ଅନଲାଇନ ଖେଳ ନିଶା କଲେଜ ଉପାଧ୍ୟକ୍ଷଙ୍କୁ ସଜାଇଲା ଚୋର

Advertisment

ଅହମଦାବାଦର ମେଘାନିଗରରେ ଥିବା ଏକ ନର୍ସିଂ କଲେଜର ଉପାଧ୍ୟକ୍ଷଙ୍କୁ ଅନଲାଇନ ଖେଳ ନିଶା ଚୋର ସଜାଇ ଦେଇଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଉପାଧ୍ୟକ୍ଷଙ୍କୁ ୮ ଲକ୍ଷ ଟଙ୍କା ଚୋରି କରିବା ଅଭିଯୋଗରେ ଗିରଫ କରାଯାଇଛି।

ଅହମଦାବାଦର ମେଘାନିଗରରେ ଥିବା ଏକ ନର୍ସିଂ କଲେଜର ଉପାଧ୍ୟକ୍ଷଙ୍କୁ ଅନଲାଇନ ଖେଳ ନିଶା ଚୋର ସଜାଇ ଦେଇଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଉପାଧ୍ୟକ୍ଷଙ୍କୁ ୮ ଲକ୍ଷ ଟଙ୍କା ଚୋରି କରିବା ଅଭିଯୋଗରେ ଗିରଫ କରାଯାଇଛି।

New Project (2)

ଅହମଦାବାଦ: ଅହମଦାବାଦର ମେଘାନିଗରରେ ଥିବା ଏକ ନର୍ସିଂ କଲେଜର ଉପାଧ୍ୟକ୍ଷଙ୍କୁ ଅନଲାଇନ ଖେଳ ନିଶା ଚୋର ସଜାଇ ଦେଇଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଉକ୍ତ ଉପାଧ୍ୟକ୍ଷଙ୍କୁ ୮ ଲକ୍ଷ ଟଙ୍କା ଚୋରି କରିବା ଅଭିଯୋଗରେ ଗିରଫ କରାଯାଇଛି।  ଗିରଫ ଉପାଧ୍ୟକ୍ଷଙ୍କ ବୟସ ୪୨ବର୍ଷ ଥିବା ବେଳେ ସେ ସାହିବାଗରେ ବସବାସ କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗିରଫ କଲେଜ ଉପାଧ୍ୟକ୍ଷ ଅନଲାଇନ୍ ଖେଳ  ନିଶାରେ ବାୟା ଥିଲେ । ଏହି ଖେଳ ଖେଳି ସେ ବିପୁଳ ପରିମାଣର ଋଣ ଜାଲରେ ଫସିଯାଇଥିଲେ। ଏହି ଋଣକୁ ସୁଝିବା ପାଇଁ ଉପାଧ୍ୟକ୍ଷ କଲେଜର ଆକାଉଣ୍ଟରୁ ଟଙ୍କା ଚୋରି କରିବାର ବିକଳ୍ପ ବାଛିଥିଲେ। ଜୁଲାଇ ୨୨ ତାରିଖ ସକାଳ ୬ଟାରେ ଉପାଧ୍ୟକ୍ଷ କଲେଜର ଆକାଉଣ୍ଟ ସେକସନରୁ ୫୦୦ ଟଙ୍କାର ଏକ ନୋଟ୍ ବଣ୍ଡଲ୍ ବାହାର କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ନୋଟ ବଣ୍ଡଲରେ ମୋଟ ୮ ଲକ୍ଷ ଟଙ୍କା ଥିବା ଯାଞ୍ଚରୁ ଜଣାପଡ଼ିଛି।

ଘଟଣାଦିନ ପ୍ରିନ୍ସପାଲ୍ ଯେତେବେଳେ କଲେଜରେ ପହଞ୍ଚି ଆକାଉଣ୍ଟ ବାକ୍ସ ଖାଲି ପାଇଥିଲେ ତାଙ୍କ ହୋସ ଉଡ଼ିଯାଇଥିଲା।  ସେ ତୁରନ୍ତ କର୍ମଚାରୀମାନଙ୍କୁ ଏକାଠି କରି ପଚରାଉଚରା ଆରମ୍ଭ କଲେ।  ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ପଚରାଉଚରା ସମୟରେ ଉପାଧ୍ୟକ୍ଷ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। କିନ୍ତୁ ସେ ଏପରି ଅଭିନୟ କରିଥିଲେ କି ତାଙ୍କ ଚୋରି ଘଟଣା ବିଷୟରେ କେହି କିଛି ଜାଣି ପାରି ନଥିଲେ। 

ଏହାପରେ ପ୍ରିନ୍ସପାଲ୍ ପୁଲିସକୁ ଏହି ଚୋରି ଘଟଣା ବିଷୟରେ ସୂଚନା ଦେଇଥିଲେ। ପୁଲିସ  ସିସିଟିଭି ଫୁଟେଜକୁ ଭଲଭାବେ ଯାଞ୍ଚ କରିବା ପରେ  ସେଥିରେ ଜଣେ ବୁର୍ଖା ପିନ୍ଧିଥିବା ମହିଳା ଚୋରି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଉକ୍ତ ବୁର୍ଖା ପିନ୍ଧିଥିବା ମହିଳାଙ୍କ ଡାହାଣ ଆଖି ପାଖରେ ଏକ କଳାଜାଇ ଥିଲା। ଯାହାକୁ ଆଧାର କରି ପୁଲିସ କଲେଜ ଉପାଧ୍ୟକ୍ଷଙ୍କୁ କାବୁ କରି ପଚରାଉଚରା କରିବା ପରେ ସେ ନିଜର ଦୋଷ ସ୍ବୀକାର କରିଥିଲେ।

ପୁଲିସ ଉପାଧ୍ୟକ୍ଷଙ୍କ ଘରୁ ନଗଦ ୨.୩୬ ଲକ୍ଷ ଟଙ୍କା ଉଦ୍ଧାର କରିଛି। ବାକି ୫.୬୪ ଲକ୍ଷ ଟଙ୍କାକୁ ଉପାଧ୍ୟକ୍ଷ ରାତାରାତି ତାଙ୍କ ଅନଲାଇନ୍ ଗେମିଂ ୱାଲେଟ୍କୁ ସ୍ଥାନାନ୍ତର କରି ଦେଇଥିବା ଜଣାପଡ଼ିଥିଲା। ପୁଲିସ ଉକ୍ତ ୱାଲେଟ୍କୁ ଫ୍ରିଜ୍ କରିଛି ଏବଂ ବାକି ଟଙ୍କା ଉଦ୍ଧାର କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe