ମୋହନା: ପାରିବାରିକ କଳହ କିଭଳି ବୀଭତ୍ସ ଓ କରୁଣ ହୋଇପାରେ ତା’ର ଏକ ନଜିର୍ ଗଜପତିଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ କାଲେମା ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ଧର୍ମେନ୍ଦ୍ର ନାୟକ ତାଙ୍କ ପ୍ରଥମ ପତ୍ନୀ ଲାଲି ନାୟକ(୩୧)ଙ୍କୁ ପଥର ଛେଚି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଧର୍ମେନ୍ଦ୍ର ମୋହନା ଥାନା ଆମ୍ବଗାଁର ଲାଲିଙ୍କୁ ୧୫ ବର୍ଷ ତଳେ ପ୍ରେମ ବିବାହ କରିଥିଲେ l ସେମାନଙ୍କ ତିନୋଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି l

ଏହି ଖବର ପଢ଼ନ୍ତୁ: ଢାବାରୁ ବାଘଛାଲ ଜବତ, ଦୁଇ ରାଜସ୍ଥାନୀ ସମେତ ୭ ଗିରଫ

Advertisment

ଗତ କିଛିବର୍ଷ ତଳେ ସେ ପୁଣି ବ୍ରହ୍ମପୁର ଲୋଚାପଡ଼ା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ଫଳରେ ଲାଲି ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଗତ ଶୁକ୍ରବାର ଦିନ ଏହା ଉଗ୍ର ରୂପ ନେଇଥିଲା। 

ଏହି ଖବର ପଢ଼ନ୍ତୁ: ଦେଶ-ବିଦେଶରେ ଓଡ଼ିଶାର ଆଦିବାସୀ ସଂସ୍କୃତି ପ୍ରଚାର କରିବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଧର୍ମେନ୍ଦ୍ର ଲାଲିଙ୍କୁ କୌଶଳକ୍ରମେ ଡାକି ନେଇ ଗ୍ରାମଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଥିବା ଏକ ପାହାଡ଼ ତଳେ ବହିଯାଉଥିବା ନାଳ ନିକଟକୁ ନେଇଯାଇଥିଲେ। ସେଠାରେ ତାଙ୍କ ମୁଣ୍ଡ ଉପରେ ଏକ ପଥର ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ମୃତକ ଲାଲିଙ୍କ ଭାଇ ମୋହିତ ନାୟକଙ୍କ ଏତଲା କ୍ରମେ  ଅଡ଼ବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ସ୍ବାମୀ ଧର୍ମେନ୍ଦ୍ର ଫେରାର ହୋଇଯାଇଥିବା ସୂଚନା ମିଳିଛି।

ଏହି ଖବର ପଢ଼ନ୍ତୁ: ମା-ଝିଅଙ୍କୁ ପ୍ରାଣାନ୍ତକ ଆକ୍ରମଣ: ଦୁର୍ବୃତ୍ତ ଲୁଟିଲେ ସୁନାଚେନ୍‌-ନଗଦ ଟଙ୍କା