Image Courtesy of India Today
ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ମଛଲିପଟନମ୍ ନଗରୀରେ ‘ପବ୍ଜି’ ମୋବାଇଲ୍ ରାଉଣ୍ଡ୍ରେ ହାରି ଉପହସିତ ହୋଇଥିବା ଜଣେ ୧୫ ବର୍ଷିୟ ବାଳକ ଆତ୍ମହତ୍ୟା କରିଥିବା ‘ଦି ନ୍ୟୁ ଇଣ୍ଡିଆନ୍ ଏକ୍ସ୍ପ୍ରେସ୍’ ପୁଲିସ ସୂତ୍ରରୁ ଉଦ୍ଧାର କରି ରିପୋର୍ଟ କରିଛି।
ସଂଗୃହୀତ ତଥ୍ୟାବଳି ଅନୁସାରେ, ବାପା ଏବଂ ପରିବାର ସଦସ୍ୟମାନଙ୍କ ସହିତ ଗ୍ରୀଷ୍ମଛୁଟି ବିତାଇବା ଲାଗି ବାଳକଟି ଆସିଥିଲା। ସେଠାରେ ‘ପବ୍ଜି’ ଗେମ୍ରେ ହାରିଯିବାରୁ ଉପହସିତ ହୋଇଥିଲା। ବାଳକର ବାପାଙ୍କଠାରୁ ପୃଥକ୍ ହୋଇଯାଇଥିବା ମାଆ ପୁଅର ମୃତ୍ୟୁ ଘଟଣାରେ ସନ୍ଦେହ ପ୍ରକାଶ କରି ଥାନାରେ ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରାଇଛନ୍ତି।
Image Courtesy of The PiPa News‘ଦି ନ୍ୟୁ ଇଣ୍ଡିଆନ୍ ଏକ୍ସ୍ପ୍ରେସ୍’କୁ ପୁଲିସ କହିଛି, ଜୁନ୍ ୧୧ ତାରିଖ ରାତିରେ ୧୫ ବର୍ଷିୟ ବାଳକଟି ସମ୍ପର୍କୀୟ ଭାଇଭଉଣୀଙ୍କ ସହିତ ‘ପବ୍ଜି’ ଖେଳୁଥିଲା। ସେମାନେ ଉପହାସ କରିବାରୁ ‘ଆକ୍ସନ୍ ଟାଇଟଲ୍’ ଖେଳିବା ଲାଗି ବାପା ମନାକଲେ। ଫଳରେ ସେ ଅଧିକ ଚିଡ଼ିଯାଇଥିଲା।
ଚିଲକାଳପୁଡ଼ି ସର୍କଲ୍ ଇନ୍ସ୍ପେକ୍ଟର୍ ଭି. ନାରାୟଣ କହିଛନ୍ତି, ରାତ୍ର ଭୋଜନ ପରେ କୋଠରିରେ ସେ ଏକୁଟିଆ ଶୋଇଥିଲା। ସେଠାରେ ସେ ଫାଶୀ ଦେଇ ଆତ୍ମହତ୍ୟା କରିଛି। ପରିବାର ଲୋକେ କହିଛନ୍ତି କି, ପିଲାଟି ଅଧିକାଂଶ ସମୟରେ ମୋବାଇଲ୍ରେ ଗେମ୍ ଖେଳେ। ଖେଳରେ ହାରିଯାଇଥିବା ବେଳେ ଉପହସିତ ହେବାରୁ ସେ ମ୍ରିୟମାଣ ହୋଇପଡ଼ିଥିଲା। ରବିବାର ସକାଳେ ବାପା କବାଟ ଖଟ ଖଟ କରିବାରୁ ସେ ଦ୍ବାର ଫିଟାଇଲା ନାହିଁ। ଘର ଲୋକେ କବାଟ ଭାଙ୍ଗିବାରୁ ଦେଖିଲେ ସେ ପଙ୍ଖାରେ ଫାଶୀ ଦେଇ ଝୁଲିଛି।
Follow Us