ସ୍ବାମୀକୁ ହତ୍ୟା କରି ଡ୍ରମରେ ଭର୍ତ୍ତି କଲା, ଲୁଣ ପକାଇ ଉପରେ ପଥର ଚାପିଦେଲା ସ୍ତ୍ରୀ

ମିରଟ ପରେ ଏବେ ରାଜସ୍ଥାନ। ଘଟଣା ସମାନ ହେଲେ ରାଜ୍ୟ ଅଲଗା। ମିରଟରେ କିଛି ମାସ ତଳେ ସ୍ବାମୀକୁ ହତ୍ୟା କରି ନୀଳ ଡ୍ରମରେ ଭର୍ତ୍ତି କରିଥିଲା ସ୍ତ୍ରୀ। ହତ୍ୟା ପରେ ଅଭିଯୁକ୍ତ ସ୍ତ୍ରୀ ପ୍ରେମିକ ସହ ବୁଲିବାକୁ ଚାଲିଯାଇଥିଲା। ଏବେ ରାଜସ୍ଥାନର ଅଲୱରରେ ସମାନ ଘଟଣା ଘଟିଛି।

New Project (5)

ଅଲୱର: ମିରଟ ପରେ ଏବେ ରାଜସ୍ଥାନ। ଘଟଣା ସମାନ ହେଲେ ରାଜ୍ୟ ଅଲଗା। ମିରଟରେ କିଛି ମାସ ତଳେ ସ୍ବାମୀକୁ ହତ୍ୟା କରି ନୀଳ ଡ୍ରମରେ ଭର୍ତ୍ତି କରିଥିଲା ସ୍ତ୍ରୀ। ହତ୍ୟା ପରେ ଅଭିଯୁକ୍ତ ସ୍ତ୍ରୀ ପ୍ରେମିକ ସହ ବୁଲିବାକୁ ଚାଲିଯାଇଥିଲା। ଏବେ ରାଜସ୍ଥାନର ଅଲୱରରେ ସମାନ ଘଟଣା ଘଟିଛି। ଅଲୱର ଜିଲ୍ଲାର ଆଦର୍ଶ କଲୋନୀରେ ଏକ ଘରର ଛାତରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି, ତାହା ପୁଣି ନୀଳ ଡ୍ରମ ଭିତରୁ। ପ୍ରବଳ ଦୁର୍ଗନ୍ଧ ଆସିବାରୁ ଡ୍ରମ ଖୋଲାଯାଇଥିଲା, ଯାହା ପରେ ପୂରା ଘଟଣା ସାମ୍ନାକୁ ଆସିଥିବା କୁହାଯାଉଛି। ପୁଲିସର କହିବା ମୁତାବକ, ମୃତଦେହର ଶୀଘ୍ର ବିଘଟନ ପାଇଁ ଅଭିଯୁକ୍ତ ପତ୍ନୀ ସେଥିରେ ଲୁଣ ପକାଇଥିଲେ ଏବଂ ଧରା ନପଡ଼ିବା ପାଇଁ ଡ୍ରମ ଉପରେ ପଥର ଲଦି ଦେଇଥିଲେ।

ମୃତଦେହଟି ୩୫ବର୍ଷୀୟ ହଂସରାଜ ଓରଫ ସୂରଜଙ୍କର ବୋଲି ବୋଲି ଚିହ୍ନଟ ହୋଇଛି। ସେ ଶାହଜାହାନପୁର (ଉତ୍ତରପ୍ରଦେଶ)ରେ ଥିବା ନବାଦିଆ ନୱାଜପୁରର  ବାସିନ୍ଦା ଥିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ତାଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା ଏବଂ ମୃତଦେହକୁ ଡ୍ରମରେ ବନ୍ଦ କରି ଲୁଚାଇ ଦିଆଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ହତ୍ୟା ପରଠାରୁ ମୃତକଙ୍କ ସ୍ତ୍ରୀ, ତିନି ପିଲା ଏବଂ ଘର ମାଲିକଙ୍କ ପୁଅ ନିଖୋଜ ଅଛନ୍ତି। ପୁଲିସ ସେମାନଙ୍କ ଉପରେ ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ପୁଲିସ ଅନୁଯାୟୀ, ଗୁରୁବାର ଦିନ ଘରମାଲିକଙ୍କ ସ୍ତ୍ରୀ କୌଣସି କାମ ପାଇଁ ଛାତକୁ ଯାଇଥିଲେ। ହଠାତ୍ ଦୁର୍ଗନ୍ଧ ହେବାରୁ ପ୍ରଥମେ ସେ ଭାବିଥିଲେ ଯେ ହୁଏତ କୌଣସି ପ୍ରାଣୀ ମରିଯାଇଛି। କିନ୍ତୁ ଯେତେବେଳେ ଦୁର୍ଗନ୍ଧ ବଢ଼ିଲା, ସେ ଦୁର୍ଗନ୍ଧ କେଉଁଠୁ ଆସୁଛି ବୋଲି ଚାରିପାଖରେ ଖୋଜାଖୋଜି କଲେ। ଏହି ସମୟରେ ତାଙ୍କ ନଜର ଏକ ନୀଳ ଡ୍ରମ ଉପରେ ପଡ଼ିଲା, ଯାହାର ଢାଙ୍କୁଣୀ ଉପରେ ଏକ ପଥର ରଖାଯାଇଥିଲା। ସନ୍ଦେହ ହେବାରୁ ‌ସେ ତୁରନ୍ତ ପୁଲିସକୁ କଲ୍ କରି ଡାକିଥିଲେ। ପୁଲିସ ପହଞ୍ଚି ଡ୍ରମ ଖୋଲିବା ପରେ, ଭିତରେ ହଂସରାଜଙ୍କ ମୃତଦେହ ଥିବା ଦେଖାଯାଇଥିଲା। ଏବେ ପତ୍ନୀ ‌ନିଖୋଜ ଥିବାରୁ ପୁଲିସ ତାଙ୍କୁ ଖୋଜିବା ଆରମ୍ଭ କରିଛି। ତାଙ୍କର ପତ୍ତା ମିଳିଲେ ଯାଇ ପୂରା ଘଟଣା ଉପରୁ ପରଦା ଉଠିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe