୧୦ ଦିନରେ ୨ୟ ଘଟଣା: ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି

Advertisment
୧୦ ଦିନରେ ୨ୟ ଘଟଣା: ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି

ହାଇଦ୍ରାବାଦ: ଆମେରିକାର ସିକାଗୋରେ ଜଣେ ଭାରତୀୟ ଛାତ୍ରଙ୍କୁ ପୁଣି ଥରେ ଗୁଳି କରାଯାଇଥିବା ଜଣାପଡ଼ିଛି। ହାଇଦ୍ରାବାଦ ନିବାସୀ ମହମ୍ମଦ ଆକବର ସିକାଗୋରେ ପଢୁଥିବା ଜଣେ ଭାରତୀୟ ଛାତ୍ର। ଗୁଳି ପରେ ଆକବରଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶନିବାର ସକାଳୁ ଆକ୍ରମଣକାରୀମାନେ ଆକବରଙ୍କୁ ପିଛା କରିଥିଲେ। ସିକାଗୋ ନିକଟରେ ଅଲମ୍ବେ ପାର୍କରେ ପାର୍କିଙ୍ଗକୁ ନେଇ ଉଭୟ ପକ୍ଷ ଭିତରେ ବିବାଦ ହେବାରୁ ବଡ଼ ବିବାଦ ହୋଇଥିଲା। ଏହାର କିଛି ସମୟ ପରେ ସେଠାରେ ଏକ ଶବ୍ଦ ହୋଇଥିଲା। ଯାହାକି ଏକ ଗୁଳି କାଣ୍ଡ ଥିଲା। ସିକାଗୋ ପୁଲିସ ମାମଲାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଫେରାର ଅଛି। ପରିବାର ଲୋକେ ତେଲଙ୍ଗାନା ସରକାର ଓ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସାହାଯ୍ୟ ପାଇଁ ଆବେଦନ କରିଛନ୍ତି।

ସୂଚନାଯୋଗ୍ୟ, ବିଗତ ୧୦ ଦିନ ଭିତରେ ଆମେରିକାରେ ଭାରତୀୟମାନଙ୍କ ଉପରେ ଏହା ହେଉଛି ୨ୟ ଆକ୍ରମଣ। ଏହା ପୂର୍ବରୁ ମିସିସିପିରେ ୨୧ ବର୍ଷ ଭାରତୀୟ ସନ୍ଦିପ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଜଳନ୍ଧର ଅଞ୍ଚଳର ସନ୍ଦିପଙ୍କ ମୃତ୍ୟୁ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମାମଲାର ଯାଞ୍ଚ କରିବାକୁ କେନ୍ଦ୍ର ବିଦେଶ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe