ୍ଟ୍ରରେ ବୋଲି ଜଣାଯାଇଛି। ଫେରାର ଥିବା ଅଭିଯୁକ୍ତ ହେଉଛି ହରି ମାଟାମ। ତାର ଘର ମାଲକାନଗିରିର ଟେକଗୁଡ଼ାରେ। ଏହି ଘଟଣା ପରେ କାଲିମେଳା ପୁଲିସ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ଜୋରସୋରରେ ଉଦ୍ୟମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe