ଦୁଷ୍କର୍ମ ଅଭିଯୋଗ ଫେରାଇ ଆଣିବାକୁ ମନା କରିବାରୁ ଘରେ ପଶି ପୀଡ଼ିତାଙ୍କ ଉପରେ ଏସିଡ୍ ମାଡ଼ କଲେ ୪ ଅଭିଯୁକ୍ତ

ଦୁଷ୍କର୍ମ ଅଭିଯୋଗ ଫେରାଇ ଆଣିବାକୁ ମନା କରିବାରୁ ଘରେ ପଶି ପୀଡ଼ିତାଙ୍କ ଉପରେ ଏସିଡ୍ ମାଡ଼ କଲେ ୪ ଅଭିଯୁକ୍ତ

oneindia.com

ଲେକ୍ଷ୍ନୌ: ଦୁଷ୍କର୍ମର ଶିକାର ହେବା ପରେ ନ୍ୟାୟ ଆଶାରେ ଅଦାଲତର ଦ୍ବାରସ୍ଥ ହୋଇଥିଲେ ପୀଡ଼ିତା। କିନ୍ତୁ ତାଙ୍କ ସ୍ବପ୍ନ ସ୍ବପ୍ନରେ ରହିଗଲା। ନ୍ୟାୟ ମିଳିବା ପରିବର୍ତ୍ତେ ହେଲା ଏସିଡ୍ ମାଡ଼। ଅପରାଧିମାନଙ୍କ ଏଭଳି ବର୍ବରତା ପରେ ପୀଡ଼ିତାଙ୍କ ଶରୀର ୩୦ପ୍ରତିଶତ ଜଳିଯିବା ସହ ଏବେ‌ ମିରଠ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ତେବେ ଅପରାଧରେ ସାମିଲ ଥିବା ୪ଜଣ ଅଭିଯୁକ୍ତ ଏବେ ଫେରାର ଥିବା ବେଳେ ସେମାନଙ୍କୁ ଚିହ୍ନଟ କରିଛି ପୁଲିସ। ସେମାନେ ହେଲେ କସେରବା ଗାଁର ଆରିଫ୍, ଶାହାନବାଜ, ସରିଫ୍ ଓ ଆବିଦ୍।

पहले पुलिस से की थी शिकायत oneindia.com

ସୂଚନା ମୁତାବକ, ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ୪ଜଣଙ୍କ ବିରୋଧରେ ପୁଲିସରେ ଏତଲା ରୁଜୁ କରାଇଥିଲେ। କିନ୍ତୁ ତଦନ୍ତ ପରେ କୌଣସି ପ୍ରମାଣ ନ ମିଳିବାରୁ ମାମଲାକୁ ବନ୍ଦ କରି ଦିଆଯାଇଥିଲା। ଯାହା ପରେ ନ୍ୟାୟ ଆଶାରେ ପୀଡ଼ିତା ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଏ ବିଷୟରେ ୪ଜଣଙ୍କୁ ଜଣାପଡ଼ିବା ପରେ ସେମାନେ ପ୍ରଥମେ ପୀଡ଼ିତାଙ୍କୁ ଅଭିଯୋଗ ଫେରାଇ ଆଣିବା ପାଇଁ ବାଧ୍ୟ କରିଥିଲେ। କିନ୍ତୁ ପୀଡ଼ିତା ନ ମାନିବାରୁ ଶନିବାର ପୀଡ଼ିତାଙ୍କ ଘରେ ପଶି ତାଙ୍କ ଉପରେ ଏସିଡ୍ ମାଡ଼ କରିଥିଲେ ୪ ଅଭିଯୁକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe