Advertisment

ବାପାଙ୍କୁ ହତ୍ୟା କରାଯାଉଥିବା ବେଳେ ଚୁପଚାପ ଛିଡ଼ା ହୋଇ ଦେଖୁଥିଲା ମା’: ମୃତକଙ୍କ ପୁଅ

Advertisment
7aff49a9-cb9b-41ca-b0ce-93fa2a92a35d

ଅଲୱାର: ରାଜସ୍ଥାନର ଅଲୱାର ଜିଲ୍ଲାର ଖେଦଲି ଅଞ୍ଚଳରେ ଜୁନ୍ ୭ ତାରିଖ ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଥିଲା। ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ପ୍ରେମିକଙ୍କ ସହ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। 

ପ୍ରାରମ୍ଭରେ ସ୍ବାମୀ ହତ୍ୟାକାରୀ ସ୍ତ୍ରୀ ଅନିତା ପଡ଼ୋଶୀମାନଙ୍କୁ ବୀରୁଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯିବା ହେତୁ ମୃ୍ତ୍ୟୁ ହୋଇଥିବା ଦର୍ଶଇଥିଲେ। କିନ୍ତୁ ଶରୀରର ଅବସ୍ଥା (ଭଙ୍ଗା ଦାନ୍ତ, ଆଘାତ ଚିହ୍ନ ଏବଂ ଶ୍ୱାସରୁଦ୍ଧ ଚିହ୍ନ) ସନ୍ଦେହ ସୃଷ୍ଟି କରିଥିଲା। ଏଭଳି ସନ୍ଦେହ ମଧ୍ୟରେ ପୁଅ ଦେଇଥିବା ବୟାନ ପରେ ସତ୍ୟକୁ ସାମ୍ନାକୁ ଆସିଥିଲା। 

ମୃତ ମାନ ସିଂହଙ୍କ ପୁଅ ପୁଲିସକୁ ସେଦିନର ଲୋମଟାଙ୍କୁରା ଘଟଣା ବଖାଣି କହିଥିଲା, ‘ମାଆ ବାପାଙ୍କୁ ହତ୍ୟା ଦିନ ରାତିରେ ଜାଣିଶୁଣି ଘରର ମୁଖ୍ୟ ଦ୍ୱାର ଖୋଲା ରଖିଥିଲା। ରାତି ପ୍ରାୟ ୧୨ଟା ବେଳେ 'କାଶୀ ମାମୁଁ'ଙ୍କ ସହିତ  ଚାରି ଜଣ ଲୋକ ଘରେ ପ୍ରବେଶ କରିଥିଲେ। ମା’ ବିଛଣା ପାଖରେ ଛିଡ଼ା ହୋଇଥିବା ବେଳେ 'କାଶୀ ମାମୁଁ' ଓ ତାଙ୍କ ସହିତ ଆସିଥିବା ୪ଜଣ ଲୋକ ବାପାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ତାଙ୍କ ଗୋଡ଼ ମୋଡ଼ି ଦେଇଥିଲେ। ସେ ଯନ୍ତ୍ରଣାରେ ଚିତ୍କାର କରିବା ଆରମ୍ଭ କରିବା ଦେଖି 'କାଶୀ ମାମୁଁ' ବାପାଙ୍କ ମୁହଁରେ ତକିଆ ଚାପି ଧରିଥିଲେ।

ମୁଁ ବାପାଙ୍କ ପାଖକୁ ଦୌଡ଼ି ଯାଉଥିବା ବେଳେ କାଶୀ ଅଙ୍କଲ ମୋତେ କୋଳରେ ଉଠାଇ ଧମକ ଦେଇଥିଲେ। ଏହାପରେ ମୁଁ ଭୟରେ ଚୁପ୍ ହୋଇଯାଇଥିଲି। ମା’ ବି ଘଟଣାସ୍ଥଳରେ ଉପସ୍ଥିତ ଥିଲା। ସେ କାହାକୁ କିଛି ନକହି ନୀରବ ହୋଇ ଛିଡ଼ା ହୋଇଥିଲା। କିଛି ସମୟ ପରେ ବାପାଙ୍କ ଶରୀରରେ ଆଉ କୌଣସି ପ୍ରକାର ପ୍ରତିକ୍ରିୟା ହେଲା ନାହିଁ। ଏହା ଦେଖି ଘଟଣାସ୍ଥଳରୁ 'କାଶୀ ମାମୁଁ' ତାଙ୍କ ସାଙ୍ଗମାନଙ୍କୁ ଧରି ଚାଲି ଯାଇଥିଲେ।’ 

ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ଅନିତା ଏବଂ କାଶୀରାମଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିଲା। ଏହି ସମ୍ପର୍କକୁ ଅତୁଟ ରଖିବା ପାଇଁ ଅନିତା ସ୍ବାମୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ।

ବୀରୁଙ୍କ ଭାଇ ଗବ୍ବର ଜାଟଭଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଅଞ୍ଚଳର ୧୦୦ ରୁ ଅଧିକ ସିସି ଟିଭି ଫୁଟେଜ୍ ଏବଂ କଲ୍ ରେକର୍ଡ ସ୍କାନ କରିଛି। ପୁଲିସ ଅନିତା, କାଶିରାମ ଏବଂ ଜଣେ କଣ୍ଟ୍ରାକ୍ଟ କିଲର ବ୍ରିଜେଶ ଜାଟଭଙ୍କୁ ଗିରଫ କରିଛି। ଅନ୍ୟ ତିନି ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe