ଛାତରୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ହ୍ଵାଟସ୍‌ଆପ୍‌ରେ ସାଙ୍ଗ ପାଖକୁ ଏଭଳି ମେସେଜ କରିଥିଲେ ଏୟାରହଷ୍ଟେସ

Advertisment
ଛାତରୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ହ୍ଵାଟସ୍‌ଆପ୍‌ରେ ସାଙ୍ଗ ପାଖକୁ ଏଭଳି ମେସେଜ କରିଥିଲେ ଏୟାରହଷ୍ଟେସ

ନୂଆଦିଲ୍ଳୀ: ଦିଲ୍ଲୀସ୍ଥିତ ପଞ୍ଚସିଲ୍‌ ପାର୍କଠାରେ ଶୁକ୍ରବାର ଜଣେ ୩୯ ବର୍ଷୀୟା ଏୟାରହଷ୍ଟେସ୍‌ ୪ ମହଲା କୋଠାରୁ ଡେଇଁ ପଡ଼ିବା ହେତୁ ତାଙ୍କର ରହସ୍ୟମୟ ଭାବେ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ଏୟାରହଷ୍ଟେସ୍‌ଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ସ୍ୱାମୀ ମୟଙ୍କ ଏବଂ ଶଶୁରଘର ଲୋକ ମହିଳାଙ୍କୁ ହତ୍ୟା କରିଛନ୍ତି। ମୃତ ଏୟାରହଷ୍ଟେସ୍‌ଙ୍କ ନାମ ଅନୀଷା ବାତ୍ରା ବୋଲି ଜଣାପଡ଼ିଛି।

ଅନୀଷାଙ୍କ ଭାଇ କରଣ ବାତ୍ରା ଅଭିଯୋଗ ଆଣି କହିଛନ୍ତି ଯେ ଅନୀଷା ରୀତିମତ ଭାବେ ଶାଶୁଘର ଲୋକଙ୍କଠାରୁ ମାଡ଼ଗାଳି ଖାଉଥିଲା। ମୃତ୍ୟୁର ପୂର୍ବରୁ ଭଉଣୀ ତାର ସାଙ୍ଗମାନଙ୍କୁ ହ୍ଵାଟସ୍‌ଆପ୍‌ ମେସେଜ କରି କହିଥିଲା, ମୋତେ ଘରେ ବନ୍ଦ କରି ଦିଆଯାଇଛି, ଏବେ ଯାଇ ମୋତେ ଫୋନ୍‌ ମିଳିଛି। ମୋତେ ଦୟା କରି ସାହାଯ୍ୟ କର, ହେଉଛି ଯଦି ପୁଲିସକୁ ଏହି ଘଟଣା ବିଷୟରେ ଜଣାଦିଅ। ଏହି ମେସେଜ କରିବାର କିଛି ସମୟପରେ ଅନୀଷା ଆଉ ଏକ ମେସେଜ ତାର ସାଙ୍ଗକୁ କରି କହିଥିଲା କି, ମୁଁ ଏବେ ଘର ଭିତରୁ ବାହାରି ଯାଇଛି ଓ ଛାତରୁ ଡେଇଁ ଆତ୍ମହତ୍ୟା କରିବାକୁ ଯାଉଛି, କାରଣ ମୟଙ୍ଗ ସବୁକିଛି ଶେଷ କରି ଦେଇଛି।’

publive-image

ପୁଲିସ୍‌ ଡେପୁଟଇ କମିସନ୍‌ ରୋମାଲି ବାନିଆ କହନ୍ତି ‘ଭାରତୀୟ ପ୍ୟାନେଲ୍‌ କୋର୍ଟର ସେକ୍ସନ ୩୦୪ବି ଅନୁଯାୟୀ ମୃତକ ଏୟାରହଷ୍ଟେସ୍‌ଙ୍କ ଶଶୁରଘର ଲୋକଙ୍କ ନାମରେ ଯୌତୁକ ମାମଲା ରୁଜୁ ହୋଇଛି।

ପୀଡ଼ିତା ଅନୀଷା ବାତ୍ରା ଜଣେ ଅବସରପ୍ରାସ୍ତ ସେନା ମେଜରଙ୍କ କନ୍ୟା। ଅଢ଼େଇ ବର୍ଷ ତଳେ ସେ ଜଣେ ସଫ୍ଟଓୟାର ଇଞ୍ଜିନିୟରଙ୍କୁ ବିବାହ କରିଥିଲେ। ଯେଉଁ ଘରୁ ଡେଇ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି ସେ ଘରଟି ତାଙ୍କ ଶଶୁରଙ୍କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe