ଅମିତାଭ ବଚ୍ଚନଙ୍କ ସହ କାମ କରିଥିବା ଅଭିନେତାଙ୍କୁ ନିର୍ମମ ହତ୍ୟା

Advertisment

ବିଗ୍ ବିଙ୍କ ସହ କାମ କରିଥିବା ଅଭିନେତାଙ୍କୁ ନିର୍ମମ ହତ୍ୟା। ମହାରାଷ୍ଟ୍ରର ନାଗପୁରରୁ ଏହି ଆଶ୍ଚର୍ଯ୍ୟଜନକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ଫିଲ୍ମ 'ଝୁଣ୍ଡ'ରେ ଅଭିନୟ କରିଥିବା ପ୍ରିୟାଂଶୁ ଓରଫ ବାବୁ ଛେତ୍ରୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି।

ବିଗ୍ ବିଙ୍କ ସହ କାମ କରିଥିବା ଅଭିନେତାଙ୍କୁ ନିର୍ମମ ହତ୍ୟା। ମହାରାଷ୍ଟ୍ରର ନାଗପୁରରୁ ଏହି ଆଶ୍ଚର୍ଯ୍ୟଜନକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ଫିଲ୍ମ 'ଝୁଣ୍ଡ'ରେ ଅଭିନୟ କରିଥିବା ପ୍ରିୟାଂଶୁ ଓରଫ ବାବୁ ଛେତ୍ରୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି।

Untitled-37

ନାଗପୁର: ବିଗ୍ ବିଙ୍କ ସହ କାମ କରିଥିବା ଅଭିନେତାଙ୍କୁ ନିର୍ମମ ହତ୍ୟା। ମହାରାଷ୍ଟ୍ରର ନାଗପୁରରୁ ଏହି ଆଶ୍ଚର୍ଯ୍ୟଜନକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ଫିଲ୍ମ 'ଝୁଣ୍ଡ'ରେ ଅଭିନୟ କରିଥିବା ପ୍ରିୟାଂଶୁ ଓରଫ ବାବୁ ଛେତ୍ରୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ଘଟଣା ନାଗପୁରର ଜରିପଟକା ଥାନା ଅଞ୍ଚଳରେ ଥିବା ନାରା ଅଞ୍ଚଳରେ ଘଟିଛି। ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଲିସର ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୩ଟାରେ ପ୍ରିୟାଂଶୁ ଗୁରୁତର ଆହତ ହେବା ସହ ତାରରେ ବନ୍ଧା ହୋଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏଭଳି ଅବସ୍ଥା ଦେଖି ସ୍ଥାନୀୟ ଲୋକମାନେ ତୁରନ୍ତ ପୁଲିସକୁ ସୂଚନା ଦେବା ପରେ ଜରିପଟକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଅଭିନେତାଙ୍କୁ ମେୟୋ ହସ୍ପିଟାଲରେ ଭର୍ତ୍ତି କରିଥିଲା। କିନ୍ତୁ ପରୀକ୍ଷା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପ୍ରିୟାଂଶୁ ଛେତ୍ରୀଙ୍କ ବିରୋଧରେ ପୂର୍ବରୁ ଚୋରି ସମେତ ଅପରାଧିକ ମାମଲା ରୁଜୁ ହୋଇଥିଲା। ତାଙ୍କ ଭଉଣୀ ଶିଳ୍ପା ଛେତ୍ରୀଙ୍କ ଅଭିଯୋଗ ଆଧାରରେ ପୁଲିସ ଏବେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଅଭିଯୁକ୍ତ ଧ୍ରୁବ ଶାହୁକୁ ଗିରଫ କରିଥିବା ବେଳେ ପ୍ରାଥମିକ ତଦନ୍ତରୁ ହତ୍ୟାର କାରଣ ବ୍ୟକ୍ତିଗତ ଶତ୍ରୁତା ବୋଲି ଜଣାପଡିଛି। ପୁଲିସ ବର୍ତ୍ତମାନ ଅନ୍ୟାନ୍ୟ ଦିଗଗୁଡ଼ିକୁ ନେଇ ମଧ୍ୟ ତଦନ୍ତ କରୁଛି।

priyanshu-chhetri | murdered

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe