ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ଘରକୁ ଗୋବରମାଡ଼ ଘଟଣାରେ କ୍ୟାପିଟାଲ ଥାନା ପୁଲିସ ଆଉ ଜଣେ ବିଜେପି କର୍ମୀଙ୍କୁ ଗିରଫ କରିଛି। ସେ ହେଲେ ଝାରପଡ଼ା ଅଞ୍ଚଳର ଭୀମସେନ୍ ନାୟକ। ତେବେ ଭୀମ୍ସେନଙ୍କୁ ମିଶାଇ କ୍ୟାପିଟାଲ ଥାନା ପୁଲିସ ୯ ଜଣଙ୍କୁ ଗିରଫ କରିସାରିଲାଣି। ସେହିପରି ଏହି ଘଟଣାରେ ପୂର୍ବରୁ ଗିରଫ ହୋଇ ରବିବାର ଦିନିକିଆ ରିମାଣ୍ଡରେ ଆସିଥିବା ବିଜେଓ୍ଵାଇଏମ୍ର ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ବଡ଼ଜେନା ଓରଫ ଲୁଲୁଙ୍କ ରିମାଣ୍ଡ ଆଜି ଶେଷ ହୋଇଛି।
ପୁଲିସ ସୂଚନା ମୁତାବକ, କିଛିଦିନ ତଳେ କ୍ୟାପିଟାଲ ଥାନା ପୁଲିସ ଲୁଲୁଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଥିଲା।
Follow Us