କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ରାଗରେ ଆମ୍ବୁଲାନ୍ସ ଜାଳି ଦେଲେ ପରିବାର ଲୋକ

Advertisment
କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ରାଗରେ ଆମ୍ବୁଲାନ୍ସ ଜାଳି ଦେଲେ ପରିବାର ଲୋକ

ବେଲଗଭି: କର୍ଣ୍ଣାଟକର ବେଲଗଭି ହସ୍ପିଟାଲ୍‌ରେ ଜଣେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ରାଗରେ ଆସି ତାଙ୍କ ପରିବାର ଲୋକ ମୃତକ ଯାଉଥିବା ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଛନ୍ତି। ଘଟଣାଟି ବେଲଗଭି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍‌ ସାଇନ୍ସ ଆଣ୍ଡ୍‌ ହସ୍ପିଟାଲ୍‌ରେ ଘଟିଛି। କୋଭିଡ୍‌-୧୯ ଚିକିତ୍ସିତ ହେଉଥିବା ୫୫ ବର୍ଷିଅ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବାରୁ ଉତ୍ତ୍ୟକ୍ତ ପରିବାର ଲୋକ ଏପରି ଘଟାଇଛନ୍ତି।

ସୂଚନାରୁ ଜାଣିବାକୁ ମିଳିଛି ଯେ ଶ୍ବାସକ୍ରିୟାରେ ଅସୁବିଧା ଅନୁଭବ କରିବା ପରେ ଜି.ଗଲି ଜୁଲାଇ ୧୯ ତାରିଖରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ୍‌ରେ ତାଙ୍କର କୋଭିଡ୍‌-୧୯ ପରୀକ୍ଷା କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଲା।

publive-image The News Minute

ସେ କରୋନା ଆକ୍ରାନ୍ତ ବୋଲି ଜାଣିବା ପରେ ହସ୍ପିଟାଲ୍‌ରେ ତାଙ୍କର କରୋନା ଚିକିତ୍ସା କରାଗଲା। ଶେଷରେ କରୋନା ସହ ଲଢ଼ି ଲଢ଼ି ହାରିଗଲେ ବ୍ୟକ୍ତି ଜଣକ। ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଲା।

ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ପରିବାର ଲୋକେ ଉତ୍ତ୍ୟକ୍ତ ହୋଇ ଉଠିଲେ। ହସ୍ପିଟାଲ୍‌ର ଦାୟିତ୍ବହୀନତା ହେତୁ ଜି.ଗଲିଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ଆଣି ତାଙ୍କ ମୃତଦେହ ଅଣାଯାଇଥିବା ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଛନ୍ତି। ସଂପୃକ୍ତ ଅଞ୍ଚଳରେ ଥିବା ଜଣେ କନ୍‌ଷ୍ଟେବଲ୍‌ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe