ଚଣ୍ଡିଗଡ଼: ହରିଆଣାର ମହେନ୍ଦ୍ରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ନିନ୍ଦନୀୟ ଘଟଣା। ସଂପୃକ୍ତ ଅଞ୍ଚଳର ଜଣେ ମହିଳା ତାଙ୍କ ଶାଶୂଙ୍କୁ ବାଡ଼ଉଥିବା ବେଳର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହା ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଘୂରି ବୁଲିବା ପରେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହାର ଲାଲ ଖତର ଏଥିରେ ପ୍ରତିକ୍ରିୟା ଦେଇ ଟ୍ଵିଟର୍ରେ ଲେଖିଛନ୍ତି ‘ ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏକ ଭଦ୍ର ସମାଜରେ ଏପରି ଅଶୋଭନୀୟ ଆଚଣ ଆଦୌ ବି ଗ୍ରହଣୀୟ ନୁହେଁ। ଅଭିଯୁକ୍ତା ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।’
ପୂର୍ବରୁ ଜଣେ ଟ୍ଵିଟର୍ ବ୍ୟବହାରକାରୀ ଭିଡିଓଟିକୁ ସେୟାର୍ କରି ଲେଖିଥିଲେ, ‘ଏହି ଭିଡିଓଟି ହେଉଛି ହରିଆଣାର ମହେନ୍ଦ୍ରନଗର ଜିଲ୍ଲାର। ଭିଡିଓରେ ମାଡ଼ ଖାଉଥିବା ବୈଜ୍ୟୋଷ୍ଠ ମହିଳା ଜଣକ ହେଉଛନ୍ତି ପୂର୍ବତନ ଆଇଏନ୍ଏ ସଦ୍ୟସ୍ୟା। ୩୦ ହଜର ସରକାରୀ ପେନ୍ସନ ପାଉଥିବା ଏହି ମହିଳା ଜଣକ ରୀତିମତ ଭାବେ ନିଜ ବୋହୂ ହାତରୁ ମାଡ଼ ଖାଇ ଆସୁଛନ୍ତି।’
Follow Us