ଫେସବୁକ ମାଧ୍ୟମରେ ଗାଈ କିଣିବା ବୃଦ୍ଧଙ୍କୁ ମହଙ୍ଗା ପଡ଼ିଲା

ଫେସବୁକ ମାଧ୍ୟମରେ ଗାଈ କିଣିବା ବୃଦ୍ଧଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଜଣେ ୬୭ବର୍ଷୀୟ ବୃଦ୍ଧ ଚାଷୀଙ୍କୁ ଫେସବୁକ ମାଧ୍ୟମରେ ଅନଲାଇନରେ ଗାଈ କିଣିବା ମହଙ୍ଗା ପଡ଼ିଛି। ଯାହାଫଳରେ ଠକ ବୃଦ୍ଧଙ୍କ ଠାରୁ ୩୪,୦୦୦ଟଙ୍କା ଲୁଟି ନେଇଥିବା ପୁଲିସ ବୁଧବାର ଏସୂଚନା ଦେଇଛି।

ଜଣେ ପୁଲିସ ଅଧିକାରୀ କହିଛନ୍ତି, ଚାଷୀ ସୁଖଦେବ ପାଣ୍ଡୁରଙ୍ଗ ଗୁରୱେ (୬୭) ଜଣେ ବ୍ୟକ୍ତିଙ୍କ ବିରୋଧରେ ପୁଲିସ ଥାନାରେ ମାମଲା ରୁଜୁ କରିଛନ୍ତି। ସେ ଯାହାଙ୍କ ନାମରେ ମାମଲା ରୁଜୁ କରିଛନ୍ତି ସେ ତାଙ୍କ ନାମ ଫେସବୁକରେ ସୋନୁ କୁମାର ବୋଲି ଲେଖିଛନ୍ତି।

ବୃଦ୍ଧ ଗୁରୱେଙ୍କୁ ଫେସବୁକ ଜରିଆରେ ନିକଟରେ ଏକ ପ୍ରସ୍ତାବ ଆସିଥିଲା। ଏହି ପ୍ରସ୍ତାବରେ ସୂଚିତ ଥିଲା କି ୫୮,୦୦୦ଟଙ୍କାରେ ଦୁଇଟି ଗାଈ କିଣି ପାରିବେ। ଗୁରୱେ ଏହି ବିଜ୍ଞାପନ ଦେଇଥିବା ସୋନୁ କୁମାରଙ୍କୁ ସମ୍ପର୍କ କରିଥିଲେ। ଏହାପରେ ଚାଷୀ ତିନିଟି କିସ୍ତିରେ ବ୍ୟାଙ୍କ ଆକାଉଣ୍ଟରେ ପାଖାପାଖି ୩୪,୦୦୦ଟଙ୍କା ପଠାଇ ଥିଲେ। ଏହାପରେ କୁମାରଙ୍କ ସହିତ ଗୁରୱେ ଯୋଗାଯୋଗ କରିବା ପାଇଁ ଅନେକ ଚେଷ୍ଟା କରିଥିଲେ, କିନ୍ତୁ କୌଣସି ଲାଭ ମିଳିଥିଲା।

ଶେଷରେ ଚାଷୀ ଠକେଇର ଶିକାର ହୋଇଥିବା ଜାଣି ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ମୁତାବକ ଠକ ସୋନୁ କୁମାର ବିରୋଧରେ ଆଇପିସି ଧାରା ୪୨୦ ଆଧାରରେ ମାମଲା ରୁଜୁ କରାଯାଇଛି। ତେବେ ଏହି ଘଟଣା ପ୍ରଥମ ନୁହେଁ। ଫେସବୁକ ଭଳି ସୋସିଆଲ ମିଡିଆରେ ଏମିତି ଅନେକ ଠକେଇ ଘଟଣା ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe