୧୦ମାସ ତଳେ ଦ୍ବିତୀୟ ବିବାହ ପାଇଁ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ବାମୀ, ସତ ଜାଣିବା ପରେ ଜ୍ବାଇଁର ମୁଣ୍ଡ କାଟିଲା ଝିଅର ବାପା

୧୦ମାସ ତଳେ ଦ୍ବିତୀୟ ବିବାହ ପାଇଁ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ବାମୀ, ସତ ଜାଣିବା ପରେ ଜ୍ବାଇଁର ମୁଣ୍ଡ କାଟିଲା ଝିଅର ବାପା

ହାଇଦ୍ରାବାଦ: ୧୦ମାସ ତଳେ ଦ୍ବିତୀୟ ବିବାହ ପାଇଁ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ବାମୀ। ଏବେ ସତ ଜାଣିବା ପରେ ଝିଅର ସ୍ବାମୀର ମୁଣ୍ଡକାଟ କରି ପ୍ରତିଶୋଧ ନେଇଛି ବାପା। ହତ୍ୟା କରିବା ପରେ ଜ୍ବାଇଁର କଟା ମୁଣ୍ଡ ଧରି ପୁଲିସ ଷ୍ଟେସନ ଯିବା ସହ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ବାପା। ଶନିବାର ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ରାଉତୁଲପୁଡି ମଣ୍ଡଳର ଧରା ଜଗନ୍ନାଧପୁରମ୍ ଗ୍ରାମରେ। ଅଭିଯୁକ୍ତ ପାଲା ସତ୍ୟନାରାୟଣ ତାଙ୍କ ଜ୍ବାଇଁ ଲାଛନାଙ୍କୁ ହତ୍ୟା କରିଛନ୍ତି।

Serial killer 'Cyanide Mohan' sentenced to death in Anganwadi ... The Indian Express

ମିଳିଥିବା ସୂଚନା ମୁତାବକ, ଅଗଷ୍ଟ ୮ରେ ପାଲା ସତ୍ୟନାରାୟଣ ଝିଅର ମୃତ୍ୟୁକୁ ୧୦ମାସ ପୁରୁଥିବା ନେଇ ରୀତିନୀତି ଜ୍ବାଇଁ ଲାଛନାଙ୍କୁ ଘରକୁ ଡ଼ାକିଥିଲେ। କିନ୍ତୁ ଲାଛନା ମଦ ପିଇ ସତ୍ୟନାରାୟଣଙ୍କ ଘରେ ପହଞ୍ଚିଥିଲେ। ନିଶାଗ୍ରସ୍ତ ହୋଇ ସେ ସବୁ ସତ ସତ୍ୟନାରାୟଣଙ୍କୁ ଜଣାଇ ଦେଇଥିଲେ। ଦ୍ବିତୀୟ ବିବାହ ପାଇଁ ସେ ପତ୍ନୀ ପାବନୀଙ୍କୁ ହତ୍ୟା କରିଥିବା ସ୍ବୀକାର କରିବ‌ା ସହ ଘରେ ଥିବା ସତ୍ୟନାରାୟଣଙ୍କ ଅନ୍ୟ ଦୁଇ ଝିଅଙ୍କୁ ନେଇ ମଧ୍ୟ ହତ୍ୟା କରିବାର ଧମକ ଦେଇଥିଲେ। ଦ୍ବିତୀୟ ବିବାହ ପାଇଁ ଝିଅକୁ ହତ୍ୟା କରି ଅନ୍ୟ ଦୁଇ ଝିଅକୁ ହତ୍ୟା କରିବାର ଯୋଜନା କରୁଥିବା ଜାଣି ରାଗରେ ଏକ ଧାରୁଆ ଅସ୍ତ୍ରରେ ଲାଛନାର ବେକ କାଟି ଦେଇଥିଲେ ସତ୍ୟନାରାୟଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe