ଘରକୁ ଜିନିଷ ଦେବାକୁ ଡ଼ାକି ଗର୍ଭବତୀ ମହିଳାଙ୍କୁ ହତ୍ୟା, ପେଟରୁ କାଢ଼ିନେଲେ ଶିଶୁ !

ଘରକୁ ଜିନିଷ ଦେବାକୁ ଡ଼ାକି ଗର୍ଭବତୀ ମହିଳାଙ୍କୁ ହତ୍ୟା, ପେଟରୁ କାଢ଼ିନେଲେ ଶିଶୁ !

aajtak.intoday.in

ନୂଆଦିଲ୍ଲୀ : ଆମେରିକାର ଚିକାଗୋରେ ଜଣେ ମହିଳାଙ୍କ ସହ ଘଟିଥିବା ଅପରାଧ ଅମାନବିକତାର ଚରମ ସୀମା ପାର କରି ଯାଇଛି । ଘରକୁ ଜିନିଷ ଦେବାକୁ ଡ଼ାକି ଗର୍ଭବତୀ ମହିଳାଙ୍କୁ ହତ୍ୟା ଏବଂ ପରେ ତାଙ୍କ ପେଟରେ ବଢ଼ୁଥିବା ଶିଶୁକୁ କାଟି ବାହାର କରିଦେବା ଘଟଣା ଶୁଣି ଏବେ ସମସ୍ତଙ୍କ ଲୋକଟାଙ୍କୁରି ଉଠିଛି । ଏହି ଘଟଣାକୁ କେନ୍ଦ୍ର କରି ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି।

publive-image AI News

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କି, ପୀଡ଼ିତାଙ୍କୁ ଫେସ୍‌ବୁକ୍‌ରେ ମେସେଜ କରି ତାଙ୍କ ଘର ପାଖରେ ରହୁଥିବା ଜଣେ ମହିଳା ନିଜ ଘରକୁ ଡ଼ାକିଥିଲେ। ଜନ୍ମ ହେବାକୁ ଥିବା ଶିଶୁ ପାଇଁ କିଛି ଜିନିଷ ଦେବାରେ ଅଛି ବୋଲି କହି ଅଭିଯୁକ୍ତ ମହିଳା ପୀଡ଼ିତାଙ୍କୁ ଡ଼ାକିଥିଲେ । ପୀଡ଼ିତା ମେସେଜ ପାଇ ଘରେ ପହଞ୍ଚିବା ପରେ ଅଭିଯୁକ୍ତ ମହିଳା ଏବଂ ତାଙ୍କ ଝିଅ ଦୁହେଁ ମିଶି ପୀଡ଼ିତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ହତ୍ୟା କରିବା ପରେ ପୀଡ଼ିତାଙ୍କ ପେଟରୁ ଶିଶୁକୁ କାଢ଼ି ବାହାର କରିବା ସହ ଆମ୍ବୁଲାନ୍ସକୁ ଫୋନ କରିଥିଲେ ଦୁଇ ଅଭିଯୁକ୍ତ । ଏହା ପରେ ଆମ୍ବୁଲାନ୍ସ ଆସି ନବଜାତକୁ ଚିକିତ୍ସା ପାଇଁ ଡ଼ାକ୍ତରଖାନା ନେଇଥିଲା ବୋଲି ଜଣାପଡ଼ିଛି । ତେବେ ଦୁହେଁ ଏଭଳି କାହିଁକି କଲେ ଏବଂ ନବଜାତର ଅବସ୍ଥ କେମିତି ଅଛି, ସେ ବିଷୟରେ ପୁଲିସ ସୂଚନା ଦେଇ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe