ଟ୍ରକ ଚାଳକ ଅନ୍ତଃବସ୍ତ୍ରରେ ଲୁଚାଇ ନେଉଥିଲେ ଜୀବନ୍ତ ସାପ ଓ ଝିଟିପିଟି

Advertisment
ଟ୍ରକ ଚାଳକ ଅନ୍ତଃବସ୍ତ୍ରରେ ଲୁଚାଇ ନେଉଥିଲେ ଜୀବନ୍ତ ସାପ ଓ ଝିଟିପିଟି

ନୂଆଦିଲ୍ଲୀ: ଆମେରିକାର କାଲିଫର୍ଣ୍ଣିଆରେ ସୀମା ସୁରକ୍ଷା ଅଧିକାରୀ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ପୋଷାକ ଭିତରେୁ ସୀମା ସୁରକ୍ଷା ଅଧିକାରୀ ୫୨ଟି  ଜୀବନ୍ତ ଝିଟିପିଟି ଓ ସାପକୁ ଜବତ କରିଛନ୍ତି।

ଆମେରିକାର ସୀମା ଶୁଳ୍କ ଏବଂ ସୀମା ସୁରକ୍ଷା ବିଭାଗ ପକ୍ଷରୁ ପ୍ରକାଶ ଯେ ଜଣେ ଟ୍ରକ୍ ଚାଳକ ଫେବ୍ରୁଆରି ୨୫ ତାରିଖରେ ମେକ୍ସିକୋକୁ ଲାଗିଥିବା ସୀମା ସେନ ୟସିଡ୍ରୋରେ ପହଞ୍ଚିଥିଲେ। ସେ‌ଠାରେ ତାଙ୍କର ଅତିରିକ୍ତ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ ସେ ପିନ୍ଧିଥିବା ପୋଷାକ ଭିତରୁ ଯାହା ବାହାରିଥିଲା ଘଟଣାସ୍ଥଳରେ ଉପସ୍ଥିତି ଥିବା ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

publive-image The Guardian

ସୂଚନାନୁସାରେ, ଯାଞ୍ଚ ବେଳେ ଉକ୍ତ ଟ୍ରକ ଚାଳକଙ୍କ ନିକଟରୁ  ଅଧିକାରୀମାନେ ୫୧ଟି ଜୀବନ୍ତ ସରୀସୃପଙ୍କୁ ଜବତ କରିଥିଲେ। ଏହି ଜବତ ସରୀସୃପଗୁଡ଼ିକୁ ଚାଳକ ଜଣକ ଏକ ଛୋଟ ବ୍ୟାଗରେ ରଖିଥିବା ଥିବା ସହିତ ତାଙ୍କ ଜ୍ୟାକେଟରେ, ପ୍ୟାଣ୍ଟ ପକେଟରେ ଏବଂ ଅନ୍ତଃବସ୍ତ୍ରରେ ଲୁଚାଇ ରଖିଥିଲେ।

ଅଧିକାରୀ କହିଛନ୍ତି ଯେ, ଜବତ ହୋଇଥିବା ୫୧ଟି ଜୀବନ୍ତ ସରୀସୃପ ମଧ୍ୟରୁ ନଅଟି ସାପ ଏବଂ ୪୩ ଟି ଝିଟିପିଟି  ରହିଛନ୍ତି। ଏଥିମଧ୍ୟରୁ କେତେକ ବିଲୁପ୍ତ ହେବାକୁ ବସିଥିବା ସରୀସୃପ ବି ରହିଛନ୍ତି। ଏଭଳି ସରୀସୃପ ଚାଲାଣ କରୁଥିବା ବ୍ୟକ୍ତି ଜଣକ ଆମେରିକାର ନାଗରିକ ବୋଲି ଜଣାପଡ଼ିଛି। ଏହି ଘଟଣାରେ ତାଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe