କେରଳ ରାଲିରେ ଘୃଣା ‌ସ୍ଲୋଗାନ ଦେଉଥିବା ବାଳକର ଭିଡିଓ ଭାଇରାଲ୍‌ ଘଟଣା; ୨ ଜଣଙ୍କ ନାମରେ ମାମଲା ରୁଜୁ

Advertisment
କେରଳ ରାଲିରେ ଘୃଣା ‌ସ୍ଲୋଗାନ ଦେଉଥିବା ବାଳକର ଭିଡିଓ ଭାଇରାଲ୍‌ ଘଟଣା; ୨ ଜଣଙ୍କ ନାମରେ ମାମଲା ରୁଜୁ

NDTV.com

ତିରୁବନନ୍ତପୁରମ୍‌: ଗତ ସପ୍ତାହରେ ଏକ ରାଜନୈତିକ ରାଲିରେ ଏକ ଛୋଟ ଛୁଆର ଘୃଣାତ୍ମକ ସ୍ଲୋଗାନ୍‌ର ଭିଡିଓ ଭାଇରାଲ୍‌ ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। କେରଳରେ ଘଟିଥିବା ଏହି ଲଜ୍ଜାଜନକ ଘଟଣାକୁ ନେଇ ପୁଲିସ୍‌ ମାମଲା ରୁଜୁ କରିବା ପରେ ଛୋଟ ଛୁଆମାନଙ୍କୁ ରାଜନୀତିରେ ବ୍ୟବହାର କରାଯାଉଥିବା ହେତୁ ଚିନ୍ତା ପ୍ରକଟ କରିଛନ୍ତି କେରଳ ହାଇକୋର୍ଟ।

ଅଲ୍‌ପୁଜାରେ ଥିବା ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ(ପିଏଫ୍‌ଆଇ) ଦ୍ବାରା ହେଉଥିବା ଏକ ରାଲିରେ ଛୋଟ ଛୁଆ ଜଣକ ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ ସଂପ୍ରଦାୟ ବିରୋଧରେ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା। ସେହି ସମୟର ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏହାକୁ ନେଇ ବିବାଦ ଘନେଇଥିଲା।

ସୋମବାର ଅଦାଲତରେ ଏହି ମାମଲାର ଶୁଣାଣି କରି ଜଷ୍ଟିସ୍‌ ଗୋପୀନାଥ କହିଛନ୍ତି କି ‘ସେମାନେ ନୂତନ ପିଢ଼ି ଭିତରେ ଧାର୍ମିକ ଘୃଣା ସୃଷ୍ଟି କରୁନାହାନ୍ତି କି? ଯେତେବେଳେ ଏହି ପିଲା ବଡ଼ ହେବ ତା ମନରେ ସେତେବେଳକୁ ଭିନ୍ନ ଧର୍ମକୁ ନେଇ ଘୃଣା ବସା ବାନ୍ଧି ସାରିଥିଲା। ଏହାକୁ ନେଇ କିଛି ଗୋଟେ ନିଶ୍ଚିତ କରିବା ଦରକାର।

ଏହି ଭିଡିଓଟି ଭାଇରାଲ୍‌ ହେବା ପରେ ଏହାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବାକୁ ନେସ୍‌ନାଲ୍‌ କମିସନ୍‌ ଫର୍‌ ପ୍ରୋଟେକ୍ସନ ଅଫ୍‌ ଚାଇଲ୍ଡ କେରଳ ପୁଲିସ୍‌ ଉପରେ ଚାପ ପକାଇଥିଲା। ଏହା ପରେ କେରଳ ପୁଲିସ୍‌ ମାମଲାର ତଦନ୍ତ କରି ଜଣେ ବ୍ୟକ୍ତିକୁ ହେପାଜତରେ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe