ଅଞ୍ଜନା ଗଣଦୁଷ୍କର୍ମ ମାମଲା : ପୁଲିସ୍‌ କମିସନରଙ୍କୁ ଭେଟିଲା ସିବିଆଇ ଟିମ୍‌

Advertisment
ଅଞ୍ଜନା ଗଣଦୁଷ୍କର୍ମ ମାମଲା : ପୁଲିସ୍‌ କମିସନରଙ୍କୁ ଭେଟିଲା ସିବିଆଇ ଟିମ୍‌

Pragativadi

ଭୁବନେଶ୍ବର: ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗତକାଲି କମିସନରେଟ୍‌ ପୁଲିସ୍‌ ଗିରଫ କରି ଘଟଣାର ତଦନ୍ତ କରୁଥିବା ପରେ ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌‌(ସିବିଆଇ)କୁ ହସ୍ତାନ୍ତର କରିବା ପରେ ସିବିଆଇର ଏକ ଟିମ୍ ଆଜି ପୁଲିସ୍‌ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଭେଟିଛନ୍ତି।

ଏହି ମାମଲାର ତଦନ୍ତ କରୁଥିବା ସିବିଆଇର ଏହି ୩ ଜଣିଆ ଟିମ୍‌ ପୁଲିସ୍‌ କମିସନରଙ୍କୁ ଭେଟି ଏହି ଘଟଣା ସଂକ୍ରାନ୍ତରେ ଅଧିକ ତଥ୍ୟ ହାସଲ କରିଛନ୍ତି। କମିସନରଙ୍କୁ ଭେଟିବା ପରେ ସିବିଆଇ ପକ୍ଷରୁ କୁହାଯାଇଛି କି ଏହା ଏକ ‌ସୌଜନ୍ୟମୂଳକ ସାକ୍ଷାତ୍‌ ଥିଲା, ଯାହା ଅଲୋଚନା ହୋଇଛି ତାହାକୁ‌ ଗୋପନ ରଖାଯିବ।

ଅନ୍ୟପକ୍ଷରେ ମୁଖ୍ୟ ଅଭିଯୁକ୍ତ ବିବନର ପତ୍ନୀ କହିଛନ୍ତି କି, ‘ଗତ ୨୨ ବର୍ଷ ମଧ୍ୟରେ ମୋ ସ୍ବାମୀ ଆମ ଘର ସହ କୌଣସି ପ୍ରକାରର ଯୋଗାଯୋଗ ରଖିନାହାନ୍ତି କି ଟଙ୍କା ପଠାଇ ନାହାନ୍ତି। ମୋ ପିଲାମାନଙ୍କ ଭରଣପୋଷଣ କରିବାକୁ ମୋତେ ବହୁ କଷ୍ଟ ସହିବାକୁ ପଡ଼ିଛି।’

ଉଲ୍ଲେଖ‌ଯୋଗ୍ୟ, ଗତ କାଲି କମିସନରେଟ୍‌ ପୁଲିସ୍‌ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତବ ବିବନ ବିଶ୍ବାଳଙ୍କୁ ମୁମ୍ବାଇର ଲୋନାବାଲାର ଆମ୍ବିଭ୍ୟାଲିରୁ ମହାରାଷ୍ଟ୍ର ପୁଲିସ ସହାୟତାରେ ଗିରଫ କରିବା ସଂକ୍ରାନ୍ତରେ ସୂଚୀତ କରିଥିଲା। ଅଭିଯୁକ୍ତ ନିଜ ନାମ ପରିବର୍ତ୍ତନ କରି ସେଠାରେ ଜଳନ୍ଧର ସ୍ବାଇଁ ପରିଚୟ ନେଇ ଜଣେ ପ୍ଲମ୍ବର ଭାବେ କାମ କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe