ଅଞ୍ଜଳି ମୃତ୍ୟୁ ମାମଲା: ୫ଅଭିଯୁକ୍ତଙ୍କୁ ୪ଦିନିଆ ପୁଲିସ କଷ୍ଟଡିକୁ ପଠାଇଲେ ଦିଲ୍ଲୀ କୋର୍ଟ

Advertisment
ଅଞ୍ଜଳି ମୃତ୍ୟୁ ମାମଲା: ୫ଅଭିଯୁକ୍ତଙ୍କୁ ୪ଦିନିଆ ପୁଲିସ କଷ୍ଟଡିକୁ ପଠାଇଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ୫ଅଭିଯୁକ୍ତଙ୍କୁ ୪ଦିନିଆ ପୁଲିସ କଷ୍ଟଡିକୁ ପଠାଇଲେ ଦିଲ୍ଲୀ କୋର୍ଟ। ରାଜଧାନୀ ଦିଲ୍ଲୀରେ ନୂଆବର୍ଷ ଦିନ ଘଟିଥିଲା ଏକ ହୃଦୟ ବିଦାରକ ଘଟଣା। ଏକ କାରରେ ଥିବା ୫ଜଣ ଯୁବକ ସ୍କୁଟି ଚଳାଉଥିବା ଅଞ୍ଜଳିଙ୍କୁ ୪ କିଲୋମିଟର ଘୋଷାଡି ନେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ୩ଦିନ ବିତିଥିବା ବେଳେ ଏହାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି।

ପ୍ରାଥ‌ମିକ ରିପୋର୍ଟରୁ ଅଞ୍ଜଳିଙ୍କ ସହ ଦୁଷ୍କର୍ମ ହୋଇନଥିବା ସାମ୍ନାକୁ ଆସିଥିବା ବେଳେ ଏହି ଘଟଣାରେ ୫ଜଣକ ସମେତ ଆଉ ୨ଜଣ ମଧ୍ୟ କାରରେ ଥିଲେ ବୋଲି ଗୁରୁବାର ଜାଣିପାରିଛି ପୁଲିସ। ସିସିଟିଭି ଫୁଟେଜରୁ ଏହାର ସ୍ପଷ୍ଟ ହୋଇଛି। ତେବେ ଫେରାର ସେହି ୨ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଆଜି ୫ଜଣ ଅଭିଯୁକ୍ତଙ୍କୁ ୪ଦିନିଆ ପୁଲିସ କଷ୍ଟଡିକୁ ପଠାଇଛନ୍ତି ଦିଲ୍ଲୀ କୋର୍ଟ।

ପୁଲିସ ୫ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା। ପାଞ୍ଚ ଦିନ ପୁଲିସ ହେପାଜତକୁ ନେବାର କାରଣ କୋର୍ଟ ପଚାରିବାରୁ ଅନୁସନ୍ଧାନକାରୀ ଅଫିସର କହିଥିଲେ, “ ଅଭିଯୁକ୍ତମାନେ ୩ଦିନିଆ ରିମାଣ୍ଡରେ ଥିବା ବେଳେ ଆମେ ପେଟ୍ରୋଲ ପମ୍ପ ଓ ସେମାନେ ଖାଦ୍ୟ ଖାଇଥିବା ରେଷ୍ଟୁରାଣ୍ଟର ସିସିଟିଭି ଫୁଟେଜ ପାଇଥିଲୁ। ସେମାନେ ୧୩କିଲୋମିଟର ଭିତରେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଏହି ସିସିଟିଭି ଫୁଟେଜ ଏବଂ ଆମକୁ ମିଳିଥିବା ତଥ୍ୟକୁ ନେଇ ଅଭିଯୁକ୍ତଙ୍କୁ ଅନେକ ପ୍ରଶ୍ନ ପଚରାଯିବାର ଅଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କ ବିଷୟରେ ତଥ୍ୟ ମଧ୍ୟ ସଂଗ୍ରହ କରିବାର ଅଛି। ତେଣୁ ୫ଦିନିଆ କଷ୍ଟଡି ଆବଶ୍ୟକ। ତେବେ ୫ଦିନ ପାଇଁ ଆବେଦନ ହୋଇଥିଲେ ବି କୋର୍ଟ ପୁଲିସକୁ ୪ଦିନ ସମୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe