ଆମ୍ବିସର୍ସ ଡାଇଭର୍ସି ଫାଏଡ ଚିଟ୍‌ଫଣ୍ଡ ଠକେଇ : ନିର୍ଦେଶକ କୋଲ୍‌କାତାରୁ ଗିରଫ

ଆମ୍ବିସର୍ସ ଡାଇଭର୍ସି ଫାଏଡ ଚିଟ୍‌ଫଣ୍ଡ ଠକେଇ : ନିର୍ଦେଶକ କୋଲ୍‌କାତାରୁ ଗିରଫ

ଭୁବନେଶ୍ବର : ଆମ୍ବିସର୍ସ ଡାଇଭର୍ସି ଫାଏଡ ମ୍ୟାନେଜମେଣ୍ଟ୍‌ ଲିମ‌ିଟେଡ୍ ନାମକ ଚିଟଫଣ୍ତ୍‌ ଠକେଇ ସଂସ୍ଥାର ନିର୍ଦେଶକକୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା କୋଲକାତାରୁ ଗିରଫ କରିଛି। ସେ ହେଲେ ଆର୍ଶାଦ ହୋସେନ୍(୪୮)। ଗିରଫ ପରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଇଓଡବ୍ଲ୍ୟୁ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଜେରା ପରେ କଟକ ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା।

କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତ ୨୦୧୧ ମସିହାରେ ସଂସ୍ଥା ପୁରୀ ଜିଲ୍ଲାରେ ଏକ ଶାଖା ‌େଖାଲି ଅଧିକ ସୁଧର ଲୋଭ ଦେଖାଇ ଜମ‌ାକାରୀଙ୍କଠାରୁ ଟଙ୍କା ‌ ନେଇଥିଲା। ଜମାକାରୀଙ୍କ ବିଶ୍ବାସ ଆସିବା ପରେ ସଂସ୍ଥା ପୁରୀ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଶାଖା ଖୋଲି ଜମାକାରୀଙ୍କୁ ଅଧିକ ସୁଧ ଦେବାର ଲୋଭ ଦେଖାଇଥିଲା। ୨୦୧୧ରୁ ୨୦୧୪ ମସିହା ୫ବର୍ଷ ମଧ୍ୟରେ ସଂସ୍ଥା ଜମାକାରୀଙ୍କଠାରୁ ପାଖାପାଖି ୧୦କୋଟି ଟଙ୍କା ନେଇଯାଇଥିଲା। କିନ୍ତୁ ଜମାକାରୀମାନେ ସ˚ସ୍ଥା ପ୍ରଦାନ କରିଥିବା ପ୍ରତିଶ୍ରୁତି ମୁତାବକ ଟଙ୍କା ଫେରି ପାଇ ନ ଥିଲେ। ଏପରିକି କେତେକ ଜାମାକାରୀ ମୂଳ ଟଙ୍କା ମଧୢ ପାଇ ନ ଥିଲେ। ଟଙ୍କା ନେବା ପରେ ସଂସ୍ଥା ରାତାରାତି ଗାଏବ୍‌ ହୋଇଯାଇଥିଲା। ଏନେଇ ବାଣପୁର ଅଞ୍ଚଳର ସୁବାସ ଚନ୍ଦ୍ର ପ୍ରଧାନ ନାମକ ଜଣେ ଜମାକାରୀ ପ୍ରଥମେ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟ ୨୦୧୫ରେ କ୍ରାଇମ୍‌ବ୍ରାଞ୍ଚକୁ ଏହି ଠକେଇର ତଦନ୍ତ ନିର୍ଦେଶ ମିଳିଥିଲା। କ୍ରାଇମ୍‌ବ୍ରାଞ୍ଚ ସ˚ସ୍ଥାର ଓଡ଼ିଶା ମୁଖ୍ୟ ଓମ୍‌କାର ସି˚ହଙ୍କୁ ୨୦୧୫ରେ ଗିରଫ କରିଥିଲା। ପରେ ୨୦୧୭ରେ ଅନ୍ୟତମ ନିର୍ଦେଶକ କୁନାଲ ତିୱାରୀଙ୍କୁ କୋଲକାତାରୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe