ପାଠପଢ଼ା ଚାଲିଥିବା ବେଳେ ଶ୍ରେଣୀଗୃହରୁ ବାହାରି ଜୀବନ ହାରିଲା ଛାତ୍ର

ନାରାୟଣ କଲେଜର ଛାତ୍ର ପାଠପଢ଼ା ଚାଲିଥିବା ବେଳେ ସକାଳ ପ୍ରାୟ ୧୦:୧୫ ସମୟରେ କେହିକିଛି ବୁଝିବା ପୂର୍ବରୁ ହଠାତ୍ ଶ୍ରେଣୀଗୃହରୁ  ବାହାରକୁ ଆସି କୋଠାର ତୃତୀୟ ମହଲାରୁ ଡେଇଁ ଜୀବନ ହାରି ଦେଇଥିଲେ। 

CGeCG

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଏକ କଲେଜରେ ପଢ଼ୁଥିବା ଜଣେ ପ୍ରଥମ ବର୍ଷର ଛାତ୍ର ତୃତୀୟ ମହଲାରୁ ଡେଇଁ ଜୀବନ ହାରି ଦେଇଛନ୍ତି। ଛାତ୍ରଙ୍କ ଜୀବନ ହାରିବାର ଘଟଣା କଲେଜରେ ଲାଗିଥିବା ସିସିକ୍ୟାମେରାରେ କୈଦ ହୋଇଯାଇଥିଲା।

ଅଧିକପଢ଼ନ୍ତୁ:ଛୁରାମାଡ଼ର ୨୪ବର୍ଷ ପୂର୍ବେ ଭୟାବହ ଦୁର୍ଘଟଣାର ଶିକାର ହୋଇଥିଲେ ସୈଫ

ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି, ନାରାୟଣ କଲେଜର ଛାତ୍ର ପାଠପଢ଼ା ଚାଲିଥିବା ବେଳେ ସକାଳ ପ୍ରାୟ ୧୦:୧୫ ସମୟରେ କେହିକିଛି ବୁଝିବା ପୂର୍ବରୁ ହଠାତ୍ ଶ୍ରେଣୀଗୃହରୁ  ବାହାରକୁ ଆସି କୋଠାର ତୃତୀୟ ମହଲାରୁ ଡେଇଁ ଜୀବନ ହାରି ଦେଇଥିଲେ। 

ଘଟଣା ପଛର କାରଣ ଖବର ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ି ପାରି ନାହିଁ। ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି ଏବଂ ଛାତ୍ର ଜଣକ ଆତ୍ମହତ୍ୟା ଭଳି ଗମ୍ଭୀର ପଦକ୍ଷେପ କାହିଁକି ନେଲେ ତାହା ଜାଣିବାକୁ ଚେଷ୍ଟା କରୁଛି।

ଅଧିକପଢ଼ନ୍ତୁଟ୍ରମ୍ପ ମେକ୍ସିକୋ ସୀମାରେ ଅତିରିକ୍ତ ସୈନ୍ୟ ମୁତୟନ କରିବାକୁ ନିର୍ଦ୍ଦେଶ ଦେଲେ

ପୁଲିସ ସୂତ୍ରରୁ ପ୍ରକାଶ, ଛାତ୍ରଙ୍କ ଜୀବନ ହାରିବା ଘଟଣାର ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଏହା ସହିତ, ଛାତ୍ରଙ୍କ ପରିବାର ଏବଂ ବନ୍ଧୁମାନଙ୍କ ସହ କଥା ହୋଇ ତାଙ୍କ ମାନସିକ ଅବସ୍ଥା  କିପରି ଥିଲା ସେ ବିଷୟରେ ସୂଚନା ସଂଗ୍ରହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe