ଡୁମୁଡୁମା ଅଞ୍ଚଳରେ ଅଢ଼େଇବର୍ଷର ଶିଶୁକୁ ଦୁଷ୍କର୍ମ : ‌‌ଜେଲ୍‌ ଗଲା ଅଭିଯୁକ୍ତ

Advertisment
ସ୍ବତନ୍ତ୍ର ପାରୋଲରେ ମୁକୁଳିବେ ଆଉ ୨୨୧ କଏଦୀ

Photo Credit: Representative Image

ଖଣ୍ଡଗିରି : ମାତ୍ର ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ୨୧ ତାରିଖ ମଧ୍ୟାହ୍ନରେ ଡୁମୁଡୁମା ଅଞ୍ଚଳରେ ଏହି ଘଟଣା ଘଟିଛି। ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତ ରମେଶ ଦାସ(୪୦)କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରୁ ଉତ୍ତେଜନା ଥମି ନାହିଁ। ଅଭିଯୁକ୍ତ ବିରୋଧରେ ତୁରନ୍ତ ଚାର୍ଜସିଟ୍ ଦାଖଲ କରିବାକୁ ମହିଳାମାନେ ଦାବି କରିଛନ୍ତି।

ସୂଚନାନୁସାରେ, ପୀଡ଼ିତା ଶିଶୁକନ୍ୟାର ପରିବାର ଅଭିଯୁକ୍ତ‌ ରମେଶର ପଡ଼ୋଶୀ। ତେଣୁ ରମେଶ ଶିଶୁଟିକୁ କୋଳେଇ କାଖେଇ ଖେଳାଇବା ଥିଲା ଏକ ନିତିଦିନିଆ ଘଟଣା। ଘଟଣା ଦିନ ଅଭିଯୁକ୍ତ ରମେଶ ଶିଶୁକୁ ନିଜ ଘରକୁ ନେଇଥିଲା ଓ ତା’ ସହ ଦୁଷ୍କର୍ମ କରିଥିଲା। ଶିଶୁଟି କଷ୍ଟ ସହି ନପାରି କାନ୍ଦିବାରୁ ରମେଶ ତାକୁ ତାଙ୍କ ଘରେ ଛାଡ଼ି ଦେଇଆସିଥିଲା। ପୀଡ଼ିତାଙ୍କ ମା’ ପ୍ରଥମେ ଝିଅର କାନ୍ଦିବାର କାରଣ ବୁଝି ପାରିନଥିଲେ। କ’ଣ ହେଇଛି ବୋଲି ବାରମ୍ବାର ପଚାରିବା ପରେ ଶିଶୁଟି କ୍ଷତ ଚିହ୍ନ ଆଡ଼କୁ ସଂକେତ ଦେଇଥିଲା। ଫଳରେ ମା’ ସମସ୍ତ କଥା ବୁଝି ପାରିଥିଲେ। ତୁରନ୍ତ ସେମାନେ ତାକୁ ଖଣ୍ଡଗିରି ଥାନା ଓ ପରେ ହସ୍ପିଟାଲକୁ ନେଇ ଚିକିତ୍ସା କରାଇଥିଲେ। ଅଭିଯୋଗ ପାଇବା ମାତ୍ରେ ଖଣ୍ଡଗିରି ଥାନା ପୁଲିସ ରମେଶକୁ ଖୋଜିଥିଲା ଓ ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏକ ନିଛାଟିଆ ସ୍ଥାନରୁ ଗିରଫ କରିଥିଲା। ମେଡିକାଲ ଯାଞ୍ଚ ପରେ ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ସେଠାରେ ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe