୩୦ବର୍ଷୀୟ ଯୁବକ ଜନୈକା ନାବାଳିକାକୁ କିଣି ବିବାହ ପରେ କରୁଥିଲା ‌ଯୌନ ଶୋଷଣ...

Advertisment
୩୦ବର୍ଷୀୟ ଯୁବକ ଜନୈକା ନାବାଳିକାକୁ କିଣି ବିବାହ ପରେ କରୁଥିଲା ‌ଯୌନ ଶୋଷଣ...

Catch News

ନୂଆଦିଲ୍ଲୀ: ରାଜସ୍ଥାନର ଚିତ୍ତରଗଡରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଉତ୍ତରପ୍ରଦେଶର ଜଣେ ୧୩ବର୍ଷୀୟା ନାବାଳିକାକୁ ଜବରଦସ୍ତ ବିବାହ କରିବା ପରେ ଜନୈକ ୩୦ବର୍ଷୀୟ ଯୁବକ ତାଙ୍କୁ ମାସମାସ ଧରି ‌ଯୗନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ସାତ ମାସ ପୂର୍ବରୁ ଏହି ଘଟଣା ଘଟିଥିବା କୁହାଯାଉଛି। ୟୁପିର ସୋନଭଦ୍ରରେ ରହୁଥିବା ପୀଡିତାଙ୍କ ପଡ଼ିଶାଘର ଭ୍ରମଣର ବାହାନା ଦେଖାଇ ନାବାଳିକା ଜଣଙ୍କୁ ଚିତ୍ରକୋଣ୍ଡାର ବସନ୍ତୀ ଲାଲ ଡେଡେକ୍ ନାମକ ଜଣେ ବ୍ୟକ୍ତିଙ୍କୁ ୨.୭୦ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିଲେ। ନାବାଳିକାକୁ କିଣିବା ପରେ ଉକ୍ତ ଯୁବକ ଜଣକ ପୀଡିତାଙ୍କୁ ନିଜ ଗାଁକୁ ଆଣି ଜୋରଜବରଦସ୍ତ ବିବାହ କରିଥିଲେ। ଏହାପରେ ନାବାଳିକାଙ୍କୁ ଯୁବକ ଜଣକ ଯୌନ ଶୋଷଣ କରିବା ଆରମ୍ଭ କରି ଦେଇଥିଲେ। ଅନେକ ମାସ ଧରି ଯନ୍ତ୍ରଣା ଭୋଗିବା ପରେ ଆଉ ସହି ନପାରି ଶେଷରେ ନାବାଳିକା ଜଣକ କୌଶଳ କ୍ରମେ ଶିଶୁ ହେଲ୍ପଲାଇନକୁ ଫୋନ୍ କରି ଖବର ଦେଇଥିଲେ। ଖବର ପାଇ ଶିଶୁ ହେଲପଲାଇନ୍ ସଦସ୍ୟ ଘଟଣାସ୍ଥଳରେ ପହଂଚି ପୀଡିତାଙ୍କୁ ଉଦ୍ଧାର କରିଥିଲେ।

7-year-old girl raped by neigbhour in Noida's Khushedpura, arrested | India News – India TV India TV News

ଏହାପରେ ପୋକ୍ସୋ ଅଧିନିୟମ, ଶିଶୁ ଚାଲାଣ, ପାରିବାରିକ ହିଂସା ଏବଂ ବାଲ୍ୟ ବିବାହ ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ନାବାଳିକା ଚାଲାଣରେ ସମ୍ପୃକ୍ତ ଗ୍ୟାଙ୍ଗ ବିରୋଧରେ ରାଜ୍ୟ ଶିଶୁ ଅଧିକାର ଆୟୋଗ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଡକ୍ଟର ଶୈଳେନ୍ଦ୍ର ପାଣ୍ଡେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe