ମାଲକାନଗିରି/କାଳିମେଳା: ମାଲକାନଗିରିଜିଲ୍ଲା କାଲିମେଳା ବ୍ଲକରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ଧବିଶ୍ବାସକୁ ଜାବୁଡି ଧରିଥିବା ଲୋକେ ପୁଣି ହତ୍ୟାକାଣ୍ଡ ଭିଆଇଛନ୍ତି। ଗୁଣିଗାରେଡି ସଂଦେହ କରି ଜଣେ ବୃଦ୍ଧକୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଉସ୍କାପାଲୀ ଗ୍ରାମରେ ଏଭଳି ବର୍ବର କାଣ୍ଡ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଉସ୍କାପାଲୀ ଗ୍ରାମର ମୁକ୍କା ପଡିଆମି(୫୨)।
ଘଟଣା ଅନୁଯାୟୀ ଗତ କିଛି ଦିନ ହେଲା ଉସ୍କାପାଲୀ ଗ୍ରାମରେ ଜଣକ ପରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିଲା। ଗ୍ରାମରେ କୋୟା ଆଦିବାସୀ ସଂପ୍ରଦାୟର ଲୋକେ ବାସ କରନ୍ତି। ଗାଁର ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ବାସ ଭରି ରହିଛି। ଆଜି ବି ଏହି ଗାଁର ଲୋକେ ଗୁଣିଗାରେଡି ଉପରେ ବିଶ୍ବାସ କରନ୍ତି। ଗାଁରେ ମୃତ୍ୟୁ ହେଉଥିବାରୁ ଲୋକେ ଏହା ମୁକ୍କା ପଡିଆମିର କାମ ବୋଲି ସଂଦେହ କରି ତାକୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରାଯାଇଛି। ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ ମୁକ୍କାଙ୍କ ଦୁଇ ଭାଇକୁ ପୂର୍ବରୁ କେହି ଦୁର୍ବୃତ୍ତ ଗୁଣିଗାରେଡି ସଂଦେହ କରି ହତ୍ୟା କରିସାରିଛନ୍ତି। ଘରର ମୁକ୍କା ହେଉଛନ୍ତି ତୃତୀୟ ବ୍ୟକ୍ତି। ଯିଏ କି ଲୋକଙ୍କର ଅନ୍ଧବିଶ୍ବାସ ଯୋଗୁଁ ଆଜି ମୃତ୍ୟୁବରଣ କରିଛନ୍ତି।
ଆହୁରି ପଢ଼ନ୍ତୁ: Wife Kills Husband ନିଜ ମଥାର ସିନ୍ଦୂର ପୋଛିଲା ନିଜେ, ସ୍ଵାମୀକୁ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
ପୁଲିସର ଛାନ୍ଭିନ୍ ଜାରି
ତେବେ ମୁକ୍କାକୁ କିଏ ହତ୍ୟା କରିଛି ତାହା ଜଣାପଡି ନାହିଁ। ମୃତ ମୁକ୍କାଙ୍କ ଭାଇ ଦେବ ପଡିଆମି ପୋଟେରୁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏତଲା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ସଂଜେହରେ ଜଣକୁ ଆଣି ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ତେବେ ସଚେତନତା ଅଭାବରୁ ଗୁଣିଗାରେଡି ହତ୍ୟା ଜିଲ୍ଲାରେ ବଢିବାରେ ଲାଗିଛି। ପୁଲିସ ଗତ ତିନି ବର୍ଷରେ କେହି ଏହି ଘଟଣାରେ ମୃତ୍ୟୁ କିମ୍ବା ହତ୍ୟାର ଶିକାର ହୋଇନଥିବା କହୁଥିଲେ ମଧ୍ୟ ଜିଲ୍ଲାର କାଲିମେଳା ଓ ପଡ଼ିଆ ବ୍ଲକରେ ଏଭଳି ଅନ୍ଧବିଶ୍ବାସ ଲୋକଙ୍କ ମନରେ ଭରି ରହିଛି। ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରାନଗଲେ ଏହା ଆଗକୁ ଆହୁରି ବଢିବ ସିନା କମିବ ନାହିଁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।
ଆହୁରି ପଢ଼ନ୍ତୁ: Upma Recipes: ୧୦ମିନିଟରେ ପ୍ରସ୍ତୁତ ହେଉଥିବା ୧୦ ପ୍ରକାର ଉପମା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/19/dead-2025-10-19-19-37-58.jpg)