ଓସ୍କାରର ଆଉ ଜଣେ ନିର୍ଦ୍ଦେଶକଙ୍କୁ ବାନ୍ଧିଲା ଇଓଡବ୍ଲ୍ୟୁ

ଲୁଟେରା ଗିରଫ, ସୁନା ଚେନ୍‌ ଜବତ

NDTV.com

ଭୁବନେଶ୍ବର: ଓସ୍କାର ଇନ୍‌ଫ୍ରାଡେଭଲପ୍‌ମେଣ୍ଟ ଲିମିଟେଡ୍‌ ନିର୍ଦ୍ଦେଶକ ପୋଲସରା ଗଞ୍ଜାମ ଭାବରଦାର ରବୀନ୍ଦ୍ର ପ୍ରସାଦ ସ୍ବାଇଁଙ୍କୁ ଗିରଫ କରିଛି କ୍ରାଇମ୍‌ ବ୍ରାଞ୍ଚ ଇଓଡବ୍ଲ୍ୟୁ(ଅର୍ଥନୈତିକ ଅପରାଧ ଶାଖା)। ଅଧିକ ସୁଧର ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଜଣାପଡ଼ିବା ପରେ ୨୦୧୫ରେ ସଂସ୍ଥା ବନ୍ଦ ହୋଇଯାଇଥିଲା। ସେବେଠାରୁ ରବୀନ୍ଦ୍ର ଫେରାର ହୋଇଯାଇଥିଲେ। ଗତକାଲି ତାଙ୍କ ପୈତୃକ ଘରୁ ଗିରଫ କରାଯିବା ପରେ ଆଜି କଟକ ଓପିଆଇଡି କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ପୂର୍ବରୁ ଏହି ସଂସ୍ଥାର ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ରାଉତଙ୍କ ସମେତ ୬ ଜଣଙ୍କୁ ଇଓଡବ୍ଲ୍ୟୁ ବାନ୍ଧି ସାରିଥିବା ବେଳେ ଦୁଇଜଣଙ୍କୁ ଜାମିନ ମିଳିଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଜଣାପଡ଼ିଛି। ଗଞ୍ଜାମର ଜମାକାରୀ ଜଗଦୀଶ ରାଉତଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହେବା ସହ ତଦନ୍ତ ଚାଲିଛି। ତଦନ୍ତ ବେଳେ ଏହି ସଂସ୍ଥା ଏକାଧିକ ଶାଖା ଖୋଲି ଓଡ଼ିଶା ସମେତ ଗୁଜୁରାଟ ଓ ମହାରାଷ୍ଟ୍ରରୁ ଶତାଧିକ ଜମାକାରୀଙ୍କଠାରୁ ୧୩୦ କୋଟି ଠକି ନେଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ୨୦୦୬ରେ ପ୍ରଭାସ ଚନ୍ଦ୍ର ରାଉତ ଓସ୍କାର ଗ୍ରୁପ୍‌ ଅଫ୍ କମ୍ପାନି ଆରମ୍ଭ କରିଥିଲେ। ଏଥିରେ ସେ ପରିଚାଳନା ନିର୍ଦ୍ଦେଶକ ଭାବରେ ରହି ସାଧାରଣ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରୁଥିଲେ। ୩ ବର୍ଷ ମଧ୍ୟରେ ଜାମରାଶି ଦୁଇ ଗୁଣ ହେବା ସହ ନାନା ଲୋଭନୀୟ ଅଫର ଦେଇଥିଲେ। ପୂର୍ବରୁ ଅଧ୍ୟକ୍ଷଙ୍କ ସମେତ ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରୁ ତାରା ପ୍ରସାଦ ହୋତା ଓ ପ୍ରଭାତ ପଟ୍ଟନାୟକଙ୍କୁ ଜାମିନ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe