‘ଅଫ୍‌ଲାଇନ୍‌ କ୍ଲାସ୍‌’ରେ ଯୋଗ ଦେବାକୁ ବାପାମାଆ ବାଧ୍ୟ କରିବାରୁ ଜୀବନ ହାରିଲେ ଆନ୍ଧ୍ରପ୍ରଦେଶ କଲେଜ ତରୁଣୀ

Advertisment
‘ଅଫ୍‌ଲାଇନ୍‌ କ୍ଲାସ୍‌’ରେ ଯୋଗ ଦେବାକୁ ବାପାମାଆ ବାଧ୍ୟ କରିବାରୁ ଜୀବନ ହାରିଲେ ଆନ୍ଧ୍ରପ୍ରଦେଶ କଲେଜ ତରୁଣୀ

ଶ୍ରୀକାକୁଲମ୍‌: ‘ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜିସ୍‌’ରେ (ଆଇଆଇଆଇଟି-ଶ୍ରୀକାକୁଲମ୍‌) ପଢୁଥିବା ଆନ୍ଧ୍ରପ୍ରଦେଶ ବିଜୟନଗରମ୍‌ର ଜଣେ ନାବାଳିକା କଲେଜ ତରୁଣୀ ବୁଧବାର ଦିନ ତାଙ୍କ ହଷ୍ଟେଲ୍‌ କକ୍ଷରେ ଆତ୍ମହତ୍ୟା କରିଛନ୍ତି।

ଉକ୍ତ ୧୬ ବର୍ଷୀୟ ତରୁଣୀଙ୍କ ପ୍ରକୋଷ୍ଠର କବାଟ ଭିତରୁ ବନ୍ଦ ଥିବା କଥା କେତେଜଣ ଝିଅ ଲକ୍ଷ୍ୟ କରିବା ପରେ କଲେଜ କର୍ମଚାରୀମାନେ ପ୍ରକୃତ ଘଟଣା ଜାଣିବାକୁ ପାଇଥିଲେ। କବାଟ ଭାଙ୍ଗି କଲେଜ ସେମାନେ ଦେଖିଲେ, ତରୁଣୀଜଣକ ପଙ୍ଖାରେ ଫାଶୀ ଲଗାଇ ମରିଯାଇଛନ୍ତି।

ମୃତା ତରୁଣୀ ହେଉଛନ୍ତି ବିଜୟନଗରମ୍‌ ଅନ୍ତର୍ଗତ ନେଲ୍ଲିମର୍ଲାବାସିନୀ କୋଣ୍ଡାପଲ୍ଲୀ ମନୀଷା ଅଞ୍ଜୁ।

publive-image Image Courtesy of The Indian Express

‘ଆଇଆଇଆଇଟି’ରେ ପ୍ରଥମ ବାର୍ଷିକ ପଢୁଥିବା ଅଞ୍ଜୁ ଶିକ୍ଷାବର୍ଷ ପ୍ରାରମ୍ଭରୁ ‘ଅନ୍‌ଲାଇନ୍‌ କ୍ଲାସ୍‌’ରେ ପଢୁଥିଲେ। କୋଭିଡ୍‌-୧୯ ସଂକ୍ରମଣ ହ୍ରାସ ପାଇବାରୁ ‘ଆଇଆଇଆଇଟି’ କର୍ତ୍ତୃପକ୍ଷମାନେ ଶିକ୍ଷାର୍ଥୀମାନଙ୍କୁ ଉଭୟ ‘ଅନ୍‌’ ଓ ‘ଅଫ୍‌’ ଲାଇନ୍‌ କ୍ଲାସ୍‌ ପାଇଁ ବ୍ୟବସ୍ଥା କରିଥିଲେ। ତେଣୁ, ଅଞ୍ଜୁ ‘ଅନ୍‌ଲାଇନ୍‌ କ୍ଲାସ୍‌’ରେ ପଢ଼ା ଚାଲୁ ରଖିବାକୁ ଚାହୁଁଥିଲେ। କୁହାଯାଉଛି, ‘ଅଫ୍‌ଲାଇନ୍‌ କ୍ଲାସ୍‌’ରେ ଯୋଗ ଦେବାକୁ ଅଞ୍ଜୁଙ୍କର ଇଚ୍ଛା ନ ଥିଲା। ବାପାମାଆ ବାଧ୍ୟ କରି ତାଙ୍କୁ ଆଣି ‘ଆଇଆଇଆଇଟି’ରେ ଛାଡ଼ି ଘରକୁ ଫେରିଯାଇଥିଲେ। ବାପାମାଆଙ୍କ ଏତାଦୃଶ ଆଚରଣରେ କ୍ଷୁବ୍ଧ ହୋଇ ଅଞ୍ଜୁ ନିଜ ମୋବାଇଲ୍‌ ଫୋନ୍‌ଟିକୁ ଗୋଟାଏ ବସ୍‌ରେ ଫିଙ୍ଗି ଦେଇ ଆସିଥିଲେ। ପରଦିନ ତାଙ୍କର ବାପାମାଆ ଆଉ ଗୋଟାଏ ନୂଆ ଫୋନ୍‌ କିଣି ଆଣି ତାଙ୍କୁ ଦେଇଥିଲେ।

ଅଞ୍ଜୁଙ୍କ ମୃତ୍ୟୁ ଘଟଣାରେ ଧାରା ୧୭୪ରେ (ସନ୍ଦେହଜନକ ମୃତ୍ୟୁ) ମାମଲା ରୁଜୁ କରାଯାଇଥିବା କଥା ଏତ୍‌ଚେର୍ଲା ଥାନା ସବ୍‌-ଇନ୍‌ପେକ୍ଟର୍‌ କେ. ରାମୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe