ଦେବଗଡ଼: ଦେବଗଡ଼ରେ ଅସୁରକ୍ଷିତ ବନ୍ୟପ୍ରାଣୀ। ବାରକୋଟ ବନାଂଚଳ ଠିଆନାଳ ସେକ୍ସନର ଆଜି ଏକ ଢାବାରେ କଲରାପତରିଆ ବାଘଛାଲ ଡିଲ ଚାଲିଥିବାବେଳେ ବନବିଭାଗର ଟିମ ଚଢ଼ଉ କରି ୭ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ କଲରାପତରିଆ ବାଘଛାଲ ସହ ୨ଟି ବାଇକ, ମୋବାଇଲ ବନବିଭାଗ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ଯୋଧପୁର ଜିଲ୍ଲାର ଲମ୍ବା ଗ୍ରାମର ଅଶୋକ ବିଶ୍ନୋୟୀ (୨୦), କପର୍ଦା ଥାନାଚଂଳର ଅଜୟପାଲ ବିଶ୍ନୋୟୀ(୨୧), ବାରକୋଟ ଥାନାଚଂଳର ରାଜମୁଣ୍ଡା ଗ୍ରାମର ମନସିଂ ବରୀ(୬୪), ଝରବାହାଳ ଗ୍ରାମର ରମେଶ ଚନ୍ଦ୍ର ନାଏକ(୪୨), ଗୁରୁସଙ୍ଗ ଗ୍ରାମର ରାଜେନ୍ଦ୍ର ରଣା(୪୦), ଠିଆନାଳ ଗ୍ରାମର କର୍ମୁ ନାଏକ(୬୧), ସାନବାଗଦରି ଗ୍ରାମର ବୀରବର ନାହକ(୫୨)।

Advertisment

ଏହି ଖବର ପଢ଼ନ୍ତୁ: ଦେଶ-ବିଦେଶରେ ଓଡ଼ିଶାର ଆଦିବାସୀ ସଂସ୍କୃତି ପ୍ରଚାର କରିବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ବାରକୋଟ ଥାନାଚଂଳର ରାଜମୁଣ୍ଡା ଗ୍ରାମରେ ଥିବା ରାଜଧାନୀ ଢାବାରେ ଆଜି କଲରାପତରିଆ ବାଘ ଛାଲ ଡିଲ ଚାଲୁଥିବା ନେଇ ବନବିଭାଗର କର୍ମଚାରୀମାନେ ବିଶେଷ ସୁତ୍ରରୁ ସୂଚନା ପାଇଥିଲେ। 

ଏହି ଖବର ପଢ଼ନ୍ତୁ: ପାଣିକୋଇଲି ଗୁଳିକାଣ୍ଡ: ଦୁଃଖ ପ୍ରକାଶ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବନବିଭାଗର କର୍ମଚାରୀମାନେ ଉକ୍ତ ଢାବାରେ ଚଢଉ କରି ୭ଜଣଙ୍କୁ କାବୁ କରିଥିବାବେଳେ ସେମାନଙ୍କ ନିକଟରୁ ବାଘ ଛାଲ ଜବତ କରିଥିଲେ। ବନବିଭାଗ ଚଢଉ କରିଥିବାବେଳେ ଉକ୍ତ ଘଟଣାରେ ଆଉ କିଛି ଲୋକଙ୍କ ସଂପୃକ୍ତି ଥିବାବେଳେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏହି ଖବର ପଢ଼ନ୍ତୁ: ନମୋ କରିଡରର ଲୋକାର୍ପଣ କଲେ ମୋଦୀ

ସୂଚନା ପାଇବା ପରେ ବନବିଭାଗର କର୍ମଚାରୀମାନେ ଉକ୍ତ ଢାବାରେ ଚଢଉ କରି ୭ଜଣଙ୍କୁ କାବୁ କରିଥିବାବେଳେ ସେମାନଙ୍କ ନିକଟରୁ ବାଘ ଛାଲ ଜବତ କରିଥିଲେ। ବନବିଭାଗ ଚଢଉ କରିଥିବାବେଳେ ଉକ୍ତ ଘଟଣାରେ ଆଉ କିଛି ଲୋକଙ୍କ ସଂପୃକ୍ତି ଥିବାବେଳେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗିରଫ ଅଭିଯୁକ୍ତମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଲରାପତରିଆ ବାଘକୁ କେଉଁଠି ଶିକାର କରାଯାଇଛି ସେ ନେଇ ବନବିଭାଗ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

ଏହି ଖବର ପଢ଼ନ୍ତୁ: ଜେଡିୟୁ ସାଂସଦମାନେ ବିଜେପିରେ ଯୋଗ ଦେବେ!