Courses Xpert
ମୁମ୍ବାଇ: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅଧିକ ସୁନ୍ଦର ଦେଖାଯିବାକୁ ଇଚ୍ଛା ରଖି ଥାଆନ୍ତି । ଏହି ଇଚ୍ଛା ହେତୁ ସେମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ବି ହୋଇଥାଆନ୍ତି। ନିକଟରେ ନିଜକୁ ବାର୍ବୀ ସର୍ଜନ କହୁଥିବା ଓଲଗିସା ଇନଷ୍ଟାଗ୍ରାମରେ ନିଜର ଗ୍ଲାମରସ୍ ଫଟୋ ପୋଷ୍ଟ କରିଥିଲେ । ଏହାସହିତ ମହିଳାମାନଙ୍କୁ ନିଜ ପରି ସୁନ୍ଦର କରିବା ପାଇଁ ପ୍ରଲୋଭିତ କରି ସେ ପ୍ଲାଷ୍ଟିକ୍ ସର୍ଜରି କରିବାକୁ ପ୍ରବର୍ତ୍ତାଉଥିଲେ ।
ଏହି ପ୍ଲାଷ୍ଟିକ୍ ସର୍ଜନଙ୍କ ବାସ୍ତବତା ବିଷୟରେ କେହି ଜାଣି ନଥିଲେ । ନିଜକୁ ସର୍ଜନ ବୋଲି କହୁଥିବା ଓଲଗିସାଙ୍କ ପାଖରେ କୌଣସି ଡିଗ୍ରି ନଥିଲା । ସେ ନିଜ ପ୍ଲାଷ୍ଟିକ୍ ସର୍ଜରିରେ ଯାହା ଦେଖିଲେ, କୌଣସି ଅଭିଜ୍ଞତା ବିନା ଅନ୍ୟ ମହିଳାଙ୍କ ଉପରେ ତାହା ପ୍ରୟୋଗ କରି ଦେଉଥିଲେ। ଏହାର ପ୍ରତିବଦଳରେ ସେ ବହୁତ ଟଙ୍କା ମଧ୍ୟ ନେଉଥିଲେ।
ବିନା ଡିଗ୍ରିରେ ଓଲଗିସା କରିଥିବା ସର୍ଜରି ପରେ ଜଣକଙ୍କ ପରେ ଜଣକଙ୍କ ଚେହେରା ନଷ୍ଟ ହେବାକୁ ଲାଗିଥିବା ଅଭିଯୋଗ ଆସିଥିଲା । ଏଭଳି ସମସ୍ୟା ପ୍ରାୟ ୧୧ ଜଣ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ଏପର୍ଯ୍ୟନ୍ତ ଓଲଗିସା ପ୍ରାୟ ୨୦ ଜଣ ମହିଳାଙ୍କ ଉପରେ ପ୍ଲାଷ୍ଟିକ୍ ସର୍ଜରି କରି ସାରିଛନ୍ତି।
ଏପରି ଅନେକ ଅଭିଯୋଗ ସାମ୍ନାକୁ ଆସିବା ପରେ ଓଲଗିସା ତାଙ୍କ କ୍ଲିନିକରୁ ପଳାଇ ଯାଇଥିଲେ। ଏହା ପରେ ତାଙ୍କୁ ଜୁନ୍ ମାସରେ ଗିରଫ କରାଯାଇଥିଲା। କୋର୍ଟରେ ଶୁଣାଣି ସମୟରେ ସାକ୍ଷୀଙ୍କ ଅନୁପସ୍ଥିତି ଯୋଗୁଁ ତାଙ୍କୁ ଏପର୍ଯ୍ୟନ୍ତ ଦଣ୍ଡର ଶୁଣାଣି ହୋଇନାହିଁ। ପୁଣିଥରେ ଏହି ମାମଲାର ଶୁଣାଣି ହେବ ବୋଲି କୁହାଯାଉଛି। ଏହି ମାମଲାର ଶୁଣାଣି ହେଲେ ଓଲଗିସାଙ୍କୁ ତିନିରୁ ଚାରି ବର୍ଷ ଜେଲ ହୋଇପାରେ ବୋଲି କୁହାଯାଉଛି।
Follow Us