ରାଜ୍ୟଙ୍କୁ ଗୃହ ମନ୍ତ୍ରାଳୟର ଚିଠି: ବେଆଇନ ଡିଜିଟାଲ ଋଣ ଆପ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

୧୭ଟି ଋଣ ଆପ୍ ଫୋନ୍‌ ଲାଗି ବିପଜ୍ଜନକ

KadvaCorp

ନୂଆଦିଲ୍ଲୀ: ଦେଶରେ ବେଆଇନ ଋଣ ଆପ୍‌ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। ଏହି ଆପ୍‌ଗୁଡ଼ିକ ଜରିଆରେ ଲୋକମାନେ ବ୍ଲାକମେଲ୍‌ର ଶିକାର ହେଉଛନ୍ତି। ଋଣ ଆଦାୟ ବେଳେ ନିର୍ମମ ବ୍ୟବହାର ପ୍ରଦର୍ଶନ କରାଯାଉଛି। ଏହି କାରଣରୁ ଦେଶରେ ଅନେକ ଲୋକ ଆତ୍ମହତ୍ୟା ମଧ୍ୟ କରୁଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଏକ ଚିଠି ଲେଖିଛନ୍ତି। ଦେଶର ସୁରକ୍ଷା, ସହିତ ଦେଶର ନିରାପତ୍ତା ଓ ଅର୍ଥନୀତି ଉପରେ ଏହି ପ୍ରସଙ୍ଗର ଗୁରୁତର ପ୍ରଭାବ ପଡ଼ୁଛି ବୋଲି ‌ଗୃହ ମନ୍ତ୍ରାଳୟ କହିଛି।

ଠକିବା ମନୋଭାବ ରଖି ଉକ୍ତ ବେଆଇନ ଋଣ ଆପ୍‌ଗୁଡ଼ିକ ଏକସଙ୍ଗରେ ବହୁଲୋକଙ୍କୁ ଏସଏମଏସ ପଠାଉଛନ୍ତି। ଡିଜିଟାଲ ବିଜ୍ଞାପନ ଦେଉଛନ୍ତି। ଚାଟ୍‌ ମେସେଞ୍ଜର ଏବଂ ମୋବାଇଲ ଆପ୍‌ ଷ୍ଟୋରକୁ ବହୁଳ ଭାବେ ବ୍ୟବହାର କରୁଛନ୍ତି। ଗୃହ ମନ୍ତ୍ରାଳୟ ଏସବୁ ଆପ୍‌କୁ ନିଷିଦ୍ଧ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଗୁଡ଼ିକ ମଧ୍ୟରୁ କିଛି ଆପ୍‌କୁ ଶୀଘ୍ର ନିଷିଦ୍ଧ କରାଯିବାର ଆଶା ରହିଛି। ବେଆଇନ ଋଣ ଆପ୍‌ ସଂପର୍କରେ ଦେଶର ବିଭିନ୍ନ ଭାଗରୁ ରିପୋର୍ଟମାନ ଆସୁଛି। ମାତ୍ରାଧିକ ସୁଧ ନେଇ ସେମାନେ ସ୍ବଳ୍ପ ମିଆଦୀ ଋଣ ପ୍ରଦାନ କରୁଛନ୍ତି। ଏଥିସହିତ ଲୁକ୍କାୟିତ ଭାବେ ମଧ୍ୟ ପ୍ରୋସେସିଂ ଚାର୍ଜ ଆଦାୟ କରୁଛନ୍ତି। କେବଳ ସେତିକି ନୁହେଁ ଋଣ ନେଉଥିବା ବ୍ୟକ୍ତିଙ୍କ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମଧ୍ୟ ସଂଗ୍ରହ କରି ନେଉଛନ୍ତି ବୋଲି ଚିଠିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe