ଘରୁ ଯୁବତୀଙ୍କୁ ଉଠାଇ ନେଇ ଜଙ୍ଗଲରେ ବିବାହ କଲା ଏକତରଫା ଭଲ ପାଉଥିବା ପ୍ରେମିକ

Advertisment
ଘରୁ ଯୁବତୀଙ୍କୁ ଉଠାଇ ନେଇ ଜଙ୍ଗଲରେ ବିବାହ କଲା ଏକତରଫା ଭଲ ପାଉଥିବା ପ୍ରେମିକ

ନୂଆଦିଲ୍ଲୀ: ରାଜସ୍ଥାନର ଜେସଲମେରରେ ଜଣେ ଯୁବକ ଜୋରଜବରଦସ୍ତି ଯୁବତୀଙ୍କୁ ଉଠାଇ ଜଙ୍ଗଲକୁ ନେଇ ଯାଇଥିଲା। ଏଥିସହିତ ସେ ଜଙ୍ଗଲରେ ନିଆଁ ଜାଳି ଯୁବତୀଙ୍କ ସହିତ ସେଠାରେ ସାତ ଫେରେ ନେଇଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିସହିତ ଏହି ଘଟଣାକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି।

ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଏଯାବତ ପୁଲିସ ଧରି ନଥିବାରୁ ପୀଡ଼ିତାଙ୍କ ପରିବାରଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିସହିତ ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ଟୁଇଟ କରି କଂଗ୍ରେସ ସରକାରକୁ ଆକ୍ଷେପ କରି କହିଛନ୍ତି, ‘ରାଜସ୍ଥାନ ମେ କଂଗ୍ରେସ ଜଙ୍ଗଲରାଜ କାୟମ ହୈ’।

ସୂଚନାଯୋଗ୍ୟ, ମୋହନଗଡ଼ ଥାନା ସାଙ୍ଖଲା ଗ୍ରାମରେ ଜଣେ ଯୁବତୀଙ୍କ ଜୁନ ୧ ତାରିଖରେ ନିର୍ବନ୍ଧ ହେବାର ଥିଲା। ପରିବାରଲୋକ ଏହି ନିର୍ବନ୍ଧକୁ ଭାଙ୍ଗି ଅନ୍ୟ ସ୍ଥାନରେ କରିବାକୁ ଯାଉଥିବା ବେଳେ ଜଣେ ଯୁବକ ହଙ୍ଗାମା କରିଥିଲା।

ଏହାପରେ ୧୦/୧୫ ଜଣ ଯୁବକ  ଯୁବତୀଙ୍କୁ ସିନେମା ଶୈଳୀରେ ଜୋରଜବରଦସ୍ତ ଘରୁ ଉଠାଇ ନେଇ ଜଙ୍ଗଲକୁ ଚାଲି ଯାଇଥିଲା। ଜଙ୍ଗଲରେ ନିଆଁ ଜାଳି ଯୁବତୀଙ୍କ ମଥାରେ ସିନ୍ଦୁର ଭରି ଏକ ତରଫା ଭଲ ପାଉଥିବା ଯୁବକ ସାତଫେରେ ନେଇଥିଲା। ତେବେ ଏହି ସମୟରେ ଯୁବତୀ କାନ୍ଦୁଥିବାର ଭାଇରାଲ ହୋଇଥିବା ଭିଡିଓରେ ଶୁଣିବାକୁ ମିଳୁଛି। ଏଥିସହିତ ଯୁବକ ଯୁବତୀଙ୍କୁ ଧରି ସାତ ଫେରେ ନେଉଥିବା ବେଳେ ଜଣେ ମହିଳା ବି ଘଟଣାସ୍ଥଳରେ ଥିବା ନଜରକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe