Gulf News
ଅମରାବତୀ: ଜଣେ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ କରି ଫେରାର ଥିବା ଅଭିଯୁକ୍ତ ପୂଜାରୀକୁ ଏବେ ପୁଲିସ ଗିରଫ କରିଛି। ଘଟଣାଟି କଡପା ଜିଲ୍ଲାରେ ଘଟିଥିବା ବେଳେ ଗୀତା ଶିଖାଇବା ଆଳରେ ଅଭିଯୁକ୍ତ ଏଭଳି ଅପରାଧ କରିଥିଲା। ଅପରାଧ କରିବା ପରେ ଅଭିଯୁକ୍ତ ପୂର୍ବ ଗୋଦାବରୀ ଜିଲ୍ଲାରେ ଲୁଚି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ସୂଚନାକ୍ରମେ ପୁଲିସ ଅଭିଯୁକ୍ତକୁ ଗିରଫ କରି ପାରିଛି। ଅଭିଯୁକ୍ତର ନାଁ ସତ୍ୟନାରାୟଣ ବୋଲି ଚିହ୍ନଟ କରାଯାଇଛି।
ପୁଲିସ ଦେଇଥିବା ସୂଚନା ମୁତାବକ, ନଭେମ୍ବର ୨୭ରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଭାଗବତ ଗୀତା ଶିଖାଇବା ଆଳରେ ଅଭିଯୁକ୍ତ ପୂଜାରୀ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ କରିଥିଲା। ଏଭଳି ଜଘନ୍ୟ ଅପରାଧ ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯିବା ସହ ପୂର୍ବ ଗୋଦାବରୀ ଜିଲ୍ଲାରେ ଯାଇ ଲୁଚି ରହିଥିଲେ। ସେଠାରେ ନିଜର ବେଶ ପୋଷାକ ବଦଳାଇ ରହୁଥିବା ବେଳେ ପରିବାରର ସୁବିଧା ଅସୁବିଧା ବୁଝିବା ପାଇଁ ଆଜି ଅଭିଯୁକ୍ତ ଅନ୍ୟଜଣଙ୍କ ନମ୍ବରରୁ ଫୋନ କରିଥିଲେ। ଯାହାକୁ ଆଧାର କରି ପୁଲିସ ସତ୍ୟନାରାୟଣ ପାଖରେ ପହଞ୍ଚି ପାରିଥିଲା ବୋଲି ଜଣା ପଡ଼ିଛି।
Follow Us