ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାର ସମସ୍ତ ଅଭିଯୁକ୍ତଙ୍କର କରାଯିବ ‘ନାର୍କୋ ଟେଷ୍ଟ୍‌’

Advertisment
ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାର ସମସ୍ତ ଅଭିଯୁକ୍ତଙ୍କର କରାଯିବ ‘ନାର୍କୋ ଟେଷ୍ଟ୍‌’

ଡେରାଡୁନ୍‌: ଉତ୍ତରାଖଣ୍ଡର ୧୯ ବର୍ଷୀୟ ରିସର୍ଟ ରିସେପ୍‌ସନିଷ୍ଟ୍‌ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୩ଜଣ ମୁଖ୍ୟ ଅଭିଯୁକ୍ତଙ୍କର ‘ନାର୍କୋ ଟେଷ୍ଟ୍‌’ କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ଅଙ୍କିତା ଭଣ୍ଡାରୀଙ୍କୁ ହତ୍ୟା କରାଯିବା ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କର ‘ନାର୍କୋ ଟେଷ୍ଟ୍‌’ କରାଇବା ପାଇଁ ଅଦାଲତରେ ଆବେଦନ କରାଯାଇଛି। ଅଦାଲତଙ୍କ ମଞ୍ଜୁରି ମିଳିବା ମାତ୍ରେ ‘ନାକ୍ରୋ ଟେଷ୍ଟ୍‌’ କରାଯିବ।

‘ନାର୍କୋ ଟେଷ୍ଟ୍‌’ କରାଯିବା ପରେ ଯାଇ ଏହି ନରହତ୍ୟା ମାମଲାର ‘ଚାର୍ଜସିଟ୍‌’ ଦାଖଲ କରାଯିବ। ପ୍ରମାଣଗୁଡ଼ିକୁ ଅକାଟ୍ୟ ଏବଂ ଅଭିଯୁକ୍ତଙ୍କୁ କଠିନ ଶାସ୍ତି ଦିଆଇବା ଲାଗି ‘ନାକ୍ରୋ ଟେଷ୍ଟ୍‌’ କରାଯିବ ବୋଲି ଉକ୍ତ ସୂତ୍ରରୁ ଜଣାପଡ଼ିଛି।

publive-image Image Courtesy of Newsx

ସ୍ମରଣଯୋଗ୍ୟ, ଉତ୍ତରାଖଣ୍ଡ ଅନ୍ତର୍ଗତ ଋଷିକେଶ ନିକଟରେ ଥିବା ଗୋଟାଏ ରିସର୍ଟରେ ରିସେପ୍‌ସନିଷ୍ଟ୍‌ ଭାବେ କାର୍ଯ୍ୟ କରୁଥିବା ୧୯ ବର୍ଷୀୟ ଅଙ୍କିତା ଭଣ୍ଡାରୀଙ୍କୁ ଉକ୍ତ ରିସର୍ଟର୍‌ ମାଲିକ ଏବଂ ତାଙ୍କର ଦୁଇଜଣ ସହଯୋଗୀ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ରିସର୍ଟ ମାଲିକ ପୁଲକିତ ଆର୍ଯ୍ୟଙ୍କ ସମେତ ୩ ଅଭିଯୁକ୍ତ ହତ୍ୟାକାଣ୍ଡ ଘଟିବାର ୨୪ଘଣ୍ଟା ମଧ୍ୟରେ ଗିରଫ ହୋଇଥିଲେ। ସେପ୍ଟେମ୍ବର ୧୮ରେ ସେମାନେ ଭଣ୍ଡାରୀଙ୍କୁ ଚିଲ୍ଲା କେନାଲ୍‌କୁ ଠେଲି ଦେଇଥିଲେ ବୋଲି କହିଥିଲେ। ସେପ୍ଟେମ୍ବର ୨୪ ତାରିଖ ଦିନ ଭଣ୍ଡାରୀଙ୍କ ଶବ ଉକ୍ତ କେନାଲ୍‌ରୁ ଉଦ୍ଧାର କରାଯାଇଥିଲା।

ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟ ହେଉଛନ୍ତି ‘ବିଜେପି’ର ପୂର୍ବତନ ନେତା ବିନୋଦ ଆର୍ଯ୍ୟଙ୍କ ପୁତ୍ର। ପୁଲକିତ ଭଣ୍ଡାରୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବାରୁ ବିନୋଦଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe