ପଡ଼ୋଶୀ ଯୁବକ ସହ କଥା ହେଉଥିବାରୁ ପ୍ରଥମେ ବିଜୁଳି ଆଘାତ ଦେବା ସହ ପରେ ଗଳା କାଟି ଝିଅକୁ ହତ୍ୟା କଲା ବାପା

Advertisment
ପଡ଼ୋଶୀ ଯୁବକ ସହ କଥା ହେଉଥିବାରୁ ପ୍ରଥମେ ବିଜୁଳି ଆଘାତ ଦେବା ସହ ପରେ ଗଳା କାଟି ଝିଅକୁ ହତ୍ୟା କଲା ବାପା

ଆଗ୍ରା: ବାପା ହୋଇ ନିଜର ୨୨ବର୍ଷୀୟା ଝିଅକୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ସାମାନ୍ୟ କାରଣ ପାଇଁ ଏତେ ବଡ଼ ପଦକ୍ଷେପ ନେବା ବିଷୟରେ ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ପଡ଼ୋଶୀ ଯୁବକଙ୍କ ପ୍ରେମରେ ପଡ଼ିଯିବାରୁ ଅଭିଯୁକ୍ତ ବାପା ନିଜ ଝିଅକୁ ହତ୍ୟା କରିଥିବା ନେଇ ସୂଚନା ମିଳିଛି। ପ୍ରଥମେ ବିଜୁଳି ଆଘାତ ଦେବା ସହ ପରେ ଗଳା କାଟି ଝିଅକୁ ନିର୍ମମ ଭାବେ ହତ୍ୟା କରିବା ଖବର ଲୋକଙ୍କ ଲୋମଟାଙ୍କୁରି ‌ଦେଇଛି। ଯୁବକଙ୍କ ସହ କଥା ହେଉଥିବାର ଦେଖି ଅଭିଯୁକ୍ତ ଏଭଳି ପଦକ୍ଷେପ ନେଇଥିବା ଜଣା ପଡ଼ିଛି।

Image result for agra-man-electrocutes-daughter-slits-her-throat-for-talking-to-boy Times of India

ସୂଚନା ମୁତାବକ, ଘଟଣାଟି ଶନିବାର ମଧ୍ୟରାତ୍ରରେ ଫିରୋଜାବାଦ୍ ଜିଲ୍ଲାରେ ଘଟିଥିଲା। ଅଭିଯୁକ୍ତର ନାଁ ହରିବଂଶ କୁମାର ବୋଲି ଜଣା ପଡ଼ିଥିବା ବେଳେ ଅଭିଯୁକ୍ତ ବାପା ହତ୍ୟା ପରେ ପୁଲିସ ଆଗରେ ନିଜର ଦୋଷ ସ୍ବୀକାର କରିଥିଲା ବୋଲି ଜଣା ପଡ଼ିଛି। ସୂଚନା ମୁତାବକ, ହରିବଂଶଙ୍କ ମନା କରିବା ସତ୍ତ୍ବେ ମଧ୍ୟ ପୂଜା ପଡ଼ୋଶୀ ଯୁବକଙ୍କ ସହ କଥା ହେବା ବନ୍ଦ କରି ନଥିଲେ। ଘଟଣାଦିନ ଅଭିଯୁକ୍ତ ପୂଜାଙ୍କ ସହ ପୁଣି ଥରେ କଥା ହେଉଥିବାର ଦେଖିବା ପରେ ତାଙ୍କୁ ଘରକୁ ଟାଣି ଆଣି ବିଜୁଳି ଆଘାତ ଦେଇଥିଲେ। ଏହା ପରେ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଥିଲେ। ଭଉଣୀ ସହ ଏଭଳି ହେବା ଦେଖି ପୂଜାଙ୍କ ଭାଇ ଯୋଗେଶ ପୁଲିସରେ ଅଭିଯୋଗ କରିଥିଲେ। ଖବର ପାଇ ପୁଲିସ ଅଭିଯୁକ୍ତକୁ ଆସି ଗିରଫ କରିଥିବା ବେଳେ ଦୋଷ ମାନିବା ପରେ ଏବେ ଅଭିଯୁକ୍ତକୁ ଜେଲକୁ ପଠାଇ ଦିଆଯାଇଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe