ଦେଖନ୍ତୁ ରାସ୍ତାରେ ଯାଉଥିବା ଚଳନ୍ତା ଗାଡ଼ିରୁ କିପରି ବାଇକ ଚାଳକ କରୁଛନ୍ତି ଲୁଟ

Advertisment
ଦେଖନ୍ତୁ ରାସ୍ତାରେ ଯାଉଥିବା ଚଳନ୍ତା ଗାଡ଼ିରୁ କିପରି ବାଇକ ଚାଳକ କରୁଛନ୍ତି ଲୁଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଚୋରି ଘଟଣାର ଅନେକ ଭିଡିଓ ସାମ୍ନାକୁ ଆସିଛି। କିଛି ଚୋର ଚୋରି କରିବା ପାଇଁ ଏମିତି କିଛି ପଦ୍ଧତି ଆପଣାଇ ଥାଆନ୍ତି ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ନିକଟରେ ଜଣେ ଚୋର ଚୋରି କରୁଥିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି, ଏକ ଗାଡି ପଛରେ କିଛି ସାମଗ୍ରୀ ଲଦା ହୋଇଛି । ଏହି ଗାଡ଼ିଟି ରାସ୍ତାରେ ଯାଉଛି। ଏହି ସମୟରେ ଗାଡ଼ି ପଛପଟେ ଏକ ବାଇକ ଆସୁଛି। ଏହି ବାଇକରେ ଦୁଇଜଣ ଲୋକ ଯାଉଥିବା ଦେଖିବାକୁ ମିଳୁଛି। ଜଣେ ବ୍ୟକ୍ତି ବାଇକ୍ ଚଲାଉଥିବା ବେଳେ ଆଉ ଜଣେ ସାମ୍ନାରେ ଯାଉଥିବା ଚଳନ୍ତା ଗାଡ଼ି ଉପରେ ଚଢ଼ି ଯାଉଛନ୍ତି। ଏହାପରେ ଗାଡ଼ିରୁ ସାମଗ୍ରୀ ବାହାର କରି ବାଇକ ଚାଳକଙ୍କୁ ଦେଉଥିବା ନଜରକୁ ଆସିଛି।

ବର୍ତ୍ତମାନ ସୁଦ୍ଧା ଭିଡିଓ କେଉଁଠୁ ଆସିଛି ତାହା ଜଣା ପଡିନାହିଁ । ତେବେ ଏହି ଭିଡିଓଟି ଭାରତର ବୋଲି ଜଣାପଡିଛି | ଭିଡିଓକୁ swami_୭୭୭୩ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି |।ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଏଥିସହିତ ୫୦ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe