୨୨ ବର୍ଷ ମୁଁ ଡରି ଡରି ବଞ୍ଚିଛି, ଘଟଣା ପଛରେ କାହା ହାତ ଥିଲା ତାହା ତଦନ୍ତ କରି ସାମ୍ନାକୁ ଅଣାଯାଉ : ଅଞ୍ଜନା ମିଶ୍ର

Advertisment
୨୨ ବର୍ଷ ମୁଁ ଡରି ଡରି ବଞ୍ଚିଛି, ଘଟଣା ପଛରେ କାହା ହାତ ଥିଲା ତାହା ତଦନ୍ତ କରି ସାମ୍ନାକୁ ଅଣାଯାଉ : ଅଞ୍ଜନା ମିଶ୍ର

ଭୁବନେଶ୍ବର: ୨୨ ବର୍ଷ ତଳର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ କମିସନରେଟ୍ ପୁଲିସକୁ ଆଜି ମିଳିଛି ବଡ଼ ସଫଳତା । ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିଛି ଆଶ୍ବସ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ଆଜି ସାମ୍ବାଦିକ ସମ୍ମଳନୀ କରି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୀଡ଼ିତା। ଏହା ସହ ଦୀର୍ଘ ୨୨ବର୍ଷ କିଭଳି ‌ସେ ଡ଼ରି ଡ଼ରି ବଞ୍ଚିଥିଲେ ସେ ବିଷୟରେ ଜଣାଇଛନ୍ତି ଅଞ୍ଜନା ମିଶ୍ର।

ତାଙ୍କ କହିବା ମୁତାବକ, ଗଣଦୁଷ୍କର୍ମ ଭଳି ଅପରାଧ ପରେ ମୋତେ ଏତଲା ନ ଦେବା  ପାଇଁ ଧମକ ଦିଆଯାଇଥିଲା। ପାଟି ବନ୍ଦ କରି ଘରେ ରହିବାକୁ କୁହାଯାଇଥିଲା। ଏସବୁ ପରେ ମଧ୍ୟ ମୁଁ ଡ଼ରିଯାଇ ନଥିଲି। କିନ୍ତୁ ୨୨ବର୍ଷ ମଧ୍ୟରେ ମୁୁଁ ବହୁତ ହଇରାଣ ହୋଇଛି। ଏତଲା ଦେବା ପରେ ମୁଁ ରହୁଥିବା ଆପାର୍ଟମେଣ୍ଟ ତଳେ ରହୁଥିବା କଂଗ୍ରେସର ମହିଳା କର୍ମୀ ମୋତେ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ। ତାଙ୍କ ସ୍ବାମୀ ଆର୍ମିରେ ଥିବାରୁ ସେ ଅନେକ ସମୟରେ ଆର୍ମି ଯବାନମାନଙ୍କୁ ଡ଼ାକି ମୁଁ ରହୁଥିବା ଘରକୁ ପଥର ଫିଙ୍ଗିଥିଲେ। ଏମିତିକି ମୋ ମୁହଁକୁ ମଧ୍ୟ ପଥର ଫିଙ୍ଗିଥିଲେ। ଏ ନେଇ ତାଙ୍କ ବିରୋଧରେ ଏତଲା ଦେଇଥିଲେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏବେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇସାରିଥିଲେ ମଧ୍ୟ ଏହି ଗଣଦୁଷ୍କର୍ମ କିଏ କରାଇଥିଲା, ତାହା ମୁଁ ଜାଣିବାକୁ ଚାହେଁ। ସିବିଆଇ ଏହାର ତଦନ୍ତ କରୁ ବୋଲି ମୁଁ ଚାହୁଁଛି।

ସାମ୍ବାଦିକ ସମ୍ମିଳନୀର ଶେଷରେ ଅଞ୍ଜନା ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ମୁଖ୍ୟ ଅଭିଯୁକ୍ତକୁ ଖୋଜି ବାହାର କରିଥିବାରୁ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ପ୍ରତି କୃତଜ୍ଞ ବୋଲି କହିଥିଲେ। ଏହା ସହ ଆମ ଦେଶରେ ଦୋଷୀକୁ ଦଣ୍ଡ ମିଳିବା ପାଇଁ ସମୟ ଲାଗେ, କିନ୍ତୁ ଦଣ୍ଡ ମିଳେ। ଏଭଳି ପରିସ୍ଥିତିରେ ହାରି ନ ଯାଇ ନିଜକୁ ଦୃଢ଼ କରନ୍ତୁ ବୋଲି କହିଥିଲେ ଅଞ୍ଜନା ମିଶ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe