ପୁଲିସ ନିକଟରେ ଆତ୍ମସମର୍ପଣ କରି ଏଭଳି ପ୍ରତିକ୍ରିୟା ରଖିଲେ ଜ୍ବାଇଁ ସହିତ ଫେରାର ହୋଇଯାଇଥିବା ଶାଶୁ

Advertisment

ଝିଅ ବାହାଘରକୁ ଆଉ କିଛିଦିନ ବାକିଥିବା ବେଳେ ଶାଶୁ ଜ୍ବାଇଁ ସହିତ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଥିବା ବେଳେ ଜ୍ବାଇଁ ସହିତ ଫେରାର ହୋଇଯାଇଥିବା ମହିଳା ପୁଲିସ ଷ୍ଟେସନରେ ପହଞ୍ଚି ନିଜର ମତ ରଖିଛନ୍ତି। 

ଝିଅ ବାହାଘରକୁ ଆଉ କିଛିଦିନ ବାକିଥିବା ବେଳେ ଶାଶୁ ଜ୍ବାଇଁ ସହିତ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଥିବା ବେଳେ ଜ୍ବାଇଁ ସହିତ ଫେରାର ହୋଇଯାଇଥିବା ମହିଳା ପୁଲିସ ଷ୍ଟେସନରେ ପହଞ୍ଚି ନିଜର ମତ ରଖିଛନ୍ତି। 

ar

ଆଲିଗଡ଼: ଉତ୍ତରପ୍ରଦେଶର ଆଲିଗଡ଼ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ପ୍ରେମକାହାଣୀ ସାମ୍ନାକୁ ଆସିଥିଲା। ଝିଅ ବାହାଘରକୁ ଆଉ କିଛିଦିନ ବାକିଥିବା ବେଳେ ଶାଶୁ ଜ୍ବାଇଁ ସହିତ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଥିବା ବେଳେ ଜ୍ବାଇଁ ସହିତ ଫେରାର ହୋଇଯାଇଥିବା ମହିଳା ପୁଲିସ ଷ୍ଟେସନରେ ପହଞ୍ଚି ନିଜର ମତ ରଖିଛନ୍ତି। 

ଜ୍ବାଇଁ ସହିତ ଫେରାର ହୋଇଯାଇଥିବା ଶାଶୁ ସପନା ଦେବୀ କହିଛନ୍ତି, ‘ମୁଁ ଘରୁ ମାତ୍ର ୨୦୦ଟଙ୍କା ଓ ମୋବାଇଲ ନେଇ ବାହାରିଥିଲି। ମୋ ସ୍ବାମୀ ଜିତେନ୍ଦ୍ର ସବୁଦିନ ରାତିରେ ମଦ ପିଇ ମୋତେ ମାଡ଼ ମାରିଥାଆନ୍ତି। ମୋର କୌଣସି ଆବଶ୍ୟକତା ପୁରଣ କରନ୍ତି ନାହିଁ। ମୁଁ ଘରୁ କୌଣସି ଟଙ୍କା ଓ ଅଳଙ୍କାର ନେଇ ନାହିଁ।

ଝିଅ ବାହାଘର ଠିକ ହେବାପରେ ଜ୍ବାଇଁ ରାହୁଲ ସହିତ କଥା ହେଉହେଉ ଅଜଣାତରେ ମୋର ଜ୍ବାଇଁଙ୍କ ପ୍ରେମରେ ପଡ଼ି ଯାଇଥିଲି। ରାହୁଲ ବି ମୋତେ ଭଲ ପାଇ ବସିଥିଲେ। ଏହାପରେ ଆମେ ଦୁହେଁ ଘରୁ ଫେରାର ହୋଇଯାଇଥିଲୁ।

ଘରୁ ଫେରାର ହେବାପରେ ଆମେ ଦୁହେଁ ନେପାଳ ସୀମା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲୁ। କିନ୍ତୁ ଆମର ଫେରାର ହେବା ଘଟଣା ଖବରକାଗଜ ଓ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆମେ ଫେରି ଆସିଥିଲୁ। ଜାଣିଥିଲୁ ପୁଲିସ ଆମକୁ ଖୋଜୁଛି। ସେଥିପାଇଁ ଆମେ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ସ୍ଥିର କରିଥଲୁ। ମୁଁ ରାହୁଲଙ୍କ ସହିତ ହିଁ ରହିବି। ମୋର ଆଉ ମୋର ପରିବାର ସହିତ କୌଣସି ସମ୍ପର୍କ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe