ଶାକାହାରୀ ବୃଦ୍ଧଙ୍କୁ ବିମାନରେ ଖୁଆଇ ଦେଲେ ଚିକେନ୍‌ ସେଣ୍ଡଉଇଜ, ଏବେ ଏୟାରଲାଇନ୍ସକୁ ଭରିବାକୁ ପଡ଼ିବ ୧.୫୪ ଲକ୍ଷ ଟଙ୍କା ଜରିମାନା

ଶାକାହାରୀ ବୃଦ୍ଧଙ୍କୁ ବିମାନରେ ଖୁଆଇ ଦେଲେ ଚିକେନ୍‌ ସେଣ୍ଡଉଇଜ, ଏବେ ଏୟାରଲାଇନ୍ସକୁ ଭରିବାକୁ ପଡ଼ିବ ୧.୫୪ ଲକ୍ଷ ଟଙ୍କା ଜରିମାନା

oneindia.

ପଞ୍ଚକୁଲା: ହରିୟାଣାରେ ରହୁଥିବା ଜଣେ ବୃଦ୍ଧ ଏୟାରଏସିଆ ବିମାନରେ ମଲେସିୟା ଯାତ୍ରା କରୁଥିଲେ। ବୃଦ୍ଧଙ୍କ ସହିତ ତାଙ୍କ ପରିବାର କିଛି ଅନ୍ୟ ସଦସ୍ୟ ବି ଥିଲେ। ଯାତ୍ରା ସମୟରେ ଏୟାରଲାଇନ୍ସ କର୍ମଚାରୀ ବୃଦ୍ଧଙ୍କୁ ଶାକାହାରୀ ଖାଦ୍ୟ ବଦଳରେ ଚିକେନ ସେଣ୍ଡଉଇଚ ଦେଇଥିଲେ। ଏହା ଜାଣିବା ପରେ ବୃଦ୍ଧ କର୍ମଚାରୀଙ୍କୁ ଆପତ୍ତି ଜଣାଇଥିଲେ। କିନ୍ତୁ ସେମାନେ ବୃଦ୍ଧଙ୍କ କୌଣସି କଥା ଶୁଣି ନଥିଲେ। ଯାତ୍ରା ପରେ ପୀଡିତଙ୍କ ପରିବାର ପଞ୍ଚକୁଲା କଞ୍ଜ୍ୟୁମର ଫୋରମରେ ‘ଏୟାରଏସିଆ’ ବିରୋଧରେ ଅଭିଯୋଗ କରିଥିଲେ।

ଅଭିଯୋଗ କରିବାର କିଛି ମାସ ପରେ ଫୋରମ ନିଷ୍ପତ୍ତି ଶୁଣାଇ କହିଥିଲେ କି, ଏୟାରଏସିଆକୁ ପୀଡିତ ପରିବାରଙ୍କୁ ୧.୫୪ ଲକ୍ଷ ଟଙ୍କା ପୈଠ କରିବାକୁ ପଡ଼ିବ।

ବିଜୟ କୁମାରଙ୍କ ଅଭିଯୋଗ ପରେ କଞ୍ଜ୍ୟୁମର ଫୋରମ ଏୟାରଏସିଆ ଏୟାରଲାଇନ୍ସକୁ ନୋଟିସ ପଠାଇ ଦେଇଥିଲେ। କଞ୍ଜ୍ୟୁମର ଏୟାରଏସିଆ ଠାରୁ ୩୦ଦିନରେ ଉତ୍ତର ମାଗିଥିଲେ, କିନ୍ତୁ କୌଣସି ଉତ୍ତର ମିଳି ନଥିଲା। ଏହି ସମୟରେ କଞ୍ଜ୍ୟୁମର ଫୋରମ ସମସ୍ତ ଖର୍ଚ୍ଚର ଭରଣା ମାଗିଥିଲେ। ବିଜୟ କୁମାର ଟିକେଟ ବୁକିଂଠାରୁ ଆରମ୍ଭ କରି ହୋଟେଲ ଏବଂ ଖାଦ୍ୟ ଖର୍ଚ୍ଚ ଜଣାଇଥିଲେ। ଏହାପରେ କଞ୍ଜ୍ୟୁମର ଫୋରମ ଏୟାର ଏସିଆଙ୍କୁ ୧.୫୪ଲକ୍ଷ ଟଙ୍କା ଦେବାକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe