ଭୁବନେଶ୍ୱର : ବଜ୍ରକାପ୍ତା ଚୋରା ଚାଲାଣ ର୍ୟାକେଟ୍ର ଜୋରଦାର ଖୋଳତାଡ଼ ଆରମ୍ଭ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍। ଏସ୍ଟିଏଫ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା, ଜୋଶେଫ୍ ଓରଫ ଅମୀର ହୁସନେ୍ ଲାସକର। ଘର ଆସାମର ସିଲଚର ଅଞ୍ଚଳରେ। ତେବେ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି। ଗତକାଲି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ରବାନି ଖାନ୍(୫୮)କୁ ଗିରଫ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ଶ୍ୟାମସୁଦ୍ଦିନ ଖାନକୁ ରିମାଣ୍ଡରେ ଆଣି ଏସ୍ଟିଏଫ୍ ଏହି ନେଟଓ୍ଵର୍କର ଖୋଳତାଡ଼ ଚଳାଇଛି। ଏସ୍ଟିଏଫ୍ରୁ ମିଳିଥିବା ସୂଚନା ମୁତାବକ, ବଜ୍ରକାପ୍ତାର ଅନ୍ତଃରାଷ୍ଟ୍ରୀୟ ବଜାରରେ ଚାହିଦା ରହିଛି। ଏଗୁଡ଼ିକୁ ଶିକାର କରି ଚୀନ, ନେପାଳ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଦକ୍ଷିଣକୋରିଆ, ଥାଇଲାଣ୍ଡ ଭଳି ଦେଶକୁ ଚାଲାଣ କରାଯାଇଥାଏ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us