ଭୁବନେଶ୍ୱର: ଗତ ୬ ତାରିଖ ସାଢ଼େ ୧ଟା ସମୟରେ ବୁଲୁ ଭୋଇ ନାମକ ଜଣେ ଯୁବକଙ୍କୁ ବାଣୀବିହାର ଟ୍ରାଫିକ୍ ନିକଟରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିବା ଘଟଣାରେ ସହିଦନଗର ଥାନା ପୁଲିସ ଗତ ଡିସେମ୍ବର ୬ ତାରିଖରେ ୩ ଅଭିଯୁକ୍ତ ଓ ୨୬ ତାରିଖରେ ମୁଖ୍ୟ ଅଭିଯୁକ୍ତ ଅନୀଲ ବେହେରା ଓରଫ ଚିଆଁକୁ ଗିରଫ କରିଥିବା ବେଳେ ଆଜି ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ରଙ୍ଗମାଟିଆ ଅଞ୍ଚଳର ସୌମ୍ୟ ରଞ୍ଜନ ପରିଡ଼ା (୧୮) ଓ ପର୍ଶୁରାମ ବେହେରା (୨୬)। କିମୁଖ୍ୟ ଅଭିଯୁକ୍ତ ଅନିଲ୍ ବେହେରା ଓରଫ ଚିଆଁ (୨୭)କୁ ଗିରଫ କରିଛି।
ପ୍ରକାଶ ଥାଉ କି, ଭିଏସ୍ଏସ୍ନଗର ସ୍ଥିତ ଏକ ସ୍କୁଲ୍ର ଜଣେ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିବା ଯୁବକ ଏଭଳି କାଣ୍ଡ ଘଟାଇଥିଲେ। ଛାତ୍ରୀଙ୍କୁ ନେଇ ସ୍କୁଲର ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯୁବତୀଙ୍କୁ ଭଲ ପାଉଥିବା ଯୁବକଙ୍କୁ କେତେକ ଛାତ୍ର ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ। ଫୋନ ପାଇବା ମାତ୍ରେ ୪ଟି ବାଇକ୍ରେ ୧୦ଜଣ ଦୁର୍ବୃତ୍ତ ଆସି ସ୍କୁଲରେ ପହଞ୍ଚିଥିଲେ। ଅନ୍ୟଗୋଷ୍ଠୀର ଛାତ୍ରମାନେ ବୁଲୁଙ୍କୁ ଫୋନ୍କରି ଜଣାଇଥିଲେ। ବୁଲୁ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ହେଲେ ପରିସ୍ଥିତି ଜଟିଳ ହେବାରୁ ବୁଲୁ ସହିଦନଗର ଥାନାରେ ଅଭିଯୋଗ କରିବାକୁ ଆସୁଥିଲେ। ତେବେ ଦୁର୍ବୃତ୍ତମାନେ ୪ଟି ବାଇକ୍ରେ ବୁଲୁଙ୍କୁ ପିଛା କରି ବାଣୀବିହାର ଛକ ପର୍ଯ୍ୟନ୍ତ ଆସିଥିଲେ। ଠିକ ବାଣୀବିହାର ଟ୍ରାଫିକ୍ର ୧୦ ମିଟର ପୂର୍ବରୁ ସେଠାରେ ଥିବା ମା’ ମଙ୍ଗଳା ହୋଟେଲ୍ ସମ୍ମୁଖରେ ଦୁର୍ବୃତ୍ତମାନେ ବୁଲୁଙ୍କୁ ପଛରୁ ଆକ୍ରମଣ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଲୁଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଆଜି ପୁଲିସ ଉଭୟ ସୌମ୍ୟ ଓ ଅନୀଲକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଆଉ ୨ ଅଭିଯୁକ୍ତ ଗିରଫ: ବାଣୀବିହାର ଛକରେ ଯୁବକଙ୍କୁ ଗୋଡ଼ାଇ ହାଣିବା ଘଟଣା
Advertisment
Follow Us